ବେତନଟୀ, ୨୬/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- ବେତନଟୀ ବ୍ଲକ ପରିସରରେ ଥିବା ଆଧାର କେନ୍ଦ୍ରରେ ଦୀର୍ଘଦିନ ହେବ ତାଲା ବନ୍ଦ ଥିବାଯୋଗୁ ଉପଭୋକ୍ତାଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆଧାରକାର୍ଡର ଆବଶ୍ୟକତା ଥିବାରୁ ଉପଭୋକ୍ତାଙ୍କୁ ଘରୋଇ କେନ୍ଦ୍ରରେ ଭିଡ ଜମାଉଛନ୍ତି ଓ ଆବଶ୍ୟକତା ଠାରୁ ବହୁ ଅଧୁକ ଅର୍ଥ ଖର୍ଚ୍ଚକରି ଆଧାରକାର୍ଡ ବାହାର କରୁଥିବା ଅଭିଯୋଗ ହୋଇଛି । ବ୍ଲକ ଭିତରେ ଥିବା ସରକାରୀ ଆଧାରକେନ୍ଦ୍ର କ’ଣ ପାଇଁ ବନ୍ଦ ଅଛି ତାହାର ଖବର କାହାରି ପାଖରେ ନଥିବାବେଳେ ଦୈନିକ ଗ୍ରାମାଞ୍ଚଳରୁ ଆସୁଥିବା ଉପଭୋକ୍ତା ଆଧାରକେନ୍ଦ୍ର ବନ୍ଦ ଥିବାରୁ ଫେରିବା ସହିତ ଦଲାଲଙ୍କ ହାବୁଡରେ ପଡି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଓଡିଶା ସରକାରଙ୍କ ଇଲେକଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାବିଭାଗ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ କୌଣସି ଆଧାରକେନ୍ଦ୍ରରେ ଧାର୍ଯ୍ୟ ଶୁଳ୍କଠାରୁ ଅଧୁକ ଅର୍ଥ ନେଉଥିଲେ ବିଡିଓଙ୍କୁ ଅବଗତ କରାଇବାର ନିୟମ ରହିଥିବା ବେଳେ ଗ୍ରାମାଞ୍ଚଳରୁ ଆସୁଥିବା ନିରୀହ ତଥା ଲେଖାପଢା ଜାଣି ନଥିବା ଲୋକମାନେ ଭିତିରି କଥା ବୁଝି ନପାରି ସେମାନଙ୍କର ଆଧାର କାର୍ଡର ଆବଶ୍ୟକତା ରହିଥିବାରୁ ବେସରକାରୀ ଅଥବା କ୍ଷମତାପ୍ରାପ୍ତ ଆଧାରକେନ୍ଦ୍ରରେ ୩ଶହରୁ ୪ଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ନୂତନ ଆଧାର ପଞ୍ଚିକରଣ ଓ ୫/୧୫ବର୍ଷ ପରେ ଅନିର୍ବାର୍ଯ୍ୟ ବାୟୋମେଟ୍ରିକ ନବୀକରଣ ନିମନ୍ତେ କୌଣସି ଅର୍ଥ ପଡିବନାହିଁ, ଆଧାରକାର୍ଡରେ ବାୟୋମେଟ୍ରିକ୍ସ ବ୍ୟତୀତ ଅନ୍ୟ ସଂଶୋଧନ ନିମନ୍ତେ ୫୦ଟଙ୍କା, ଆଧାରକାର୍ଡରେ ବାୟୋମେଟ୍ରିକ୍ ସଂଶୋଧନ ସହିତ ଅନ୍ୟ ଯେ କୌଣସି ପ୍ରକାର ସଂଶୋଧନ ନିମନ୍ତେ ୧ଶହ ଟଙ୍କା ଓ ଆଧାରକାର୍ଡ ଡାଉନଲୋଡ ଏବଂ ରଙ୍ଗୀନପ୍ରିଣ୍ଟ ନିମନ୍ତେ ୩୦ଟଙ୍କା ‘ ସରକାରୀ ନିୟମ ରହିଥିବାବେଳେ ସରକାରୀ ଆଧାର କେନ୍ଦ୍ରକୁ ଦୟ ରଖ୍ ଘରୋଇ ଆଧାରକେନ୍ଦ୍ରରୁ ଉପଭୋକ୍ତାଙ୍କ ଠାରୁ ଅଦ୍ୟାବଧୂ ଯେତିକି ଲୁଟ ହୋଇଛି ସେଥିପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଧାରକେନ୍ଦ୍ର ବନ୍ଦ ସମ୍ପର୍କରେ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ ଆଧାର କେନ୍ଦ୍ର କଣ ପାଇଁ ବନ୍ଦ ରହିଛି ଜାଣି ନାହାଁନ୍ତି ବୋଲି ପ୍ରକାଶ କରିବା ସହିତ ସେ ସମ୍ପର୍କରେ ବୁଝିବେ ବୋଲି କହିଥିଲେ। ଅରକାରୀ ଆଧାରକେନ୍ଦ୍ରକୁ ବନ୍ଦ ରଖ୍ ବାହାରେ ଥିବା ଆଧାରକେନ୍ଦ୍ରରେ ବସି ଉପଭୋକ୍ତାଙ୍କୁ ଲୁଟୁଥିବା ବ୍ୟକ୍ତିଙ୍କ କାର୍ଯ୍ୟ ସନ୍ଦେହ ଜନକ ଥିବାରୁ ଏହାର ତଦନ୍ତ କରିବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚିତ ହେଉଛି ।