ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

Spread the love

ଯାଜପୁର ସଦର ୧୯/୮(ସନ୍ଧାନ ନିୟୁଜ) ଯାଜପୁର ବ୍ଲକ ନୀଳକଣ୍ଠପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସାନବାଗସାହି ପ୍ରାଥମିକ ବିଦ୍ୟାଳୟ ପରିିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାନବାଗସାହି ପ୍ରାଥମିକ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବ୍ରଜମୋହନ ମହାନ୍ତିଙ୍କୁ ଆଜି ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଜାଡେଇ ମଧ୍ଯ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଯାଜପୁର ମଣ୍ଡଳ ଶିକ୍ଷାଧିକାରୀ ଦେବୀଲାଲ ମଲ୍ଲିକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ହାଜରହିଁମିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋରଞ୍ଜନ ବିଶ୍ୱାଳ, ନୀଳକଣ୍ଠପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଦାମିନି ପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସଂସଦର ସଭ୍ୟ ମଣ୍ଟୁଦାସ ପରିଚାଳନା କରିଥିଲେ। ଶିକ୍ଷକ ଅବଦୁଲ ରସିଦ ଖାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ବୈକୁଣ୍ଠନାଥ ଜେନା ଓ ଚିନ୍ତାମଣୀ ନାୟକ,ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ ସାମଲଙ୍କୁ ସମ୍ମାନିତ କରାଯାଇ ଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ,ଗ୍ରାମବାସୀ

Related Posts

About The Author

Add Comment