ଆଜି ଉପଜିଲ୍ଲାପାଳଙ୍କୁ ଭେଟିବ ପ୍ରତିନିଧି ଦଳ

Spread the love

ବେତନଟୀ,୦୭.୦୧.୨୦୨୧(ସନ୍ଧାନ ନିୟୁଜ୍/ ଲିଙ୍ଗରାଜ ପଣ୍ଡା):- ଉତ୍ତର ଓଡ଼ିଶାର ସୁନାମଧନ୍ୟ ତଥା ଗୌରବମୟ ବେତନଟୀ କଲେଜ ଜମି କ ପକ୍ଷଙ୍କ ଅପରାଗତା ପାଇଁ ଧୀରେଧୀରେ ଜବରଦଖଲକାରୀଙ୍କ କବ୍‌ଜାକୁ ପଳାଇ ଯାଉଛି । କଲେଜ ସମ୍ପତ୍ତିର ସୁରକ୍ଷା ତଥା ଜବରଦଖଲମୁକ୍ତ ନିମିର ବୁଧବାର ବହୁ ପୁରାତନ ଛାତ୍ର ସମେତ ଛାତ୍ରନେତା ଏକଜୁଟ୍ ହୋଇଥିଲେ । କଲେଜ ଅଧ୍ୟକ୍ଷା ସୁପ୍ରିୟା ଦେଙ୍କ ପୌରହିତ୍ୟରେ ଆୟୋଜିତ ବୈଠକକୁ କଲେଜର ପୁରାତନ ଛାତ୍ର ସଂସଦ ସଭାପତି ବିଦ୍ୟାଧର ପଣ୍ଡିତ ପରିଚାଳନା କରିଥିଲେ । ବେତନଟୀ କଲେଜ ନାମରେ ୧୦ଏକର ଜମି ରେକର୍ଡ ଭୁକ୍ତ  ଥିବା ବେଳେ ୧୦ଏକର ଜମି ବେତନଟୀ ଭୋକେସନାଲ କଲେଜ ନାମରେ ରେକର୍ଡଭୁକ୍ତ ପାଇଁ ପ୍ରକ୍ରିୟା ସମାପନ ସ୍ଥିତିରେ ରହିଛି। ବାକିତକ ଥିବା ୧୨ଏକରରୁ ଉଦ୍ଧି ସରକାରୀ ଜମି କଲେଜ ଦଖଲରେ ଥିବାବେଳେ ଏହି ଜମିକୁ କିଛି ଲୋକ ଜବରଦଖଲ କରି ଘର ନିର୍ମାଣ କରିଚାଲିଛନ୍ତି । ତେବେ ଉକ୍ତ ଜମିକୁ ଜବରଦଖଲମୁକ୍ତ କରିବାପାଇଁ କଲେଜ ପକ୍ଷରୁ ସେଭଳି କୌଣସି ତତ୍ପରତା ପ୍ରକାଶ ପାଇନଥିବାରୁ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । କଲେଜ ଅଧ୍ୟକ୍ଷା କଣ ପାଇଁ ସମସ୍ତ ଜମିକୁ ଜବରଦଖଲମୁକ୍ତ ପାଇଁ ପଦକ୍ଷେପ ନେଉନାହାନ୍ତି ସେନେଇ ପ୍ରଶ୍ନ କରିଥିଲେ ତେବେ ଜବରଦଖଲ ମୁକ୍ତପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ନେଇ ଅଧ୍ୟକ୍ଷା ସୂଚନା ଦେଇଥିଲେ । କଲେଜ ଜମିରେ ଜବରଦଖଲ କରି ଉତ୍ତରପ୍ରଦେଶର କିଛିଲୋକ ଘରକରି ରହୁଥିବା ବେଳେ ଅନେକେ ହାଣ୍ଡିଆଭାଟି କରି ନିଶାକାରବାର ଚଳାଇଛନ୍ତି । ବେତନଟୀ କଲେଜ ବହୁ ଅବ୍ୟବସ୍ଥା ଦେଇ ଗତି କରୁଥିବାବେଳେ ସର୍ବପ୍ରଥମେ ଜବରଦଖଲ ଜମି କଲେଜ ଅଧୀନକୁ ଅଣାଯିବାପରେ ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବାନେଇ ବୁଧବାର ବୈଠକରେ ନିଷ୍ପତ୍ତି ସ୍ଥିରୀକୃତ ହୋଇଥିଲା । କଲେଜ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳଙ୍କ ସହିତ ଫୋନଯୋଗେ ଆଲୋଚନା କରାଯାଇଥିବାବେଳେ ଗୁରୁବାର ପୁରାତନ ଛାତ୍ର ମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତକରି ଜମି କଲେଜ ଅଧୀନକୁ ଫେରାଇ ଆଣିବାନେଇ ଆଲୋଚନା ନିମନ୍ତେ ଉପଜିଲ୍ଲାପାଳ ସମୟ ଦେଇଛନ୍ତି । ବୁଧବାରର ବୈଠକରେ ସୁନୀଲ କୁମାର ଖଣ୍ଡେଲୱାଲ, ଶିରିଶଚନ୍ଦ୍ର ବାରିକ, ଯାମିନୀକାନ୍ତ ନାଏକ, ସରପଞ୍ଚ ଦୁଃଖୀଆ ମୁମୁଁ, ପ୍ରାକ୍ତନ ଜିଲ୍ଲାପରିଷଦ ବିଶ୍ଵନାଥ ହେମ୍ରମ, ଜିୟମୁନୀ ମହାନ୍ତ, ସୁନ୍ଦରମୋହନ ମହାନ୍ତ, ଇଂ. ସୁଶାନ୍ତ ବଳା, ପ୍ରିୟବ୍ରତ ପଟ୍ଟନାୟକ, କିଶୋର କୁମାର ନାୟକ, ସୁଧାକର ପଣ୍ଡା, ସଦାଶିବ ଲେଙ୍କା, ଜ୍ୟୋତିରଞ୍ଜନ ନାୟକ, ମାନସ ବିନ୍ଧାଣୀ, ଜୟଦେବ ମହାନ୍ତ, ରଙ୍ଗାଧର ମହାନ୍ତ, ଚିରେଶ୍ବର ବେହେରା, ରର ପରିଡ଼ା, ଆକାଶ ନାଏକଙ୍କ ସମେତ ଗତିକୃଷ୍ଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ – ଏହି ଅବସରରେ ପୁରାତନ ଛାତ୍ରଙ୍କ ସମେତ , କଲେଜ ଅଧ୍ୟକ୍ଷା ଏବଂ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ଜବରଦଖଲ ଜମି ଏରିଆ ବୁଲି ଦେଖିଥିଲେ । ବୈଠକର ସଫଳ ସମାପନ ପରେ ବେତନଟୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ରଞ୍ଜନ କୁମାର ମହାନ୍ତି ସମସ୍ତଙ୍କୁ ସକ୍ରିମ, ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment