ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, 10 ଗିରଫ

Spread the love

ଭଦ୍ରକ,୧୮/୧୦ (ସନ୍ଧାନ ନିୟୁଜ/ରମେଶ ନାୟକ) ଓଡ଼ିଶା ପ୍ରସିଦ୍ଧ ଭଦ୍ରକର କାଳୀପୂଜାକୁ ଦୃଷ୍ଟିରେ ରଖି ଜିଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଦ୍ରକର ଅବକାରୀ ଭ୍ରାମ୍ୟମାଣ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ଟିମ୍ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଦେଶୀ ଚୋରା ମଦ ପ୍ରସ୍ତୁତି ସାମଗ୍ରୀ ଓ ମଦ ରନ୍ଧା ସରଞ୍ଜାମ ଜବତ କରି ୧୦ ଜଣଙ୍କୁ ଗିରଫ କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକର ପ୍ରସିଦ୍ଧ କାଳୀପୂଜା ଉପଲକ୍ଷେ ଶାନ୍ତିଶୃଙ୍ଖଳା ରକ୍ଷା ନିମିତ୍ତ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ବରାଡଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉପନିରୀକ୍ଷକ ସ୍ପନ୍ଦନ ମହାନ୍ତି, ସଂଜୟ କୁମାର ପଣ୍ଡା, ସହ ଉପନିରୀକ୍ଷକ ପୁରସ୍ତମ ମଲ୍ଲିକ, ରାଧାନାଥ ନାୟକ, ଅବକାରୀ ସିପାହୀ ଭବେଶ ଦାସ, ପ୍ରଦୀପ ମଲ୍ଲିକ, ପରେଶ ଚନ୍ଦ୍ର ଟୁଡୁ, ମୁରଲୀ ପ୍ରଧାନ, ଦୀପକ ରାଉତଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଭଦ୍ରକ ଗ୍ରାମାଞ୍ଚଳ ଓ ତିହିଡି ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରି ତଳାଙ୍ଗର ଲକ୍ଷ୍ମୀଧର ମୁଣ୍ଡା, ଗଣେଶ ବେହେରା, ସାହାଡର ପ୍ରଭାକର ବେହେରା, ଲଂଜାତାରାର ଶରତ ଚନ୍ଦ୍ର ମଲ୍ଲିକ, ସଦାନନ୍ଦପୁରର ଅଭିମନ୍ୟୁ ଜେନା, ଭୂୟାଉଁଆସର ଶକୁନ୍ତଳା ବେହେରା, ତଳଗୋପବିନ୍ଧାର ପ୍ରତାପ ମହାଳିକ, ସୁଶାନ୍ତ କୁମାର ମହାଳିକ, ନିରଂଜନ ଜେନା ଓ ବିଲଣାର ଦୁଃଶାସନ ଜେନାଙ୍କ ଭଳି ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏହି ଚଢାଉରେ ଅବକାରୀ ବିଭାଗ ୮୬୦ ଲିଟର ଗୁଡପୋଚ, ୨୫୦ ଲିଟର ଦେଶୀ ମଦ ଓ ମଦରନ୍ଧା ସରଞ୍ଜାମ ଜବତ କରିଛି ।

Related Posts

About The Author

Add Comment