ଜେନାପୁର,(ସନ୍ଧାନ ନ୍ୟୁଜ୍) ; ଗରିବ ଅସହାୟ ଲୋକଙ୍କ ମୁଣ୍ତ ଉପରେ ଛାତ ଖଣ୍ତିଏ ଦେବା ପାଇଁ ଲୋକଙ୍କ ପ୍ରିୟ ସରକାର ଓଡିଶାର ମୁଖ୍ୟମନ୍ତ୍ରୀ ସଦାସର୍ବଦା ଅବହେଳିତ,ଅସହାୟଙ୍କ ସାଥିରେ ଥିବା ବେଳେ କେତେକ ମୁଷ୍ଟିମୟ ଅଧିକାରୀଙ୍କ ଆନ୍ତରିକ ଅଭାବ ଯୋଗୁଁ ପ୍ରକୃତ ଯୋଗ୍ୟ ହିତାଧିକାରୀ ଗୃହ ଖଣ୍ତେ ପାଇବାରୁ ବଞ୍ଚିତ ଅଛନ୍ତି । ସେହିପରି ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅନ୍ତଦୋୟ ଗୃହ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବ୍ଲକର ବୃନ୍ଦାଦେଈପୁର ପଞ୍ଚାୟତର ବହୁ ଲୋକ ଏନେଇ ଧର୍ମଶାଳା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ମେଲ୍ ମଧ୍ୟ କରିଥିଲେ । ଏବଂ ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ସହିତ ମେଲ୍ କରିଛନ୍ତି। ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ସରକାରୀ ନିୟମ ତଥା ଉକ୍ତ ଯୋଜନାରେ ସାମିଲ ହେବା ପାଇଁ ଆବଶ୍ୟକୀୟ ମାନଦଣ୍ଡ ପୂରଣ କରୁ ନ ଥିବା ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଚଞ୍ଚକତା କରି ଯୋଗ୍ୟ ହିତାଧିକାରୀ ବୋଲି ଦର୍ଶାଯାଇଛି। କେହି କେହି ପୂର୍ବରୁ ଘର ପାଇ ପୁନର୍ବାର ପାଇବା ପାଇଁ ମଧ୍ଯ ଯୋଗ୍ୟ ତାଲିକାରେ ରେ ନାମ ରହିଥିବା ଅଭିଯୋଗ କରିଛନ୍ତି । ତାଲିକା ରେ ଏଭଳି ଚଞ୍ଚକତା କରାଯାଇଛି ଯେ ଉକ୍ତ ପଞ୍ଚାୟତର ସରପଞ୍ଚ ମଧ୍ୟ ଏ ସମ୍ବନ୍ଧରେ ଜାଣି ନାହାଁନ୍ତି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଏଡ଼ିଇଓ ଏହି ତାଲିକା ପ୍ରସ୍ତୁତ କରିଥିବା ଲୋକମାନେ ଅଭିଯୋଗ କରିଛନ୍ତି। ସରପଞ୍ଚ ମଧ୍ଯ ଏ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି। ଏହି ପଞ୍ଚାୟତରେ ଏଡିଇଓ ଓ ଜେଇ ମଧୁଚନ୍ଦ୍ରିକାରେ ଅନ୍ତଦୋୟ ଗୃହ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଉକ୍ତ ପଞ୍ଚାୟତରେ ନାନା ପ୍ରକାର ଚର୍ଚ୍ଚା ହେବା ସହିତ ପଞ୍ଚାୟତରେ ଘୋର ଅସନ୍ତୋଷ ଦେଖା ଦେଇଛି। ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ମଧ୍ଯ ଶନିବାର ସନ୍ଧ୍ୟାରେ ବିଡ଼ିଓଙ୍କୁ ସାକ୍ଷାତ କରି ଉକ୍ତ ପଞ୍ଚାୟତରେ ପୁନଃ ତାଲିକା ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି। ଏନେଇ ଧର୍ମଶାଳା ବିଡ଼ିଓ ଜ୍ୟୋତିର୍ମୟ କରଙ୍କୁ ପଚାରିବାରୁ ସେ ଏ ସମ୍ବନ୍ଧରେ ଜାଣି ନାହାଁନ୍ତି ଏବଂ ଅଯୋଗ୍ୟ ହିତାଧିକାରୀ ଥିଲେ ପୁନଃ ଯାଞ୍ଚ୍ କରାଯାଇ ଅଯୋଗ୍ଯ ଙ୍କୁ ବାଦ୍ ଦିଆଯାଇ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି।
ଅନ୍ତଦୋୟ ଗୃହ ଯୋଜନାରେ ଅନିୟମିତତା ଅଭିଯୋଗ, ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ।
|
March 30, 2025 |
