ଆଜିର ରାଶିଫଳ

Spread the love
  •  
  •  
  •  
  •  
  •  

ଲିଙ୍ଗରାଜ ପଣ୍ଡା, ଦେଉଳ ସାହି, ବାରିପଦା, ମୟୂରଭଞ୍ଜ

 ଅଦ୍ୟ ଜାନୁଆରୀ ୧୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)

ଶକାବ୍ଦ -୧୯୪୨

ସମ୍ବତ -୨୦୭୭

ସାଲ-୧୪୨୮

ସମ୍ବତ୍ସର -ଆନନ୍ଦୋ

ପୌଷମାସ-କୃଷ୍ଣପକ୍ଷ

ତିଥି-ଚତୁର୍ଦ୍ଦଶୀ ଦିବା ଘ୧୨/୧୬ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା                                                           ନକ୍ଷତ୍ର- ମୂଳା ଦିବା ଘ୦୮/୦୪ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଷାଢା

ଚନ୍ଦ୍ର – ଧନୁ

ଯୋଗ-ଧ୍ରୁବ            

କରଣ-ଶଙ୍କୁନୀ

ସୌରମାସ – ଧନୁ ୨୯ ଦିନ

ସୁର୍ୟୋଦୟ -ପ୍ରାତଃ ଘ୦୬/୨୮/୨୭

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/୪୯

ଯୋଗିନୀ ପଶ୍ଚିମେ ଦିବା ଘ ୧୨/୧୬ ଗତେ ଐଶାନ୍ୟେ

ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର

ମକର ରାଶିର ଘାତବାର                           

 ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଶ୍ରାଦ୍ଧ ଓ ଅମାବାସ୍ୟା ର ସ।ମ୍ବଛରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ

କାଳବେଳା  -ଦିବା ଘ୦୧/୧୮ ଗତେ ଘ୦୨/୪୧ ମଧ୍ୟେ

ବାରବେଳା- ଦିବା ଘ୦୭/୪୮ ଗତେ ଘ୦୯/୧୦ ମଧ୍ୟେ

ବିଶୁଦ୍ଧ ଅମୃତବେଳା- ଦିବା ଘ ୦୯/୧୫ ଗତେ ଘ ୧୦/୩୩ମଧ୍ୟେ ଓ ଘ୧୧/୫୭ ଗତେ ଘ୦୧/୧୬ ମଧ୍ୟେ

ବିଶୁଦ୍ଧ ମହେନ୍ଦ୍ରବେଳା- ଦିବା ଘ୧୦/୩୪ ଗତେ ଘ ୧୧/୫୭ ମଧ୍ୟେ ଓ ଘ୦୨/୪୦ ଗତେ ଘ୦୪/୦୧ ମଧ୍ୟେ

ଆଦ୍ୟ ବିରି ଦିବା ଘ ୧୨/୧୭ ଗତେ ଆ ମିଷ ଭକ୍ଷଣ ନିଷେଧ

ଆଜିର ରାଶିଫଳ

 🌹ମେଷ🌹👉 : ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ  ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।

🌹ବୃଷ🌹👉: ବହୁଦିନ ଧରି ଥିବା ସମସ୍ୟାର ସମାଧାନ ଓ ଅଚାନକ ଅର୍ଥଲାଭ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।

🌹ମିଥୁନ🌹👉: ଆପଣଙ୍କୁ ଯେଉଁ କାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । କାରଣ ଆପଣଙ୍କ ପରିବାର ଏହା ବଦଳରେ ଆପଣଙ୍କୁ ସବୁଦିନ ସାହାଯ୍ୟ କରିବ ଏହି ସମୟରେ ହୁଏତ ଆପଣଙ୍କ ପରିବାର ଆପଣଙ୍କ ପାଖରୁ କିଛି ଆଶା କରୁଛି ।

*🌹କର୍କଟ🌹👉 : ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ

🌹ସିଂହ🌹👉 : ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ ।  ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।କର୍ମକ୍ଷେତ୍ର ରେ ଉନ୍ନତି ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗରହିଛି।

 🌹କନ୍ୟା🌹👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ହଠାତ ଦେବପୂଜା ଓଦର୍ଶନ କରିବାର ସୁଯୋଗ ପାଇବେ।

 🌹ତୁଳା 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।

 🌹ବିଛା 🌹👉: ଆଜି ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ।ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ଶତୃମାନେ ପଛଘୁଞ୍ଚା ଦେବେ ।

 🌹ଧନୁ🌹👉 : ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିଳେ ମଧ୍ୟ ସାମୟିକ ଦେହପୀଡା ହୋଇପାରେ ।ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ମ ଧୁମୟ କରିବେ ।

 🌹ମକର 🌹👉: ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।

 🌹କୁମ୍ଭ 🌹👉: ଆଜି ମନ ଅଶାନ୍ତ ରହିବ।ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ନିଜ ଜୀବନର  ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିବା ପାଈଁ ବାଟ ବାହାର କରିବାରେ ବିଫଳ ହୋଇପାରନ୍ତି ।

 🌹ମୀନ🌹👉 : ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ ।ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ । ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ ।

Related Posts

About The Author

Add Comment