ଅଞ୍ଚଳସାରା ଲାଗିଛି ଷ୍ଟ୍ରିଟ ଲାଇଟ ; ଅନ୍ଧାରରେ ସାଧାରଣ ଜନତା

Spread the love

ସୁନ୍ଦରଗଡ଼ ତା:୨୩/୦୫/୨୦୨୫ (ସନ୍ଧାନ ନିୟୁଜ ) ସୁନ୍ଦରଗଡର ତଲସରା ଅଞ୍ଚଳ ହାତୀ ଉପଦ୍ରବ ପାଇଁ ସବୁବେଳେ ଚର୍ଚାରେ ରହିଆସୁଅଛି | ବର୍ତ୍ତମାନ ଗ୍ରୀଷ୍ମ ସମୟ ଚାଲିଥିବା ବେଳେ ଖରା ତାତିରେ ଭୁଖଣ୍ଡ ମଧ୍ୟ ଗରମ ରହୁଛି | ତେବେ ମଝି ମଝିରେ ଅଳ୍ପ ସ୍ୱଳ୍ପ ବର୍ଷା କାରଣରୁ ଭୁଖଣ୍ଡରେ ଥିବା ସରୀସୃପ ଗରମ ସହି ନ ପାରି ବାହାରକୁ ବାହାରି କିଛି ଅଘଟଣ ହେବାର ସମ୍ଭାବନା ମଧ୍ୟ ଦେଖାଦେଇଥାଏ | ଏହିପରି ଅନ୍ଧାର ରାତିରେ ବିଭିନ୍ନ ପ୍ରକାରର ବିପଦର ସମ୍ଭାବନା ଥାଏ | ଏହି ସବୁ ଅସୁବିଧାକୁ ଦୃଷ୍ଟିରେରଖି ତାହାର ସମାଧାନ ପାଇଁ ସରକାର ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ତା କରିଛନ୍ତି | କିନ୍ତୁ ଦୁଃଖର ବିଷୟ କିଛି ଅର୍ଥ ଲୋଭି ଠିକାଦାର ମାନେ ନିମ୍ନ ମନର ଲାଇଟ ଉପକରଣ ଲଗାଇ ସରକାରକୁ ତା ଠକି ଚାଲିଛନ୍ତି ତାସହ ନିରୀହ ଗ୍ରାମବାସୀମାନଙ୍କ ଜୀବନକୁ ବିପଦ ଆଡକୁ ଠେଲି ଦେଉଛନ୍ତି , ନିମ୍ନମାନରଲାଇଟ ଲାଇଟ ବ୍ୟବହାର ହେତୁ ବର୍ତ୍ତମାନ ସେ ଷ୍ଟ୍ରିଟ ଲାଇଟ ଗୁଡାକ ଜଳୁ ନଥିବା ଦେଖିବାକୁ ମିଳିଛି | ମେ ମାସର ପ୍ରବଳ ଗରମ ସାଙ୍ଗକୁ ମଝି ମଝିରେ ଦ୍ୱିପ୍ରହର ପରେ ହେଉଥିବା ପ୍ରବଳ ପବନ ସହ ବର୍ଷା , ଏହିପରି ସମୟରେ ଅକାମି ଷ୍ଟ୍ରିଟ ଲାଇଟ ର ଅବସ୍ଥା ଦେଖି ସାଧାରଣ ଜନତା ମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି , ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ଚୁପ |

Related Posts

About The Author

Add Comment