ଅଭିଯୁକ୍ତକୁ ପ୍ରଜା କୋର୍ଟରେ ଦଣ୍ଡ ଦାବି ଟାୟାର ଜାଳି ରାସ୍ତାରୋକ କଲେ ଲୋକେ

Spread the love

ବାଲେଶ୍ଵର ୧୬/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୌଣସି କାରଣ ନଥାଇ ଜଣେ ଯୁବକଙ୍କୁ ବାରମ୍ବାର ଗାଳିଗୁଲଜ କରିବା ଓ ପ୍ରତିବାଦ କଲେ ଜୀବନରୁ ମାରିଦେବାକୁ ଅନ୍ୟ ଜଣେ ଯୁବକ ଧମକ ଦେଉଛି । ଗ୍ରାମବାସୀ ଏଥିରେ ଉତ୍ୟେକ୍ତ ହୋଇ ସଂପୃକ୍ତ ଯୁବକକୁ ଧରି ପ୍ରଜାକୋର୍ଟରେ ଦଣ୍ଡ ଦେଇଥିଲେ । ଏହାକୁ ନେଇ ଗାଁରେ ତମ୍ବିତାଫାନ ଘଟିଛି । ଏଭଳି ଅଭାବନୀୟ ଘଟଣା ବୁଧବାର ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ନିଚନ୍ଦପୁର ଗାଁରେ ଦେଖିବାକୁ ମିଳିଥିଲା ।

