ଯାଜପୁର, ୭/୯ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧିନ କଲାଣ୍ଡ ଗ୍ରାମର ଶ୍ରୀ କରୁଣା କର ସାହୁ ଙ୍କର ଗତକାଲି ରାତ୍ରରେ ହୁଦ୍ ଘାତ ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳେକୁ ତାଙ୍କୁ ୭୬ ବର୍ଷହୋଇଥିଲା ।ସେ ଏକାଧାରାରେ ଜଣେ ଶିକ୍ଷାବିତ୍ ଦକ୍ଷ ସଂଗଠକ ସମାଜ ସେବୀ ଓ ମେଳାପୀ ବ୍ୟକ୍ତି ଥିଲେ।ସେ ତାଙ୍କର ଚାକିରୀ ଜୀବନ ପଙ୍କପାଳ ଶାସନ ରୁ ଆରମ୍ଭ କରି ଥିଲେ ପରେ ଜାରକା କାୟମା ଓ ପୁଣି ପଙ୍କପାଳ ଆସିଥିଲେ ଶେଷରେ ରେଖିଦେଇପୁର ନୋଡାଲ ଉଚ୍ଚବିଦ୍ୟଳୟରେ ଅବସର ନେଇଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ କଲାଣ୍ଡ, ରେଖିଦେଇପୁର, ପାଇକରାପୁର,ମାଳ ,ଏଣ୍ଡଳବା, ପାଟପୁର, ବିଛାଖଣ୍ଡି,ଦଶମାଣ ଓ ଏହାର ଆଖ ପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।ଏହି ପରିପିଖିରେ ରେଖିଦେଇପୁର ନୋଡାଲ ଉଚ୍ଚବିଦ୍ୟଳୟରେ ସ୍ୱଗର୍ତ ସାହୁଙ୍କର ଶୋକସଭା କରାଯାଇଥିଲା । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଆଜି ସ୍ୱଗର୍ତ ସାହୁଙ୍କର ମର ଶରୀର ନିଜ ଗ୍ରାମରେ ଶୋଭା ଯାତ୍ରା କରି ଗ୍ରାମ ଚତ୍ରୁପାର୍ଶ୍ୱ ପରିକ୍ରମା କରି ଥିଲେ। ଏତିକିବେଳେ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ରୁଣ୍ଡିଭୁତ ଜନତା ତାଙ୍କର ଶେଷ ଦର୍ଶନ କରିଥିଲେ ।ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବନ୍ଧୁ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।ଆଜି ମଧ୍ୟନ ସମୟରେ ଶ୍ରୀ ସାହୁ ଙ୍କର ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସଂପଣ୍ଣ କରାଯାଇଥିଲା ବଡ଼ପୁଅ ତପନ ମୁଖାଗ୍ନି ଦେଇଥିଲେ ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ
|
September 7, 2019 |
