ଅମରାବତୀ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବୀ

Spread the love
  • 12
    Shares

ଯାଜପୁର,():-

ବଡଚଣା ବ୍ଳକର ଶକ୍ତିପୀଠ ଭାବେ ବେଶ ପରିଚିତ ଥିବା ଛତିଆ ସ୍ଥିତ ସୋଲର ପଞ୍ଚାୟତର ଇନ୍ଦ୍ର ଇନ୍ଦ୍ରାଣୀଙ୍କ ବିଜେସ୍ଥଳୀ ଭାବେ ଖ୍ୟାତି ଅର୍ଜନ କରିଥିବା ଅମରାବତୀ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ଦାବୀ ହୋଇଛି । ଏହି ବ୍ଳକ ୪୩ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ବଡଚଣାର ପ୍ରବେଶ ପଥରେ ପଡେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଛତିଆବଟ ଓ ଅମରାବତୀ ପୀଠ । ଯାହାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହରୁ ବହୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସତ୍ୱେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଟାଳଟୁଳ ନୀତି ପାଇଁ ଏହି ଅମରାବତୀ ପୀଠ ଏବେ ତାର ଅସ୍ଥିତ୍ୱ ହରାଉଛି । ଗତ କିଛି ଦିନ ପୂର୍ବେ ଏଠାରେ ସନ୍ଧାନ ମିଳିଥିବା କେତେକ ଐତିହାସିକ କିର୍ତ୍ତିରାଜିକୁ ତଦନ୍ତ କରିବା ପାଇଁ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ନିଦେ୍ର୍ଧଶିକା ସଂଘମିତ୍ରା ଶତପଥୀ ଅମରାବତୀ ପୀଠକୁ ଆସି ତାର କିମ୍ବଦନ୍ତି ଉପରେ ଆଲୋଚନା କରିବା ସହ ଏହାକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ବିଭାଗ ପକ୍ଷରୁ ୭୮ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରିଥିଲେ । ପରେ ଏହାର ଚର୍ତ୍ତୁପାଶ୍ୱର୍ରେ ପ୍ରାଚୀର ନିର୍ମାଣ କରାଯାଇଥିଲା କିନ୍ତୁ ମନ୍ଦିର ତାର ପରିସରକୁ ଅଧିକ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆନଯିବା ନେଇ ଘୋର ଅସନ୍ତୋଷ ବୃଦ୍ଧି ପାଉଛି ।

  • 12
    Shares

Related Posts

About The Author

Add Comment