ବାରିପଦା,୨/୯/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ବାରିପଦା ପୌରପାଳିକା ରାତି ପାହିଲେ ପାଳନ କରିବ ସ୍ବାୟତ୍ତ ଶାସନ ଦିବସ। ୧୯୦୫ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏହି ପୌରପାଳିକାକୁ ପ୍ରତିଷ୍ଠା କରିଥିଲେ । ୨୮ ୱାର୍ଡ ବିଶିଷ୍ଟ ଏହି ପୌରପାଳିକାର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ପ୍ରଥମ ଉପାଧ୍ୟକ୍ଷା ମାତ୍ର ପରିତାପର ବିଷୟ ଗତ ୫ବର୍ଷ ହେବ ଏଠାରେ ଜଣେ ହେଲେ ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ହେଉନାହାନ୍ତି। କାମଚଳା ନିର୍ବାହୀ ଅଧିକାରୀଙ୍କୁ ନେଇ ଚାଲିଛି ପୌରପରିଷଦ ସମୟ ଅନୁସାରେ କ୍ରମଶଃ ବୃଦ୍ଧିପାଉଛି ଏହି ସହର। ବଦ୍ଧିତ ଜନସଂଖ୍ୟା ଅନୁସାରେ କିନ୍ତୁ ବିକାଶର ଧାରା ଧୀମେଇ ଯାଇଛି । ସହରର ବିଭିନ୍ନ ସ୍ଥାନରେ ନିର୍ଦ୍ଦିଷ୍ଟ ପାର୍କ ସ୍ଥଳ ନଥିବାରୁ ଜନସାଧାରଣ ନାହିଁନଥିବା ହଇରାଣ ହେଉଛନ୍ତି । ଏଥିପାଇଁ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଉଛି। ସେହିପରି ତକତପୁର, ଦେବେନ୍ଦ୍ରପୁର, ରଘୁନାଥପୁର, ମୁର୍ଗାବାଡ଼ି ଆଦି ଅଞ୍ଚଳକୁ ବାରିପଦା ସହର କ୍ରମଶଃ ସମ୍ପ୍ରସାରିତ ହେଉଛି। ଉକ୍ତ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ ଖେଳପଡ଼ିଆ, କଲ୍ୟାଣମଣ୍ଡପ, ପାର୍କ, ଶୁସାନ ଆଦି ନିର୍ମାଣର ଆବଶ୍ୟକତା ଅନୁଭୁତ ହେଲାଣି। ୨୦ଟି ୱାର୍ଡ ଥିବା ବାରିପଦା ପୌରପରିଷଦ ୯୦ଦଶକରେ ୨୫ଟି ଏବଂ ପରବର୍ତ୍ତୀ ସମୟରେ ଆଉ ୩ଟି ବଢ଼ି ୱାର୍ଡ ସଂଖ୍ୟା ୨୮ରେ ପହଞ୍ଚିଛି। ତେବେ ନୂଆ କରି ହୋଇଥିବା ଏହି ୮ଟି ୱାର୍ଡରେ ଏଯାବତ ମୌଳିକ ସୁବିଧା ପହଞ୍ଚିପାରିନି। ବାରିପଦା ସହରରେ କ୍ରୀଡ଼ାର ବିକାଶ ଏବଂ ପ୍ରଚାରପ୍ରସାର ନିମନ୍ତେ ବାରିପଦା ଷ୍ଟାଡିୟମ୍ ପରେ ମଧୁବନ ମିନି ଷ୍ଟାଡିୟମ ରହିଛି । ମାତ୍ର ମଧୁବନ ମିନିଷ୍ଟାଡିୟମରେ କେବଳ ପାଚେରିକୁ, ବାରିପଦା ପୌରପାଳିକ ଦେଇଛନ୍ତି। ଷ୍ଟେସନ ବଜାର ଏବଂ ବାଗଡିହାରେ । ଛାଡ଼ି ଅନେକ କିଛି ଅଧା ଅଧୁରା ହୋଇ ରହିଛି । ୱାସିଂ ଟ୍ରାକ୍, ଖେଳପଡ଼ିଆର ଉନ୍ନତୀକରଣ ନହେବା ଫଳରେ ପାଣି ଜମିରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଗ୍ୟାଲେରୀ ନିର୍ମାଣରେ ହୋଇଥିବା ବୈଷୟିକ ତ୍ରଟି ଏବଂ ଦୂରଦର୍ଶିତାର ରେ ଅଭାବ କାରଣରୁ ଉକ୍ତ ଷ୍ଟାଡିୟମ୍ରେ ଫୁଟବଲ ଖେଳ ମଧ୍ୟ ହୋଇପାରୁନାହିଁ ବାରିପଦା ପୌରାଞ୍ଚଳ ଅଧୀନରେ ଥିବା ୯ଟି ବଡ଼ ଜଳାଶୟ(ବନ୍ଧ) ଏବଂ ୭ଟି କ୍ଷୁଦ୍ର ଜଳାଶୟ ଏବେ ବି ଅବହେଳିତ ହୋଇପଡ଼ିରହିଛି ।