ଅ ସ୍ତ ମି ତ ଅ ଟ ଳ

Spread the love

ନୂଆଦିଲ୍ଲୀ (ସନ୍ଧାନ ନିୟୁଜ) ନିଜର ପ୍ରସିଦ୍ଧ କମିବାତ ଥିଲା ‘ହାର ନେହିଁ ମାନୁଙ୍ଗା’ ହେଲେ ଆଜି ନିଜେ ସମୟ ପାଖରେ ହାର ମାନି ଅସ୍ତମିତ ହୋଇଯାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ।ଦିର୍ଘ ୩ମାସ ଧରି ମୃତୁ୍ୟ ସହ ସଂଗ୍ରାମ ଚାଳାଇଥିବା ପ୍ରଧାନମନ୍ତ୍ରୀ ଭାରତୀୟ ରାଜନିତୀର ‘ଭୀଷ୍ମ ପିତାମହ’ଙ୍କର ୯୩ବର୍ଷ ବୟସରେ ହୋଇଛି ଦେହାନ୍ତ । ଦେହାନ୍ତ ଖବର ପରେ ସାରା ଭାରତର ନେତା ମାନଙ୍କ ସହିତ ସାଧରଣ ଜନତା ହୋଇଛନ୍ତି ସ୍ତବ୍ଧ । ୨୦୦୯ରୁ ଡିମେନେସିଆ ରେ ପୀଡିତ ଅଟଳ ଜୁନ୍୧୧ରେ ମୃତ୍ରଶୟ ସଂକ୍ରମଣ ଯୋଗୁ ଅଧିକ ଗୁରୁତର ହୋଇପଡିଥିଲେ । ଯାହା ଫଲରେ ଭାରତ ଆୟୁବିଜ୍ଞାନ ସଂସ୍ଥାରେ ଚିକିସôାଧୀନ ଥିଲେ । ଡାକ୍ତରମାନଙ୍କ ୩୬ଘଂଟାର ପରିଶ୍ରମ ଫଳରେ ମଧ୍ୟ ସଫଳ ହୋଇନଥିଲା । ପଣ୍ଡିତ ଜବାହାର ଲାଲାଙ୍କ ପରେ ସେ କମ୍ରାଗତ ଭାବରେ ୩ଥର ଭାରତର ପ୍ରଧାନମନ୍ତ୍ରୀ ପଦବୀ ମଣ୍ଡନ କରିଥିଲେ । ପ୍ରଥମେ ୧୯୯୬ରେ ୧୩ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ମାସ ଏବଂ ୧୯୯୯ରୁ ୨୦୦୪ ପ୍ରର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ ଉପବିଷ୍ଟ ହୋଇ ଭାରତରେ ନାନଦି ଜନହିତକର କାର୍ଯ୍ୟ କରିଯାଇଛନ୍ତି । ସେ ଗୱାଲିଅର ସହରରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାତାଥିଲେ କିଷ୍ଣା ଦେବୀ ଏବଂ ପିତା ଥିଲେ କିଷ୍ଣା ବିହାରୀ ବାଜପେୟୀ । ନିଜର ପ୍ରାଥମିକ ଶିକ୍ଷା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସମସ୍ତା କରବା ପରେ ଭିକ୍ଟୋରିଆ କଲେଜରେ(ଏବେ ରାଣୀ ଲକ୍ଷ୍ମୀବାଇ କଲେଜ) ଯୁକ୍ତ ୩ ଶେଷ କରିଥିଲେ । ପରେ କାନପୁର ଡିଏଭି କଲେରେ ରାଜନୀତି ବିଜ୍ଞାନରେ ପିଜି ଶେଷ କରି ବିଏଏଲଏଲବି କରିଥିଲେ । ଛାତ୍ର ଜୀବନରୁ ସେୁ ବିଭିନ୍ନ ତର୍କରେ ଭାଗନେଉଥିଲେ । ପାଠପଢ଼ା ସମୟରୁ ସେ ଆର.ଏ.ଏସରେ ଯୋଗଦେଇଥିଲେ । ସେ ସଂଘ କାର୍ଯ୍ୟରେ ନିଷ୍ଠାର ସହ ଲାଗିଥିଲେ । ଏପରକି ସେ କେତକ ଗଣମାଧ୍ୟମରେ କାର୍ଯ୍ୟ କରି ନିଜର ସାମ୍ବାଦିକତା ହେବା ଲକ୍ଷ ପୁରା କରିଥିଲେ । ରାଷ୍ଟ୍ରଧର୍ମ ପଂଚଜନ୍ୟ, ବିର ଅର୍ଜୁନ ଆଦି ପତ୍ରିକାରେ ସେ କାର୍ଯ୍ୟ କରିଥିଲେ । ସେ ଜଣେ ସୁ ସାହିତି୍ୟକ ମଧ୍ୟ ଥିଲେ । ତାଙ୍କର ପ୍ରସିଦ୍ଧ ପ୍ରଥମ କବିତା ଥିଲା ତାଜମହଲ, ପରେ ପରେ ମେରି ଏକ୍ୟାବନ କବିତା ସଂକଳନରେ ଉପବିଷ୍ଟ ହୋଇଥିଲା ତାଙ୍କର ବଛା ବଛା କବିତା । ୧୯୪୨ରେ ସେ ଜାତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ କାର୍ଯ୍ୟ କରି କାରାବରଣ ମଧ୍ୟ କରିଥିଲେ । ୧୯୭୫ରେ ଇନ୍ଦିରାଗାନ୍ଧୀଙ୍କ ନିର୍ବାଚକୁ ଅସିଦ୍ଧ ଘୋଷଣା ହେବାରୁ ଜାରୁରୀକାଳୀନ ପରିସ୍ଥିତିରେ ତାଙ୍କୁ ୨୨ମାସ ଜେଲ ରହିବାକୁ ପଡିଥିଲା । ଜାତିସଂଘର ପ୍ରତିଷ୍ଠାତା ଭାବରେ ୧୯୬୮ରୁ ୧୯୭୩ ପ୍ରର୍ଯ୍ୟନ୍ତ ସେ ତାହାର ଅଧ୍ୟକ୍ଷ ରହିଥିଲେ ।

