ଅନୁଗୁଳ: ପାଣି ଟ୍ୟାଙ୍କର ରେ ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

Spread the love

ଅନୁଗୁଳ,23/6 (ସନ୍ଧାନ ନୁ୍ୟଜ): ଜରପଡା ଥାନା କତଡା ଗ୍ରାମ ଅନ୍ତଗର୍ତ ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା କଡରେ ଠିଆ ହୋଇଥିବା ଏକ ପାଣି ଟାଙ୍କି ଗାଡି ଭିତରେ ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଉତ୍ତ୍ୟକ୍ତଲୋକମାନେ ରାସ୍ତା ରୋକ କରିଛନ୍ତି। ମୃତକ ଜଣଙ୍କ ଦୁର୍ଗାପୁର ଗ୍ରାମର ଜ୍ଞାନେନ୍ଦ୍ର ଦେହୁରୀ। ସେ କିଛି ମାସ ହେବ ଅନୁଗୁଳରୁ ସମ୍ବଲପୁର ଫୋର ଲେନ ରାସ୍ତା ତିଆରି କରୁଥିବା ଗାୟତ୍ରୀ କନଷ୍ଟ୍ରକସନ୍ କମ୍ପାନୀରେ ପାଣି ଟାଙ୍କି ଗାଡି ଚଳାଉ ଥିଲେ। ଗତକାଲି ରାତିରେ ଜରପଡା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଗାଡି ଭିତରେ ଯୁବକଙ୍କ ମୃତ ଶରୀରକୁ ଦେଖିଥିଲା। ଅଭିଯୁକ୍ତଙ୍କୁ ଗିରଫ ଓ କ୍ଷତି ପୂରାଣ ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି। ତେବେ ସେଠାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି।

Related Posts

About The Author

Add Comment