ଭୋଗରାଇ, ୨୧.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ବାଲେଶ୍ଵର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଅବକାରୀ ବିଭାଗ ସ୍ନାଚ୍ ପକ୍ଷରୁ ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଏଥିରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିଲା । ମଦ କାରବାର କରିବା ଅଭିଯୋଗରେ ୨ ମହିଳା ଓ ୩ ପୁରୁଷକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ଗାଁର ଶକୁନ୍ତଳା ବେହେରା, ଭୂଷଣ୍ଡେଶ୍ଵର ମାର୍କେଟରେ କିଷନ ମାଝା, କୁମ୍ଭୀରଗଡି ଗାଁର ବୁଦ୍ଧିରାମ ମୁର୍ମୁ, ସାନ ଆଉସା ଗାଁର ଶଙ୍କର ଜେନା ଏବଂ ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗାଁର ସରସ୍ଵତୀ ମୁର୍ମୁ । କୌଶଳକ୍ରମେ ଅନ୍ୟ ଜଣେ ଚୋରା ମଦ ବେପାରୀ ଖସି ଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ବାଲେଶ୍ଵର ସଦର ଅବକାରୀ ରେଞ୍ଜ ଆଇଆଇସି ପ୍ରବୀଣ କୁମାର ପ୍ରଧାନ ଓ ଜିଲ୍ଲା ଅବକାରୀ ମୋବାଇଲ ସ୍କାଡ୍ ଆଇଆଇସି । ଗାଲୁରାମ ସୋରେନଙ୍କ ନେତୃତ୍ବରେ ଅବକାରୀ ବିଭାଗର ମିଳିତ ସ୍କାନ୍ ପକ୍ଷରୁ ଭୋଗରାଇ ଥାନା ଅନ୍ତର୍ଗତ କୁମ୍ଭୀରଗଡ଼ି, ଭୂଷଣ୍ଡେଶ୍ବର, ଭାଗରାଇ ହାଟ ହାଟ ଓ ଆଉସା ଏବଂ ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଓ ପଞ୍ଚୁଘଣ୍ଟା ଅଞ୍ଚଳରେ ଚଢଉ କରଯାଇଥିଲା । ଏହି ଚଢଉରେ ମୋଟ୍ ୮୦ ଲିଟରେ ଦେଶୀ ମଦ ସମେତ ୧୨.୩୫୦ ଲିଟର ବିଦେଶୀ ମଦ ଓ ୧୨.୫୦୦ ଲିଟର ବିୟର ଜବତ କରାଯାଇଥିଲା । ଗିରଫ ଅଭିଯୁକ୍ତ ୫ ଜଣଙ୍କ ନାଁରେ ପୃଥକ୍ ଭାବେ କେସ ନଂ. ୫୪, ୫୫,୫୬, ୫୭ ଓ ୬୪|୨୧ ରେ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଜଳେଶ୍ବର ଓ ଭୋଗରାଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଧୀରେନ୍ଦ୍ର ବେହେରା, ଏଏସ୍ଆଇ ମାନଗୋବିନ୍ଦ ମହାପାତ୍ରଙ୍କ ସହିତ ଅବକାରୀ କନେଷ୍ଟବଳ, ଏପିଆର ପୁଲିସ ଫୋର୍ସ ଏହି ଚଢଉରେ ସାମିଲ ଥିଲେ ।
ଅବକାରୀ ଚଢାଉ
|
January 21, 2021 |
