ଅଭିଶପ୍ତ ମନ୍ଦିର, ଯେଉଁଠି ଯିବାକୁ ଲାଗେ ଡର, ଭୂତ, ପିଶାଚ କରନ୍ତି ତାଣ୍ଡବ

Spread the love

ଭୁବନେଶ୍ୱର ବ୍ୟୁରୋ , ୨୦/୧୧ (ସନ୍ଧାନ ନିଉଜ) : ସାଧାରଣତଃ ମନ୍ଦିର ଗଲେ ମନରୁ ଭୟ ପଳାଇ ଯାଇଥାଏ। କିନ୍ତୁ ଭାରତରେ ଏଭଳି ଏକ ମନ୍ଦିର ଅଛି, ଯେଉଁଠିକୁ ଯିବାକୁ ଲୋକେ ଭୟ କରିଥାନ୍ତି। ଆପଣଙ୍କୁ ବିଶ୍ୱାସ ନହେଲେ ବି ସତ। ଆଉ ଏଭଳି ଏକ ମନ୍ଦିର ଭାରତରେ ଅଛି। ମନ୍ଦିରରେ ଭୂତ ପିଶାଚ ଥିବାରୁ ଲୋକେ ଭୟରେ ଯାଇନଥାନ୍ତି। ମନ୍ଦିରଟି ହିମାଚଳ ପ୍ରଦେଶର ଚମ୍ବାର କସବେ ଭରମୋରରେ ଅବସ୍ଥିତ।

ମନ୍ଦିରଟି ଦେଖିବାକୁ ଛୋଟ ହୋଇଥିବା ବେଳେ ଏହାର ଖ୍ୟାତି ଅଧିକ। ଲୋକକଥା ଅନୁସାରେ ଏହି ମନ୍ଦିରଟି ହେଉଛି ମୃତ୍ୟୁର ଦେବତା ଯମରାଜାଙ୍କର। ବିଶ୍ୱର ଏହା ଏଭଳି ଏକମାତ୍ର ମନ୍ଦିର ଯାହାକୁ ଯମରାଜାଙ୍କୁ ସମର୍ପିତ କରାଯାଇଛି। ମନ୍ଦିରରେ ଚିତ୍ରଗୁପ୍ତଙ୍କ ପାଇଁ ଏକ ଘର ରହିଛି। ଚିତ୍ରଗୁପ୍ତ ଲୋକଙ୍କ ଖରାପ କର୍ମ ଉପରେ ନଜର ରଖିଥାଏ। ମନୁଷ୍ୟର କର୍ମ ଅନୁସାରେ ସେ ସ୍ୱର୍ଗ କିମ୍ବା ନର୍କ ଲୋକକୁ ପଠାଇଥାଏ।

ଏହି ମନ୍ଦିରର ଚାରି ପାର୍ଶ୍ୱରେ ଚାରୋଟି ଦ୍ୱାର ରହିଛି। ଯାହା ସୁନା, ଚାନ୍ଦି, ତମ୍ବା ଏବଂ ଲୁହାରେ ନିର୍ମିତ। କୁହାଯାଏ ଅଧିକ ପାପ ଅର୍ଜନ କରିଥିବା ବ୍ୟକ୍ତି ଲୁହା ଗେଟ ଦେଇ ଯାଇଥାନ୍ତି। ସେହିପରି ପୁଣ୍ୟ କରିଥିବା ଲୋକ ସୁନା ଗେଟ୍ ଦେଇ ପ୍ରବେଶ କରିଥାନ୍ତି। ଅର୍ଥାତ କେଉଁ ବ୍ୟକ୍ତିକୁ ସ୍ୱର୍ଗପ୍ରାପ୍ତି କେଉଁ ଲୋକକୁ ନର୍କ ପ୍ରାପ୍ତି ହେବ ତାହାର ନିଷ୍ପତ୍ତି ଚିତ୍ରଗୁପ୍ତ ନେଇଥାନ୍ତି। ସେଥିପାଇଁ ଏହି ମନ୍ଦିର ଭିତରକୁ ଯିବାକୁ ଲୋକେ ଭୟ କରିଥାନ୍ତି।

Related Posts

About The Author

Add Comment