ଅବସରପ୍ରାପ୍ତ ଦମକଳ କର୍ମଚାରୀଙ୍କ ପରଲୋକ

Spread the love
  •  
  •  
  •  
  •  
  •  

ଯାଜପୁର ସଦର,୨୧/୧/୨୦୨୧(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଂଚାୟତ ଜନକ ଗ୍ରାମର ଅବସରପ୍ରାପ୍ତ ଦମକଳ କର୍ମଚାରୀଙ୍କ ହାଟଷ୍ଟୋକ୍‌ରେ ମୃତ୍ୟୁ ଘଟିଚି । ଘଟଣାରୁ ପ୍ରକାଶ ଯେ, ଜନକ ଗ୍ରାମର ଅବସରପ୍ରାପ୍ତ କର୍ମଚାରୀ ଗୋପାଳ ଚନ୍ଦ୍ର ଦାଶ(୮୫)ଙ୍କର କଟକ ମେଡିକାଲରେ ମୃତ୍ୟୁ ଘଟିବାରୁ ତାଙ୍କ ମର ଶରୀରକୁ ନିଜ ଗ୍ରାମ ଜନକ କୁ ଅଣାଯାଇଥିଲା । ବନ୍ଧୁବାନ୍ଧବ ଏବଂ ଗ୍ରାମବାସୀମାନେ ଶ୍ରୀ ଦାଶଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବଡ଼ବାଲିକୁଦା ପଂଚାୟତର ସରପଂଚ ଗଗନ ବିହାରୀ ସ୍ୱାଇଁ ଶ୍ରୀ ଦାଶଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବାସ ଭବନରେ ପହଁଞ୍ôଚ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ । ତାଙ୍କ ଆତ୍ମାର ସଦ୍ଗତି ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶ୍ରୀ ଦାଶ ଦମକଳ ବାହିନୀରେ ଚାକିରୀ କରି ଅବସର ନେବାପରେ ନିଜ ଗ୍ରାମ ଜନକରେ କୃଷକ ଭାବରେ କାର୍ଯ୍ୟକରିବା ସହିତ ବିଭିନ୍ନ ଅନୁଷ୍ଟାନ ମାନଙ୍କରେ ଶ୍ରୀ ଦାଶ ଜଡ଼ିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଶ୍ରୀ ଦାଶ ବ୍ରହ୍ମବରଦା ଷ୍ଟେଟ୍‌ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଅଟଣବିହାରୀ ଦାଶଙ୍କ ବାପା ଅଟନ୍ତି । ଶ୍ରୀ ଦାଶଙ୍କ ମୃତ୍ୟୁରେ ଜନକ ଗ୍ରାମରେ ଶୋକର ଛାୟା ଖେଳି ଯାଇଚି । ତାଙ୍କ ମରଶରୀରକୁ ପରିବାର ବନ୍ଧୁ ଆତ୍ମୀୟ ସ୍ୱୋଜନ ଏବଂ ତାଙ୍କର ହିତାକାଙ୍ôଖ ମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କୁ ଶେଷ ଦର୍ଶନ କରିଥିଲେ । ବିରାଟ ଶୋଭାଯାତ୍ରାରେ ଶ୍ରୀ ଦାଶଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରି ଶୋକାକୁଳ ପରିବେଶରେ ଶବ ସଂସ୍କାର କରାଯାଇଥିଲା । ଶ୍ରୀ ଦାଶଙ୍କ ପୁଅ ଅଟଣବିହାରୀ ଦାଶ ମୁଖାଗ୍ନୀ ଦେଇଥିଲେ । ଶ୍ରୀ ଦାଶଙ୍କ ମୃତ୍ୟୁରେ ଜନକ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Related Posts

About The Author

Add Comment