ରାଜନୀତି
୧୯୫୭ରୁ ୨୦୦୯ ମଧ୍ୟରେ ସେ ୯ଥର ଲୋକସଭା ୧୯୬୨ ଏବଂ ୧୯୮୬ରେ ରାଜ୍ୟସଭାପକୁ ୨ଥର ନିର୍ବାଚିତ ହୋଇଥିଲେ । ଭାରତବର୍ଷର ଏକମାତ୍ର ସାଂସଦ ଭାବରେ ସେ ଉତରପ୍ରଦେଶ, ଗୁଜୁରାଟ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶ ଆଦି ସ୍ଥାନରୁ ସାଂସଦକୁ ନିର୍ବାଚିତ ହୋଇଛନ୍ତ । ମାତ୍ର ୩୩ବର୍ଷ ବୟସରେ ଉତରପ୍ରଦେଶର ବଳରାମପୁର ଲୋକସଭା ଆସନରେ ଜିତଥିଲେ । ଏହି ସମୟରେ ତାଙ୍କ ଭାଷଣ ଜବାହାରଲାଲ ନେହୁର ଉଚ୍ଚପ୍ରଶଂସା କରିଥିଲେ । ୧୯୫୯ରୁ ୧୯୭୭ ପ୍ରର୍ଯ୍ୟନ୍ତ ସେ ୨୦ବର୍ଷ ଧରି ଜନସଂଘ ସଂସଦୀୟ ଦଳର ନେତା ରହିଥିଲେ । ବାଜପେୟୀ ପ୍ରଥମ ବିଦେଶୀ ମନ୍ତ୍ରୀ ଭାବରେ ଜାତିସଂଘରେ ହିନ୍ଦିରେ ଭାଷଣ ଦେଇ ଭାରତକୁ ଗୌରବାନିତ କରିଥିଲେ । ୧୯୭୯ରେ ଜନତାପାର୍ଟି ଓ ରାଷ୍ଟ୍ରୀୟ ସଂୟ ସେବକ ସଂଘ ଏହି ଦୈତ ସଦସ୍ୟକୁ ନେଇ ବିବାଦ ଉପୁଜିବାରୁ ଅଟଳଙ୍କ ନେତୃତ୍ୱରେ ଲାଲକୃଷ୍ଣ ଆଡଭାନୀ, ବଲରାଜ ୋଧୋକପ୍ରମୁଖ ନେତା ମାନେ ଅଲାଗ ହୋଇ ଭାରତୀୟ ଜନତା ପାର୍ଟି ଗଠନ କରିଥିଲେ । ଏହି ଦଳ ୧୯୮୪ରେ ୨ଟି ଆସନ ଜିତିଥିବା ବେଳେ ୧୯୯୬ରେ ୧୬୧ଟି ଆସନ ଏବଂ ୧୯୯୮ରେ ୧୮୨ଟି ଆସନ ହାତେଇ ପାରିଥିଲା ସେହି ସମୟରେ ସଂଖ୍ୟ ଗରିଷ୍ଠତା ନହେବରୁ ଓଡିଶାର ତତକାଳୀନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ସରକାର ବିରୁଧରେ ଭୋଟ ଦେବରୁ ସରକାରୀଙ୍କ ପତନ ହୋଇଥିଲା । ପରେ ତାଙ୍କ ଦଳ ସଂଖ୍ୟ ଗରିଷ୍ଠତା ଲାଭ କରିଥିବାରୁ ୨୦୦୪ ମଇ ୧୩ପ୍ରର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । ୧୯୯୮ ମଇ ୧୩ରେ ପୋଖରାନ ଠାରେ ପରମାଣୁ ପରୀକ୍ଷା ‘ଅପରେସନ ଶକ୍ତି’ କରାଇଥିଲା । ଯାହାକି ଥିଲା ତାଙ୍କର ସବୁଠୁ ବଡ ସଫଳତା । ସେ ୧୦୦ବର୍ଷର କାବେରୀ ଜଳବିବାଦର ସମାଧାନ କରାଇଥିଲେ । ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନବନ୍ଦରର ବିକାଶ, ନୁଆ ଟେଲିକମ୍, କୋଙ୍କଣା ରେଳବାଇର ଶୁଭାରାମ୍ଭ, ଜାତୀୟ ରାଜପଥ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି କରାଇ ଜନସାଧରଣଙ୍କ ଅତି ନିକଟତର ହୋଇପରିଥିଲେ । ସେ ରାଷ୍ଟ୍ରୀୟ ସୁରକ୍ଷା ସମିିତି, ଆର୍ଥିକ ପରାମର୍ଶଦାତା କମିଟି ଲବଂ ବ୍ୟାପର ଓ ଉଦ୍ୟାଗ କବିଟି ମାନ ଗଠନ କରିଥିଲେ । ତାଙ୍କ ସମୟରେ କାରଗିଲ ଯୁଦ୍ଧ, ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣ, ୨୦୦୧ରେ ଗୁରୁରାଟ ଦଙ୍ଗା ଆଦି ଘଟଣା ଘଟିଥିଲା । ପାକିସ୍ତାନ ସହିତ ସମ୍ପର୍କରେ ସୁଧାର ଆଣିବା ପାଇଁ ୧୯୯୯ରେ ସେ ବସ ଯୋଗେ ଦିଲ୍ଲୀରୁ ଲାହୋର ଯାତ୍ରା କରିଥିଲେ । ୨୦୦୪ରେ ଏନଡିଏ ସରକାରୀ ଗଠନ କରାଯାଇ ଭାରତ ଉଦୟ ସ୍ଳୋଗାନ ଦେଇ ନିର୍ବାଚନ ଲଢ଼ିଯାଇଥିଲା । କିନ୍ତୁ ପରାଜୟ ବରଣ କରିଥିଲା । ଏହାପରଠାରୁ ବାଜପେୟୀ ରାଜନୀତି ଠାରୁ ଦୂରେଇ ରହିଥିଲେ । ୨୦୧୪ ଡେିସେମ୍ବର ୨୫କୁ ସରକାର ସୁଶାସନ ଦିବସ ପାଳନ କରିବାକୁ ନିଷ୍ପତି ନିଆଯାଇଥିଲା ।

ପୁରସ୍କାର

ତାଙ୍କର ଉଲ୍ଲେଖଦୀୟ କାର୍ଯ ପାଇଁ ୧୯୯୨ରେ ପଦ୍ମ ବିଭୁଷଣ, ୧୯୯୩ କାନପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନଜନକ ଡକ୍ଟରେଟ୍ ଉପାଧି, ୧୯୯୪ରେ ଭରତ ରତ୍ନ ପଣ୍ଡିତ ଗୋବିନ୍ଦ ଭଲ୍ଲଭ ପୁରସ୍କାର, ୧୯୯୪ରେ ଲୋକମାନ୍ୟ ତିଳକ ପୁରସ୍କାର, ୨୦୧୪ରେ ଭାରତ ରତ୍ନ ପୁରସ୍କାର ଆଦି ମିଳିଥିଲା ।
ତେବେ ଏଭଳି ଜଣେ ମହାନ ଦଗବିଜୟୀ ଜନନେତାଙ୍କ ବିୟୋଗରେ ସମଗ୍ର ଦେଶ ସ୍ତବ୍ଧ ହେବା ସହିତ ଦେଶର ନେତାମାନେ ମିୟାମଣ ହୋଇପଡିଛନ୍ତି । ତାଙ୍କର ସ୍ଥାନ ଅନ୍ୟ କେହି ପୂରଣ କରିବା ଦିବା ସ୍ୱପ୍ନ ବୋଲି ନେତା ମାନେ ମତବ୍ୟକ୍ତ କରିବା ସହିତ ଦୀର୍ଘ ପଥ ଚାଲିଚାଲି ତାଙ୍କର ଅନ୍ତିମ ବିଦାୟ ଯାତ୍ରରରେ ଯୋଗଦେଇ ଅଶ୍ରୃଳ ବିଦାୟ ଜଣାଇଥିଲେ । ଶେଷର ପାଳିତ ଝିଅ ନମିତା ଯମୁନା ରାଷ୍ଟ୍ରୀୟ ସ୍ମୃତିପୀଠରେ ମୁଖାଗ୍ନି ଦେଇଥିଲେ । ପଢନ୍ତୁ ସନ୍ଧାନ ନିୟୁଜ ଇ ପେପର ଅଗଷ୍ଟ ସଂଖ୍ୟା, ଏଠାରେ କ୍ଲକି୍ କରି ଡାଉନଲୋଡ୍ କରନ୍ତୁ

Related Posts

About The Author

Add Comment