ସୁନ୍ଦରଗଡ଼ ତା:୪/୧୦/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ନୂଆପଡ଼ାଠାରେ ୫୦୦ ଘର ଡେଲକି ଖଡ଼ିଆ ସମାଜ ପକ୍ଷରୁ ୨୦୨୬ ନୂଆଖାଇ ଭେଟଘାଟ ସମ୍ମିଳନୀ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ଓଡ଼ିଶା ବିଧାନସଭା ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭାଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ଅଧ୍ୟକ୍ଷ ସ୍ୱତନ୍ତ୍ରଉନ୍ନୟନ ପରିଷଦ ସୁନ୍ଦରଗଡ ଶ୍ରୀଯୁକ୍ତ ସନ୍ତୋଷ କୁମାର ଅମାତ,,ସବଡେଗା ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ବେହେରା ଯୋଗ ଦେଇଥିଲେ । ଅତିଥି ଆମନ୍ତ୍ରଣ ପାଇଁ ଯାଇସର, ସବଡେଗା(ଘୁଟୁପଡ଼ା) ଓ ସୁଦର୍ଶନପୁର ନୃତ୍ୟ ଦଳରେ ସମ୍ମିଳିତ ହୋଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଏସପି ତଥା ୫୦୦ଘର ଡେଲକି ଖଡ଼ିଆ ସମାଜ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନୃପ ଚରଣ ଦଣ୍ଡସେନା କାର୍ଯ୍ୟ ତୁଲାଇଥିବା ବେଳେ ଶ୍ରୀଯୁକ୍ତ ପରମାନନ୍ଦ ବାଗ ଜିଲ୍ଲା ସଭାପତି,ଯୁଗ ସଂଗଠନ ସଭାପତି ଶ୍ରୀଯୁକ୍ତ ଯଦୁମଣି ପ୍ରଧାନ, ସମ୍ପାଦକ ବୀରକିଶୋର ନାଏକ ଓ ପୂର୍ବତନ ସଭାପତି ଧନେଶ୍ୱର ନାଏକ ଉପସ୍ଥିତ ଥିଲେ । ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।
ଏହି ଅବସରରେ ସମାଜର ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ପରସ୍ପରକୁ ନୂଆଖାଇ ଶୁଭେଚ୍ଛା ଜଣାଇବା ସହ ସାମାଜିକ ଏକତା ଓ ଭାଇଚାରାର ବାର୍ତ୍ତା ଦେଇଥିଲେ।
ସମ୍ମିଳନୀରେ ଖଡ଼ିଆ ସମାଜର ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ସହ ଆଗାମୀ ପିଢ଼ିକୁ ନିଜ ସଂସ୍କୃତି ସହ ଯୋଡ଼ି ରଖିବା ଉପରେ ଆଲୋଚନା ହୋଇଥିଲା। ଶିକ୍ଷା, ସାମାଜିକ ବିକାଶ ଓ ସମାଜର ସର୍ବାଙ୍ଗୀଣ ଉନ୍ନତି ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ସମାଜର ବରିଷ୍ଠ ବ୍ୟକ୍ତି, ଯୁବକ-ଯୁବତୀ ଓ ମହିଳାମାନେ ଯୋଗଦେଇଥିଲେ। ନୂଆଖାଇ ଭେଟଘାଟ ଅବସରରେ ପାରମ୍ପରିକ ରୀତିନୀତି ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଖଡ଼ିଆ ସମାଜର ସମୃଦ୍ଧ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ଶେଷରେ ସମାଜର ଏକତା, ଭାଇଚାରା ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ସହ ସମ୍ମିଳନୀ ସମାପ୍ତ ହୋଇଥିଲା।
୫୦୦ ଘର ଡେଲକି ଖଡ଼ିଆ ସମାଜ ନୂଆଖାଇ ଭେଟଘାଟ-୨୦୨୬ ରେ ଯୋଗଦେଲେ ତଳସରା ବିଧାୟକ ତଥା ଉପବାଚସ୍ପତି ମହୋଦୟ
|
October 4, 2026 |



