ଆଜିଠାରୁ ଆରମ୍ଭ ହେଲା ଭାବ ଓ ଭକ୍ତିର ‘ଜୟ ଜଗନ୍ନାଥ ମହୋତ୍ସବ’

Spread the love

ଯାଜପୁର,୧୩ା୦୨ା୨୦୨୪,(ସନ୍ଧାନ ନ୍ୟୁଜ): ସେ ତ ଭକତ ଭାବରେ ବନ୍ଧାରେ ସେ ତ ଭକତ ଜୀବନ ଧନ । ଏହି ଭାବ ଓ ଭକ୍ତିର ସମନ୍ୱୟର ଉତ୍ସବ ହେଉଛି ଜୟ ଜଗନ୍ନାଥ ମହୋତ୍ସବ । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ମଧୁପୁରଗଡ ପଂଚାୟତ ଅନ୍ତର୍ଗତ ଭୁବନପୁର ଗ୍ରାମରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ଆସନ୍ତା କାଲି ୧୪ ପେବୃୟାରୀରୁ ଆରମ୍ବ ହେବାକୁ ଯାଉଛି । ଆଜି ସଂଧ୍ୟା ସୁଦ୍ଧା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠିତ ହେଉଥିବା ଜୟ ଜଗନ୍ନାଥ ମହୋତ୍ସରେ ମଙ୍ଗଳବାର ସାଧ୍ୟାରେ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି ବୁଧବାର ସକାଳ ୭ ଟାରେ ମହାସମାରୋହରେ କଳସଯାତ୍ରା ଅନୁଷ୍ଠିତ ହେବ । କଳସଯାତ୍ରାରେ ବିଭିନ୍ନ ସ୍ଥାନର ସଂକୀର୍ତନ ମଣ୍ଡଳୀ ଯୋଗଦେବେ ।ଏହାସହ ଢେଙ୍କାନାଳର ଗୋପାଳ ଲଉଡିଖେଳ, କେରାପୁଟର କାଠିନାଚ, ଚିଲିକାର ପାଇକ ଆଖଡା ସହ ରାଜ୍ୟର ବିଭିନ୍ନ ସ୍ଥାନର ସୁନାମଧନ୍ୟ ବାଦ୍ୟଯନ୍ତ୍ର ସାମିଲ ହେବେ । ପ୍ରତ୍ୟେକ ଦିନ ତିନିଟା ବେଳୁ ଗାୟକ ଶ୍ରୀ ବିଜୟ ଓଝାଓ ସାଥୀ ମାନଙ୍କ ତରଫରୁ ପାଲା ପରିବେଷର କରାଯିବ । ୧୫ ଫେବୃୟାରୀ ତାରିଖ ସଂଧ୍ୟାରେ ପାଇକ ଆଖଡା ଏବଂ ରାମଲୀଳା ଅନୁଷ୍ଠିତ ହେବ । ୧୬ ତାରିଖ ସଂଧ୍ୟାରେ ଓଡିଶୀ, ଗୋଟିପୁଅ ସମେତ ଘୁମୁରା ଆଦି ନୃତ୍ୟ ସହ ପ୍ରସିଦ୍ଧ ଭଜନ ଗାୟକ ସୁବାଷ ଦାଶଙ୍କ ସମେତ ବହୁ ସୁନାମଧନ୍ୟ ଭଜନ ଗାୟକଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହେବ । ଏଥିରେ ସାରାଦିନ ବ୍ୟାପୀ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବେଦପାଠ, ସଂକୀର୍ତନ ଆଦି ଅନୁଷ୍ଠିତ ହେବ । ମଙ୍ଗଳବାର ସଂଧ୍ୟାରେ ଆବାହକ ସତୀଶ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମହେତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଆଲୋଚନା ହୋଇଥିଲା । ଏଥିରେ ପରିଚାଳନା କମିଟିର ସଭ୍ୟ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ପ୍ରକାଶ ଥାଉ କି ଏଠାରେ ପୂଜା ପାଉଥିବା ମହାପ୍ରଭୂ ରାଧାକୃଷ୍ଣଙ୍କର ମହାତ୍ମ୍ୟ ନେଇ ଭକ୍ତ ମହଲରେ ଦୃଢ ବିଶ୍ୱାସ ରହିଛି । ତିନିଦିନ ବ୍ୟାପୀ ସର୍ବଦା ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ସର୍ବଦା ପ୍ରସାଦ ସେବନ କରିବା ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପରିଚାଳନା କମିଟି ତରଫରୁ ପ୍ରକାଶ ।

Related Posts

About The Author

Add Comment