ଅପୁଷ୍ପକ ଦଳ

Spread the love
  •  
  •  
  •  
  •  
  •  

କର୍ତ୍ତବ୍ୟର ପଥେ ଯାହା ଭାବୁ ମଖମଲ
ଲତାଳିଆ ଗୁଳ୍ମ ନୁହେଁ ଘୋର ଦଳଦଳ ,
ଗହୀରିଆ ଦୁର୍ବାର ଏ’ ଫସିଯିବୁ ଲାଖି
ସତର୍କ ସତର୍କ ଏବେ ଖୋଲା ରଖ ଆଖି ।

ଏତେ ପରିଶ୍ରମ ଯେବେ କରୁ ଦିବାନିଶି
ମୁକ୍ତିମାର୍ଗେ ଅବରୋଧ ପାରୁନି କି ଦିଶି ,
କ୍ଷଣସ୍ଥାୟୀ ସନ୍ତୁଷ୍ଟିର ମୋହଜାଲେ ପଶି
ଅଜାଣତେ ନିମ୍ନଗାମୀ ପଙ୍କେ ଯାଉ ଧସି ।

ବିକାକିଣା ହେଉ ପଛେ ପାଦତଳ ଜମି
ଗୋଚର ନହୁଏ ମିଥ୍ଯା ବନ୍ଧନରେ ଭ୍ରମି ,
ସଙ୍କଟର କର୍ଦ୍ଦମରେ ପାଦ ବେନି ଥୋଇ
ଭବିଷ୍ୟକୁ ହତ୍ଯା କରୁ ତୂଳାତଳ୍ପେ ଶୋଇ ।

ଆପଣାଙ୍କୁ ବିକୁ ଯେହ୍ନେ ଆପଣାର ସବୁ
ଭାବିଛୁ କି ନିସ୍ତାର ବା ପାଇବୁ ଏ’ ଭବୁ ,
କ୍ରୀଡ଼ନକ ସାଜୁ ଯେବେ କ୍ରୀଡ଼ନକ ହାତେ
କିସ ଲାଭ ବାରମ୍ବାର ବିଳପିଲେ ଆର୍ତ୍ତେ ?

ପଙ୍କିଳ ପଥରେ ଦେହ ବେଳୁବେଳ ତିନ୍ତେ
ଜିଜୀବିଷା ଘେନି ଯାହା ଆୟୁଷ ଏ’ ବିତେ ,
ସାମାନ୍ୟ ଏ’ ଅପୁଷ୍ପକ ଦଳେ ମୋହ ଯଦି
ଅଜ୍ଞାନ ତୁ ସଦାବେଳେ ତତ୍ତ୍ବେ ଅଦ୍ୟାବଧି ।

ପ୍ରସନ୍ନ କୁମାର ମାଦଳା
ଘର ନଂ – ଏଫ୍/ ୧୩
ସେକ୍ଟର – ୪
ରାଉରକେଲା – ୭୬୯୦୦୨
ଦୂରଭାଷ – ୭୯୭୮୧୯୨୨୨୭

Related Posts

About The Author

Add Comment