ବରଗଡ଼, 10.01.2021(ସନ୍ଧାନ ନିଉଜ୍): ଜନ୍ମ-ମୃତ୍ୟୁ ଚିରନ୍ତନ ସତ୍ୟ। ସେଥିପାଇଁ ତ କଥାରେ ଅଛି, ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ’। କିନ୍ତୁ ଏହି କଥାକୁ ମାନିବାକୁ ପରିବାର ଲୋକେ ନାରାଜ। ସ୍ତ୍ରୀ କହୁଛି, ମୋ ସ୍ବାମୀ ଫେରି ଆସିବେ। ମୃତଦେହ ପାଖରେ ୨ ଝିଅ ବସି କହୁଛନ୍ତି, ବାପା ତମେ ଫେରି ଆସ। ୧୦ ଦିନ ଧରି ମୃତଦେହ ପାଖରେ ବସି କଇଁ କଇଁ ହୋଇ କାନ୍ଦୁଥିଲେ ପରିବାର ଲୋକେ। ମଣିଷର ମୃତ୍ୟୁ ପରେ ସେ ଆଉ କେବେ ଜୀବନ ପାଏ ନାହିଁ। ଏହି କଥା ସମସ୍ତେ ଜାଣିଛନ୍ତି। ବହୁ ପୁରାତନ କାଳରେ ମୃତଦେହକୁ ଯତ୍ନ କରି ସାଇତି ରଖୁଥିଲେ। କାଳେ ମୃତକର ଜୀବନ ଫେରି ଆସିବ କି? ଏହାକୁ ଅନ୍ଧ ବିଶ୍ବାସ କହିପାରିବେ, ହେଲେ ଏତେ ଶ୍ରୀଘ୍ର ମୃତକଙ୍କଠାରୁ ସ୍ନେହ ମମତା ତୁଟାଇ ପାରନ୍ତି ନାହାନ୍ତି ପରିବାର ଲୋକେ। ସେଥିପାଇଁ ମୃତଦେହକୁ ବହୁଦିନ ପର୍ଯ୍ୟନ୍ତ ସାଇତି ରଖିଥିଲେ। ବର୍ତ୍ତମାନ ଆଧୁନିକ ଯୁଗରେ ମଧ୍ୟ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ବରଗଡ ବରଡୋଲ ପଞ୍ଚାୟତ ଡାଙ୍ଗଛକ ଅଞ୍ଚଳରେ ଏଭଳି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ମହେନ୍ଦ୍ର ବାଗ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରର ଦୁଇ ଝିଅ, ସ୍ତ୍ରୀ ଓ ଶାଶୁ ତାଙ୍କ ମୃତଦେହକୁ ଶବ ସତ୍କାର କରିବାକୁ ଦେଉ ନଥିଲେ।। ଘରେ ମହେନ୍ଦ୍ର କେବଳ ରୋଜଗାରିଆ ଥିଲେ। ମୃତଦେହରୁ ଦୁର୍ଗନ୍ଧ ବାହାରୁଥିଲା। ନାକ ଫାଟି ପଡୁଛି। ଏହି ମୃତଦେହକୁ କୋଠରୀ ରଖାଯାଇଥିଲା। ପରିବାର ଲୋକଙ୍କ ଏକାଜିଦ୍, ତାଙ୍କ ଜୀବନ ଫେରି ଆସିବ। ଏମିତି ଭାବି ୧୦ ଦିନ ଧରି ମୃତଦେହକୁ ଘରେ ରଖିଥିଲେ। ତେବେ ବରଗଡର ସଂକଳ୍ପ ପରିବାର ବରଗଡ ଟାଉନ ପୋଲିସର ସହାୟତାରେ ପରିତ୍ୟକ୍ତ ଶବକୁ ଉଦ୍ଧାର କରି ଶବ ସତ୍କାର କରିଥିଲେ |
ତାଜା ଖବର
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ



