ଅଭିଯୋଗ ପରେ ବି ମରାମତି ହେଉନି ଗ୍ରାମ୍ୟ ରାସ୍ତା; ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ବିଡିଓ

Spread the love

ଚଣ୍ଡିଖୋଲ, ୫/୦୫(ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ): ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର ଗ୍ରାମାଂଚଳରେ ଗମନା ଗମନ ପାଇଁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଏହାକୁ ବାସ୍ତବ କ୍ଷେତ୍ରରେ ତାକୁ କାର୍ଯ୍ୟକାରୀ କରିବାକୁ ବ୍ଳକ ପ୍ରଶାସନ ହେଉ କି ପଂଚାୟତ ପ୍ରତିନିଧି ଗୁରୁତ୍ୱ ଦେଉ ନାହାନ୍ତି । ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତରେ ସୁଙ୍ଗୁଡା ଗ୍ରାମର ୩ନଂ ଓାର୍ଡର ଦେଖାଦେଇଛି ଏଭଳି ଏକ ଦୟନୀୟ ଅବସ୍ଥା । ଗ୍ରାମର ମୁଖ୍ୟ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହେବା ପରେ କିଛି ବର୍ଷ ପୂର୍ବେ ତାକୁ ପକ୍କା ରାସ୍ତା କରାଯାଇଥିଲା । ବିଭିନ୍ନ ସାହିକୁ ଯାତାୟତ ପାଇଁ ଉଦ୍ଦିଷ୍ଟ ରାସ୍ତା ନିର୍ମାଣ ଓ ମରାମତି ପାଇଁ ବ୍ଳକ ଓ ପଂଚାୟତ ଅଧିନରେ ରହିଅଛି କିନ୍ତୁ ସୁଙ୍ଗୁଡା ଗ୍ରାମର ୩ନଂ ଓାର୍ଡର ମାହାଲା ସାହିଠାରୁ ରାଉତ ସାହି ପର୍ଯ୍ୟନ୍ତ ରାସ୍ତାଟି ମରାମତି ନହେବାରୁ ରାସ୍ତା ଉପରେ ପାଣି ଜମି ରହୁଅଛି । ଯାହା ଫଳରେ ମଶା, ମାଛି ସୃଷ୍ଟି ହେବା ସହ ଦୁର୍ଗନ୍ଧ ବାହାରିବାରୁ ସେଠାକାର ଲୋକମାନେ ବିଭିନ୍ନ ରୋଗବ୍ୟାଧିରେ ପଡୁଛନ୍ତି । ଏ ସଂପର୍କରେ ବ୍ଳକର ବି.ଡି.ଓ. ସ୍ଥାନୀୟ ସରପଂଚ ଓ ସମିତି ସଭ୍ୟଙ୍କୁ ଏକ ଲିଖିତ ଅଭିଯୋଗ ଗତ ୨୦୨୦ ମସିହା ଏପ୍ରିଲ ମାସରେ ଦିଆଯାଇଥିଲା । ଏଥିରେ କୌଣସି ସୁଫଳ ନ ମିଳିବାରୁ ଚଳିତ ବର୍ଷ ଏପ୍ରିଲ ମାସରେ ଜିଲ୍ଲାପାଳ ଓ ବିଡିଓଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ଜିଲ୍ଲାପାଳ ଅଭିଯୋଗ ପାଇବା ପରେ ତୁରନ୍ତ ଏହାର ସମାଧାନ ପାଇଁ ବିଡିଓଙ୍କୁ ମଧ୍ୟ ଅବଗତ କରିଥିଲେ । କିନ୍ତୁ ବିଡିଓଙ୍କୁ ସାହିର ଲୋକମାନେ ଭେଟିବାରୁ ସେ କହିଥିଲେ ଆମର ଟଙ୍କା ନାହିଁ କହି ଏହାକୁ ଏଡାଇ ଯାଇଥିଲେ । ଏହାକୁ ତୁରନ୍ତ ମରାମତି କରିବାକୁ ଗ୍ରାମର ପ୍ରହ୍ଳାଦ ରାଉତ, ଅଞ୍ଜନ ମାହାଲା, ବାମଦେବ ରାଉତ, ମହେନ୍ଦ୍ର ମାହାଲା, ଚିତରଞ୍ଜନ ମାହାଲା, ପରମାନନ୍ଦ ମାହାଲା, ମାନସ ମାହାଲା, ମନମୋହନ ରାଉତ ପ୍ରମୁଖ ଦାବି କରିଛନ୍ତି । ଯଦି ଏହାର ସମାଧାନ କରା ନଯାଏ କରୋନା ଭଳି ମାହାମାରୀ ସମୟରେ କେହି ରୋଗ ବ୍ୟାଧିରେ ପଡନ୍ତି ପ୍ରଶାସନ ସେଥିପାଇଁ ଉତରଦାୟୀ ରହିବେ ବୋଲି ଗ୍ରାମବାସୀ ମାନେ ମତ ଦେଇଛନ୍ତି ।

Related Posts

About The Author

Add Comment