ଅଷ୍ଟମ ଥର ବିଜେଡି ସଭାପତି ହେବେ ନବୀନ

ଭୁବନେଶ୍ୱର,୨୩/୦୨/୨୦ (ସନ୍ଧାନ ନିଉଜ) : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦବୀ ବଜାୟ ରହିବ। ଏଥର ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବାପରେ ସେ ହେବେ କ୍ରମାଗତ ଅଷ୍ଟମଥର ପାଇଁ ଦଳର ସଭାପତି। ୨୬ ତାରିଖରେ ଦଳର ରାଜ୍ୟ କାର୍ଯ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ଦଳର ସଭାପତି ଘୋଷଣା କରାଯିବ।

ଖବର ଅନୁଯାୟୀ ଡିସେମ୍ବର ୨୭ରୁ ଫେବୃଆରୀ ୨୦ ତାରିଖ ମଧ୍ୟରେ ଦଳର ପ୍ରାଥମିକ, ବ୍ଲକ୍ ଓ ଜିଲ୍ଲା ସଭାପତି ଓ କମିଟି ସଦସ୍ୟ ନିର୍ବାଚନ ଶେଷ ହୋଇଛି। ଦଳର ୨୭୨ଜଣିଆ କାର୍ଯ୍ୟ ପରିଷଦ ସଦସ୍ୟ ଚୟନ ପ୍ରକ୍ରିୟା ସରିଛି। ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା। ସଦସ୍ୟମାନେ ନିଜର ନାମାଙ୍କନ ପତ୍ର ଦଳୀୟ କାର୍ଯ୍ୟାଳୟରେ ଦାଖଲ କରିବେ। ସଭାପତି ପଦ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୦ଜଣ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ସମସ୍ତ ବରିଷ୍ଠ ନେତାମାନଙ୍କୁ ଉପସ୍ଥିତ ରହିବାକୁ ରହିଛି ନିର୍ଦ୍ଦେଶ।

ଦଳର ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ କହିଛନ୍ତି ଆସନ୍ତାକାଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ୨୪ତାରିଖରେ ଯାଞ୍ଚ ଓ ୨୫ତାରିଖରେ ପ୍ରତ୍ୟାହାର। ୨୬ତାରିଖରେ ନାଁ ଘୋଷଣା ହେବ। ୨୬ ତାରିଖରେ ଦଳର ରାଜ୍ୟ କାର୍ଯ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ସଭାପତି ଚୟନପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦିଆଯିବ।

Related Posts

About The Author

Add Comment