ଅଙ୍ଗନଓ୍ୟାର୍ଡି କର୍ମୀଙ୍କ ଠାରୁ ଲାଚଂନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଲେ ସୁପରଭାଇଜର

Spread the love

ମାଲକାନଗିରି, ୦୫/୦୬/୨୦ (ସନ୍ଧାନ ନିଉଜ) : ଅଙ୍ଗନଓ୍ୟାର୍ଡି କର୍ମିଙ୍କ ବିଲପାସ କରିବା ପାଇଁ ଲାଚଂନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡି ଗିରଫ ହୋଇଛନ୍ତି ସୁପରଭାଇଜର । ମାଲକାନଗିରି ବ୍ଲକ ଆଇସିଡିଏସ ସଂସ୍ଥାର ସୁପରଭାଇଜର ଶ୍ରୀମତୀ ଗୀତାଜଂଳୀ ସ୍ୱାଇଁ ପାଣ୍ଡ୍ରୀପାଣୀ ସେକ୍ଟର ଅଧିନରେ ଥିବା ଅଙ୍ଗନ ଓ୍ୟାର୍ଡି ଗୁଡିକୁ ଯୋଗାଯାଇଥିବା ସାଡି, ଶୁଖିଲା ଖାଦ୍ୟ ଓ ବିଭିନ୍ନ ସାମଗ୍ରୀର ବିଲପାସ କରିବାପାଇଁ ୪ଜଣ ଅଙ୍ଗନଓ୍ୟର୍ଡି କର୍ମୀ ଙ୍କୁ ଲାଚଂମାଗିଥିଲେ । ମାଲକାନଗିରି ବ୍ଲକ କାଣ୍ଡିକିଗୁଡା ଅଙ୍ଗନଓ୍ୟାର୍ଡୀ କର୍ମୀ ଗାୟତ୍ରୀ ନାୟକ ଆଜି ସୁପର ଭାଇଜର ଗୀତାଜଂଳୀ ସ୍ୱାଇଁ ଙ୍କୁ ୪୫୦୦ଟଙ୍କା ଲାଚଂଦେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ । ସେ ପୁବ ର୍ରୁ ମଧ୍ୟ ଏହିପରି ଲାଚଂନେଉଥିବାର ଅଭିଯୋଗ ହୋଇଥିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ବାସଭବନ ଉପରେ ଚଡଉ କରାଯାଇଛି । କୋରାପୁଟ ଭିଜିଲାନ୍ସ ଡିଭିଜନ କାର୍ଯ୍ୟାଳୟର ଡିଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ,ଇନିସପେକ୍ଟର ରୁପଧର ନାୟକ ପ୍ରମୁଖ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଏହି ଚଢଉରେ ସାମିଲ ଥିଲେ ।ସମଗ୍ର ବିଶ୍ୱ ଭୟାବହ କରୋନା ମହାମାରୀରେ ସନ୍ତୁଳିତ ହେଉଥିବା ବେଳେ ଜଣେ ସୁପରଭାଇଜର ଅଙ୍ଗନଓ୍ୟାର୍ଡୀକର୍ମୀ ଙ୍କ ଠାରୁ ଲାଚଂନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟପାଲଟିଛି ।

Related Posts

About The Author

Add Comment