ଅଙ୍ଗନୱାଡ଼ି ପିଣ୍ଡାରେ ପରିବାର

Spread the love

ବେତନଟୀ ୨୪/୯(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୁଗ୍ଧ, ଗରୀବ, ନିସ୍‌ କିମ୍ବା ପୀଡିତଙ୍କୁ ଅଗ୍ରାଧିକାର ଭିଭିରେ ଘର ଖଣ୍ଡିଏ ଯୋଗାଇ ଦେବାର ନିୟମ ରହିଛି । କିନ୍ତୁ ତୃଣମୂଳ ସ୍ତରରେ ଏହି ନିୟମ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହେଉଛି । ଅଧିକାରୀ ମାନଙ୍କ କ୍ଷେହ ପରିଦର୍ଶନର ଅଭାବ ହେଉ ବା ସ୍ଵାର୍ଥସୀ ଲୋକଙ୍କ ଯୋଗୁ ଏହି ଏହି ଯୋଜନା ବହୁ କ୍ଷେତ୍ରରେ ଅପହଞ୍ଚ ହୋଇ ରହିଛି । ସୂଚନାଯୋଗ୍ୟ ଯେ, ବେତନଟୀ ବ୍ଲକ, ଦହିକୋଟୀ ପଞ୍ଚାୟତ ଆଗଡା ଗ୍ରାମର ଗରୀବ । ପରିବାର ଘାସିରାମ୍ବକ କ୍ଷେତ୍ରରେ ଦେବାକୁ ମିଳିଛି । । ଘାସିରାମ ବେହେରା ଜଣେ ନିସ୍ ଓ ରୋଗିଣା ବୃଦ୍ଧ। । ପୂର୍ବରୁ ଗୋଟିଏ ଟାଇଲ ଘର ଥିଲା ହେଲେ ଲଗାଣ | ବର୍ଷାରେ ତାହା ଭାଙ୍ଗି ଯାଇଛି । ଘର ଭାଙ୍ଗିଯିବା ପରେ ଦହିକୋଟୀ ରାଜସ୍ୱ ନିରୀକ୍ଷକ ପରିବାରକୁ ସାଢ଼େ ତିନି ମିଟର ଜରି ପ୍ରଦାନ କରିଛନ୍ତି । ତେବେ ପୁନର୍ବାର ବର୍ଷା ହେବା ପରେ ଘରଟି ବିପଦ ଶଙ୍କୁଳ ହୋଇ ପଡ଼ିବା ସହ ପାଣିରେ ଘର ଭର୍ତ୍ତି ହୋଇ ଯାଉଛି । ଘରୁ ନିରାଶ ପରିବାର ସ୍ଥାନୀୟ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରେ ମାସେ ହେଲା ମୁଣ୍ଡ ଗୁଞ୍ଜିଛନ୍ତି । ଏପରି ସ୍କୁଲ ବା ଅଙ୍ଗନୱାଡି ବାରଣ୍ଡାରେ ରହୁଥିଲେ ସୁଦ୍ଧା କାହିଁକି ସେଠାରେ ରହୁଛନ୍ତି କେହି କେବେ ପଚାରି ନାହାନ୍ତି । ତେବେ କୀଟପତଙ୍କ, ବିଛା, ସରୀସୃପଙ୍କ ଭୟରେ ଅତିଷ୍ଠ ହୋଇ ମଙ୍ଗଳବାର ସକାଳୁ ପରିବାର ଲୋକେ ଘର ଖଣ୍ଡିଏ ପାଇଁ ବେତନଟୀ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ଘାସିରାମ ବେହେରା, ପୁତ୍ର ଅକ୍ଷୟ ବେହେରା, ପୁତ୍ରବୋଧୁ ମମତା ବେହେରା, ନାତି ଯତୀନ ବେହେରା, ନାତୁଣୀ ନେହାରାଣୀ ବେହେରାଙ୍କୁ ନେଇ ଧାରଣାରେ ବସି ଥିଲେ । ତେବେ ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ବେତନଟୀ ବିଡିଓ ତିରଞ୍ଜନ ମଲ୍ଲିକ ପରିବାର ପାଖକୁ ଆସି ତହସିଲଦାରଙ୍କ ପାଖକୁ ଯାଇ ଘର ଭାଙ୍ଗିବା ବାବଦରେ ରିପୋର୍ଟ ଆଣି ବାକୁ ପରାମର୍ଶ ଦେଇଥିଲେ। ପରେ ସମସ୍ତ ସଦସ୍ୟ ଅତିରିକ୍ତ ତହସିଲଦାର ନମିତା ଧଳଙ୍କୁ ଦେଖା କରିଥିଲେ । ଚଳିତ ବର୍ଷର ବନ୍ୟା ଓ ଲଘୁଚାପ ବର୍ଷା ପରେ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଯାଇ ସାରି ଥିବା ସେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ବ୍ୟକ୍ତି ଜଣକର ଭାଙ୍ଗି ଯାଇ ଥିବା । ଘର ବାବଦରେ ସେ ସଂପୃକ୍ତ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାନି କୌଣସି ପ୍ରାକୃତିକ ବିପର୍ଯ୍ୟୟର ରିପୋର୍ଟ ସରକାରଙ୍କୁ ଦାଖଲ ହେଲେ ସେଥିରେ ପରିବାର ସ୍ଥାନ ପାଇବେ ବୋଲି ନମିତା ଆଶ୍ବାସନା ପ୍ରଦାନ କରିଥିଲେ।

Related Posts

About The Author

Add Comment