କରାଯାଇ ଏଗୁଡ଼ିକର ବିକାଶ ନେଇ ଯୋଜନା କୃଷି କ୍ଷେତ୍ର ରହିଥିଲେ ମଧ୍ୟ କେବଳ ଫଳରେ ସୀମିତ ବାରିପଦା ଯିବ ସେହି ପୌରପରିଷଦର ସାମଗ୍ରୀକ ବିକାଶ ପାଇଁ ପ୍ରଶାସନ ଗୁରୁତ୍ବର କାର୍ଯ୍ୟକାର ସହିତ ବିଚାର କରିବା ଆବଶ୍ୟକ ବର୍ଜକୁ ବୋଲି ପୂର୍ବତନ ପୌରାଧ୍ୟକ୍ଷ ମାଧ୍ୟମ କୃଷ୍ଣାନନ୍ଦ ମହାନ୍ତି (ବାଦଲ) କହିଛନ୍ତି । ତେବେ ସହରବାସୀଙ୍କ ପାଇଁ ସ୍ୱାୟତ୍ତ ଶାସନ ଦିବସରେ ଏକ ଭଲ ଖବର ବି ଅଛି । ଅମୃତ ଯୋଜନାରେ ବାରିପଦା ସହରରେ ଲୋକମାନଙ୍କ ପାଇଁ ଦୁଇଟି ନୂଆ ପାର୍କର ଉଦ୍ଘାଟନ ହେବ ବୋଲି ଶ୍ରୀମତୀ ରେଢ଼ୀ ସୂଚନା ଦେଇଛନ୍ତି । ଷ୍ଟେସନ ବଜାର ଏବଂ ବଘଡିହାରେ ହୋଇଥିବା ଦୁଇ ପାର୍କ ଉଦ୍ଘାଟିତ ହେବ ।
ତାଜା ଖବର
- ଦିନ ଦ୍ୱିପହରରେ ଫିଲ୍ମ ଷ୍ଟାଇଲ୍ରେ ବ୍ୟାଙ୍କ ଲୁଟ୍
- ଜିଲ୍ଲା ଓକିଲ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର
- ଅମାନିଆ ଗାଡ଼ି ପାର୍କିଂ ଉପରେ ଟାଉନ ଥାନାର କଡ଼ା ଆକ୍ସନ, ବିଭିନ୍ନ ସ୍ଥାନରେ ଚଢ଼ାଉ
- ଏକ୍ସ-କ୍ୟାଡର ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ଅମୂଲ୍ୟ କୁମାର ନାୟକ ସଭାପତି, ଚିତ୍ରସେନ ବଳ ସମ୍ପାଦକ
- ଜନପ୍ରତିନିଧି ଙ୍କ ସ୍ୱାର୍ଥପରତା ନୀତି କାରଣରୁ ଲୋକଙ୍କ ମୌଲିକ ସୁବିଧା ବିପର୍ଯ୍ୟସ୍ତ
- ଗ୍ରାମାଞ୍ଚଳରେ ଚାଲୁଥିବା ଓ ଏସଆରଟିସି ମୁଖ୍ୟମନ୍ତ୍ରୀ ସେବା ବସ ଫସିଲା କାଦୁଅରେ,ଟ୍ରାକ୍ଟର ସାହାଯ୍ୟରେ ବାହାର ହେଲା ବସ
- ରକ୍ତଦାନ ପରେ ଏବେ ପ୍ରକୃତି ପାଇଁ ‘ରକ୍ତବନ୍ଧୁ’ ସପ୍ତାହକରେ ୫ ଶହରୁ ଊର୍ଦ୍ଧ୍ବ ତାଳଚାରା ରୋପଣ ” ବଜ୍ରପାତ ନିରୋଧ ଓ ପରିବେଶ ସୁରକ୍ଷାର ବାର୍ତ୍ତା
- ଜନ ପ୍ରତିନିଧି ସହିତ ପ୍ରସାଶନିକ ଅଧିକାରୀଙ୍କ ଅବହେଳା,ସୋଲାର ପାଣି ଟାଙ୍କି ଅଚଳ,୫୦ପରିବାର ମୌଳିକ ସୁବିଧାରୁ ବଞ୍ଚିତ
- ମୁଖ୍ୟମନ୍ତ୍ରୀଙ୍କୁ ଅନୁଦାନ ପାଇଁ ଦାବି ଜଣାଇଲେ ଅଧ୍ୟାପକ ଓ କର୍ମଚାରୀ-
- ସ୍ବର୍ଗତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ଙ୍କ ଷଷ୍ଠ ବାର୍ଷିକ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା।



