ଯାଜପୁର, ୩୧/୧୦ (ସନ୍ଧାନ ନିୟୁଜ )କଟକରେ ଜଣେ ହାଇକୋର୍ଟ ଆଇନଜିବୀଙ୍କୁ ରାଜରାସ୍ତାରେ ମରଣାନ୍ତକ ଆକ୍ରମଣ ନେଇ ମାମଲା ରୁଜୁ ହୋଇଥିଲେ ବି ଘଟଣାର ଦୀର୍ଘ ଦୁଇମାସ ପରେ ମଧ୍ୟ ଅଭିଯୁକ୍ତ ଥିବା ସମ୍ପୃକ୍ତ ତିନି ପୋଲିସ୍ କର୍ମଚାରୀଙ୍କୁ ଗିରଫ କରା ନ ଯିବା ପ୍ରତିବାଦରେ ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଆସୋସିଏସନର ସଭାପତି ଶରତ କୁମାର ଷଡଙ୍ଗୀଙ୍କ ନେତୃତ୍ବରେ କାର୍ଯ୍ୟରତ ଆଇନଜିବୀ ଆଜି କୋର୍ଟ ସମ୍ମୁଖରେ ଗୃହ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ! ଦୁଇମାସ ହେଲା ଏଠାରେ ମଧ୍ୟ ଜାରିରହିଛି କାର୍ଯ୍ୟବନ୍ଦ ଆନ୍ଦୋଳନ ! ଆଜି ପୁଣି ଓକିଲଙ୍କ ମୁହଁରୁ ଶୁଭିଛି ନବୀନ ପଟ୍ଟନାୟକ ହାଏ ହାଏ ଧ୍ୱନି !
ଆଇନଜିବୀଙ୍କୁ ଆକ୍ରମଣ ଘଟଣା: ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
|
October 31, 2018 |