      ଘଟଣାରୁ ପ୍ରକାଶ, ନିଚନ୍ଦପୁର ଅଞ୍ଚଳର ବିଶ୍ୱଜିତ ଦଳେଇ ଓରଫ ରାଜା ସେହି ଅଞ୍ଚଳର ଗୌରାଙ୍ଗ ଚନ୍ଦ୍ର ପାତ୍ର ଓରଫ ଭରତ ନାମକ ଜଣେ ବ୍ୟକ୍ତିଙ୍କୁ ଗତକାଲି ରାତ୍ର ୧୦ଟା ବେଳେ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ପାଟିତୁଣ୍ଡ ଶୁଣି ଗ୍ରାମବାସୀମାନେ ସେଠାରେ ପହଞ୍ଚିଥିଲେ । ସେତେବେଳେ ଗୌରାଙ୍ଗଙ୍କୁ ରାଜାର ମାଡ଼ ମାରୁଥିବା ସେମାନେ ଦେଖିବାକୁ ପାଇଥିଲେ । ରକ୍ତାକ୍ତ ଅବସ୍ଥାରେ ଗୌରଙ୍ଗଙ୍କୁ ଦେଖି ଗ୍ରାମବାସୀ ଉତ୍ତେଜିତ ହୋଇ ଉଠିଥିଲେ । କିଛି ଦିନ ତଳେ ରାଜା ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତାଙ୍କ ଆଖି ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଥିଲା । ବୁଧବାର ପୁଣି ଗାଁରେ ଏଭଳି ଆକ୍ରମଣ ଦେଖି ରାଜାକୁ ମାଡ଼ ମାରିବାକୁ ଲୋକେ ଗୋଡ଼ାଇଥିଲେ ।  ମାତ୍ର ରାଜା ଘର ଭିତରକୁ ଦୌଡ଼ି ପଳାଇ ଯାଇଥିଲା । ତେବେ ଉଭ୍ୟକ୍ତ ଗ୍ରାମବାସୀ ତାଙ୍କ ଘରକୁ ଘେରଉ କରି ରଖିଥିଲେ । ଖବରପାଇ ନୀଳଗିରି ଏସଆଇ ବାସୁଦେବ  ଜୟସିଂହ ଘଟଣାସ୍ଥଳରେ ପହଞ୍ଚି  ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ରାଜାକୁ ପୁଲିସ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ଛାଡ଼ି ନଥିଲେ । ପରେ ନୀଳଗିରି ଥାନା ଆଇଆଇସି ମିନତୀ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହିତ ରାଜ୍ୟକୁ ଥାନାକୁ । ଆଣିବାକୁ ଚେଷ୍ଟା କରିଥିଲେ । ମାତ୍ର କିଛି ସୁଫଳ ମିଳି ନଥିଲା । ଅଭିଯୁକ୍ତକୁ ଗାଁ ଲୋକଙ୍କୁ ଦିଆଯାଉ, ତାପାଇଁ ପ୍ରଜାକୋର୍ଟ ବସିବା ବୋଲି ଲୋକେ କହିଥିଲେ । ପୁଲିସ ଏଭଳି କଥା ଶୁଣି ରାତ୍ରରେ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ।  କେବଳ ଗାଁରେ ପୁଲିସ ମୁତୟନ ହୋଇଥିଲେ । ଅନ୍ୟପଟେ ରାତି ସାରା ଅଭିଯୁକ୍ତ ଘର ଚାରିପଟେ  ଗ୍ରାମବାସୀ ଜଗି ରହିଥିଲେ । ବୁଧବାର ସକାଳେ ପରିସ୍ଥିତି ବିଗିଡ଼ି ଯାଇଥିଲା । ଉଭ୍ୟକ୍ତ ଗ୍ରାମବାସୀ  ଟାୟାର ଜାଳି ପଞ୍ଚଲିଙ୍ଗେଶ୍ଵର-ନୀଳଗିରି ରାସ୍ତା ଅବରୋଧ କରିଥିଲେ । ରାଜାକୁ ପୁଲିସ  ନେବନି, ବରଂ ପ୍ରଜାକୋର୍ଟ ବସି ଉଚିତ ନ୍ୟାୟ କରାଯିବ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ । ଦିନ ୧୦ଟା ବେଳେ ନୀଳଗିରି ଏସଡିପିଓ ଅମୂଲ୍ୟ ଧର ଓ ଆଇଆଇସି ମିନତୀ ବିଶ୍ବାଳ  ଘଟଣାସ୍ଥଳରେ ପହଞ୍ଚି ଉ ତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ରାଜା ବିରୋଧରେ କଠୋର କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହି ଆନ୍ଦୋଳନରେ ଗ୍ରାମର ସସ୍ମିତା ପାତ୍ର, ଦମୟନ୍ତି ପାତ୍ର, ଅମିତା ପାତ୍ର, ସୁକା ନ୍ତି ପାତ୍ର, ଯଶୋଦା ପାତ୍ର, କମଳିନୀ  ପାତ୍ରଙ୍କ ସମେତ ଶତାଧିକ ବ୍ୟକ୍ତି ସାମିଲ ଥିଲେ । ଏହାପରେ ରାଜା ଘରେ ପୁଲିସ ଯାଞ୍ଚ କରିବା ସହ ଲୁହାରଡ଼ ଜବତ କରିଥିଲା ।  ରାଜାକୁ ଗିରଫ କରିଥିଲା ଏପରିକି ତା’ ବାପା ମାଆଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି । ତେବେ ଗ୍ରାମବାସୀ ପ୍ରଜାକୋର୍ଟ ବସାଇ ଆଇନକୁ ହାତକୁ ନେବା ଦାବି ଗ୍ରହଣୀୟ ନୁହଁ । ବାରମ୍ବାର ଆକ୍ରମଣ କରି ବା ଓ ଧମକଚମକ ଦେବାରେ ଅତିଷ୍ଠ ହୋଇ  ଗ୍ରାମବାସୀମାନେ ଉତ୍‌କ୍ଷି ପ୍ତ ହୋଇ ଏ ଭଳି କରି ଥି ବା ଆଇ ଆଇସି ଶ୍ରୀମତୀ ବିଶ୍ବାଳ ସୂଚନା ଦେଇଛନ୍ତି ।

Related Posts

About The Author

Add Comment