ଯାଜପୁର, ୩୧/୦୫/୨୦୨୧ (ସନ୍ଧାନ ନିଉଜ) : ଲୋକ ମାନଙ୍କୁ ଅଧିକ ରିଟର୍ଣ୍ଣ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ୮ ଗୋଟି ସଂସ୍ଥା ଲୋକ ମାନଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିବା ସଂପର୍କରେ ଅର୍ଥ ବିଭାଗ ନିକଟରେ ଅଭିଯୋଗ ମିଳିଚ୍ଥି । ଏହି ସଂସ୍ଥା ଗୁଡିକ ଭାରତୀୟ ରିଜର୍ଭ ବ୍ୟାଙ୍କର ପଞ୍ଜିକୃତ ସଂସ୍ଥା ବୋଲି ମଧ୍ୟ ମିଥ୍ୟା ତଥ୍ୟ ଲୋକଙ୍କ ନିକଟରେ ଉପସ୍ଥାପନ କରି ଉକ୍ତ ସଂସ୍ଥା ସାଧାରଣ ଲୋକ ମାନଙ୍କୁ ଏକ ପ୍ରକାର ଠକାମୀର ଶିକାର କରୁଚ୍ଥନ୍ତି । ତେଣୁ ଏହି ସଂସ୍ଥା ଗୁଡିକ ପ୍ରତି ସତର୍କ ରହିବାକୁ ଅର୍ଥ ବିଭାଗର ଡେପୁଟୀ କେକ୍ରେଟାରୀ ଏକ ପତ୍ର ମାଧ୍ୟମରେ ସମସ୍ତ ଜିଲ୍ଳ୍ାପାଳ ତଥା ଜିଲ୍ଳା ଏସ୍.ପି. ମାନଙ୍କୁ ସୂଚନା ଦେଇଚ୍ଥନ୍ତି । ଉପ ସଚିବଙ୍କ ପତ୍ର ଅନୁସାରେ ଏମେକ୍ସ ପଂଣ୍ଡାମେଣ୍ଟାଲ ଟ୍ରାଜେଡକ୍ସ ମାର୍କେଟିଂ ଇଣ୍ଟନନ୍ୟାସନାଲ ପ୍ରାଇଭେଟ ଲିମିଟେଡ, ବିତ୍ବେ ଆସେଟସ୍ ମାନେଜମେଣ୍ଟ ଲିମିଟେଡ, ସେଭ୍ ବିସି ପ୍ରାଇଭେଟ ଲିମିଟେଡ୍, ମାଇ ଟାଟା କ୍ୟାପିଟାଲ, ଡିଜିଟାଲ ଇନ୍କମ୍, ଆଧାର କ୍ୟାସ୍, ଡାରୱିନ୍ ପ୍ଳାଟପଂର୍ମ ରିପାଇନେରିଜ୍ ଲିମିଟେଡ୍ ଓ ଅନ୍ଲାଇନ୍ଡିପେଟ୍ଅରିଜର୍ଭ ବ୍ୟାଙ୍କିଂ ଇଣ୍ଡିଆ.ଓଆଜି ଭଳି ଆଠଟି ସଂସ୍ଥା ଏଭଳି କାରବାର କରୁଥିବା ଜଣାଯାଇଚ୍ଥି । ତେଣୁ ଜନସାଧାରଣ ଏ ସଂପର୍କରେ ସଚେତନ ହୋଇ ଏଭଳି ସଂସ୍ଥା ମାନଙ୍କ ଠାରୁ ଦୂରରେ ରହିବାକୁ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚ୍ଥି ।
ଅସ୍ଥିତ୍ୱ ହୀନ ଆର୍ଥିକ ସଂସ୍ଥା ଗୁଡିକ ପ୍ରତି ସତର୍କ ରହିବାକୁ ପରାମର୍ଶ ।
|
May 31, 2021 |
