ବରଗଡ଼, 10.01.2021(ସନ୍ଧାନ ନିଉଜ୍): ଜନ୍ମ-ମୃତ୍ୟୁ ଚିରନ୍ତନ ସତ୍ୟ। ସେଥିପାଇଁ ତ କଥାରେ ଅଛି, ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ’। କିନ୍ତୁ ଏହି କଥାକୁ ମାନିବାକୁ ପରିବାର ଲୋକେ ନାରାଜ। ସ୍ତ୍ରୀ କହୁଛି, ମୋ ସ୍ବାମୀ ଫେରି ଆସିବେ। ମୃତଦେହ ପାଖରେ ୨ ଝିଅ ବସି କହୁଛନ୍ତି, ବାପା ତମେ ଫେରି ଆସ। ୧୦ ଦିନ ଧରି ମୃତଦେହ ପାଖରେ ବସି କଇଁ କଇଁ ହୋଇ କାନ୍ଦୁଥିଲେ ପରିବାର ଲୋକେ। ମଣିଷର ମୃତ୍ୟୁ ପରେ ସେ ଆଉ କେବେ ଜୀବନ ପାଏ ନାହିଁ। ଏହି କଥା ସମସ୍ତେ ଜାଣିଛନ୍ତି। ବହୁ ପୁରାତନ କାଳରେ ମୃତଦେହକୁ ଯତ୍ନ କରି ସାଇତି ରଖୁଥିଲେ। କାଳେ ମୃତକର ଜୀବନ ଫେରି ଆସିବ କି? ଏହାକୁ ଅନ୍ଧ ବିଶ୍ବାସ କହିପାରିବେ, ହେଲେ ଏତେ ଶ୍ରୀଘ୍ର ମୃତକଙ୍କଠାରୁ ସ୍ନେହ ମମତା ତୁଟାଇ ପାରନ୍ତି ନାହାନ୍ତି ପରିବାର ଲୋକେ। ସେଥିପାଇଁ ମୃତଦେହକୁ ବହୁଦିନ ପର୍ଯ୍ୟନ୍ତ ସାଇତି ରଖିଥିଲେ। ବର୍ତ୍ତମାନ ଆଧୁନିକ ଯୁଗରେ ମଧ୍ୟ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ବରଗଡ ବରଡୋଲ ପଞ୍ଚାୟତ ଡାଙ୍ଗଛକ ଅଞ୍ଚଳରେ ଏଭଳି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ମହେନ୍ଦ୍ର ବାଗ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରର ଦୁଇ ଝିଅ, ସ୍ତ୍ରୀ ଓ ଶାଶୁ ତାଙ୍କ ମୃତଦେହକୁ ଶବ ସତ୍କାର କରିବାକୁ ଦେଉ ନଥିଲେ।। ଘରେ ମହେନ୍ଦ୍ର କେବଳ ରୋଜଗାରିଆ ଥିଲେ। ମୃତଦେହରୁ ଦୁର୍ଗନ୍ଧ ବାହାରୁଥିଲା। ନାକ ଫାଟି ପଡୁଛି। ଏହି ମୃତଦେହକୁ କୋଠରୀ ରଖାଯାଇଥିଲା। ପରିବାର ଲୋକଙ୍କ ଏକାଜିଦ୍, ତାଙ୍କ ଜୀବନ ଫେରି ଆସିବ। ଏମିତି ଭାବି ୧୦ ଦିନ ଧରି ମୃତଦେହକୁ ଘରେ ରଖିଥିଲେ। ତେବେ ବରଗଡର ସଂକଳ୍ପ ପରିବାର ବରଗଡ ଟାଉନ ପୋଲିସର ସହାୟତାରେ ପରିତ୍ୟକ୍ତ ଶବକୁ ଉଦ୍ଧାର କରି ଶବ ସତ୍କାର କରିଥିଲେ |
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଖତ ଖାଉଛି ବାଲିଶଙ୍କରା ବ୍ଲକ ବିରକାଳଡିହି ବନରକ୍ଷୀ କାର୍ଯ୍ୟାଳୟ ଓ ବାସଗୃହ
- ଯାଜପୁର ଜିଲ୍ଳାରେ ସେବା ସଂକଳ୍ପ ଅଭିଯାନ ଅବସରରେ ଆଙ୍ଗନ କା ଉତ୍ସବ ଆରମ୍ଭ
- ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ 1 କୋଟି 91 ଲକ୍ଷ 2 ହଜାର 400 ଟଙ୍କାର ସହାୟତା ରାଶି ପ୍ରଦାନ
- ସୁନ୍ଦରିଆ ଗ୍ରମରେ ପବିତ୍ର ଶ୍ରୀମଦ୍ ଭାଗବତ ଜନ୍ମ ଦିବସ ପାଳିତ
- ଧର୍ମଶାଳା ର ପୂର୍ବତନ ବିଧାୟକ ସ୍ଵର୍ଗତ କାଙ୍ଗାଳି ଚରଣ ପଣ୍ଡା ଙ୍କ ୮୨ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ
- କ୍ରୀଡ଼ା ଓ ପର୍ଯ୍ୟଟନର ବାର୍ତ୍ତା ନେଇ ଯାଜପୁରରେ ପ୍ରୋମୋ ଦୌଡ଼ ଆୟୋଜିତ
- ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଡ଼ଚଣା ବ୍ଲକ୍ର AE ଓ ସହଯୋଗୀଙ୍କୁ ଧରିଲା ଭିଜିଲାନ୍ସ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବାଲିଶଙ୍କରା ବ୍ଲକ ତିଲେଇକାନି ପଞ୍ଚାୟତ ଶିକାଯୋର ଅଞ୍ଚଳରେ ବର୍ଷକ ଭିତରେ ୫୦ ପରିବାରରୁ ଗୋରୁ ଚୋରି



