ବରଗଡ଼, 10.01.2021(ସନ୍ଧାନ ନିଉଜ୍): ଜନ୍ମ-ମୃତ୍ୟୁ ଚିରନ୍ତନ ସତ୍ୟ। ସେଥିପାଇଁ ତ କଥାରେ ଅଛି, ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ’। କିନ୍ତୁ ଏହି କଥାକୁ ମାନିବାକୁ ପରିବାର ଲୋକେ ନାରାଜ। ସ୍ତ୍ରୀ କହୁଛି, ମୋ ସ୍ବାମୀ ଫେରି ଆସିବେ। ମୃତଦେହ ପାଖରେ ୨ ଝିଅ ବସି କହୁଛନ୍ତି, ବାପା ତମେ ଫେରି ଆସ। ୧୦ ଦିନ ଧରି ମୃତଦେହ ପାଖରେ ବସି କଇଁ କଇଁ ହୋଇ କାନ୍ଦୁଥିଲେ ପରିବାର ଲୋକେ। ମଣିଷର ମୃତ୍ୟୁ ପରେ ସେ ଆଉ କେବେ ଜୀବନ ପାଏ ନାହିଁ। ଏହି କଥା ସମସ୍ତେ ଜାଣିଛନ୍ତି। ବହୁ ପୁରାତନ କାଳରେ ମୃତଦେହକୁ ଯତ୍ନ କରି ସାଇତି ରଖୁଥିଲେ। କାଳେ ମୃତକର ଜୀବନ ଫେରି ଆସିବ କି? ଏହାକୁ ଅନ୍ଧ ବିଶ୍ବାସ କହିପାରିବେ, ହେଲେ ଏତେ ଶ୍ରୀଘ୍ର ମୃତକଙ୍କଠାରୁ ସ୍ନେହ ମମତା ତୁଟାଇ ପାରନ୍ତି ନାହାନ୍ତି ପରିବାର ଲୋକେ। ସେଥିପାଇଁ ମୃତଦେହକୁ ବହୁଦିନ ପର୍ଯ୍ୟନ୍ତ ସାଇତି ରଖିଥିଲେ। ବର୍ତ୍ତମାନ ଆଧୁନିକ ଯୁଗରେ ମଧ୍ୟ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ବରଗଡ ବରଡୋଲ ପଞ୍ଚାୟତ ଡାଙ୍ଗଛକ ଅଞ୍ଚଳରେ ଏଭଳି ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି। ମହେନ୍ଦ୍ର ବାଗ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାରର ଦୁଇ ଝିଅ, ସ୍ତ୍ରୀ ଓ ଶାଶୁ ତାଙ୍କ ମୃତଦେହକୁ ଶବ ସତ୍କାର କରିବାକୁ ଦେଉ ନଥିଲେ।। ଘରେ ମହେନ୍ଦ୍ର କେବଳ ରୋଜଗାରିଆ ଥିଲେ। ମୃତଦେହରୁ ଦୁର୍ଗନ୍ଧ ବାହାରୁଥିଲା। ନାକ ଫାଟି ପଡୁଛି। ଏହି ମୃତଦେହକୁ କୋଠରୀ ରଖାଯାଇଥିଲା। ପରିବାର ଲୋକଙ୍କ ଏକାଜିଦ୍, ତାଙ୍କ ଜୀବନ ଫେରି ଆସିବ। ଏମିତି ଭାବି ୧୦ ଦିନ ଧରି ମୃତଦେହକୁ ଘରେ ରଖିଥିଲେ। ତେବେ ବରଗଡର ସଂକଳ୍ପ ପରିବାର ବରଗଡ ଟାଉନ ପୋଲିସର ସହାୟତାରେ ପରିତ୍ୟକ୍ତ ଶବକୁ ଉଦ୍ଧାର କରି ଶବ ସତ୍କାର କରିଥିଲେ |
ତାଜା ଖବର
- ଯୁଗିଜୁଗେନ୍ ସଂଗ୍ରାମ ସମିତି ପକ୍ଷରୁ ଡମକୁଡ଼ା ପଞ୍ଚାୟତଠାରେ ଆଲୋଚନା କାର୍ଯ୍ୟକ୍ରମ
- ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ଆନ୍ଦୋଳନ
- ଅବସର ପରେ କାନ୍ଦୁଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ
- କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
- ଯାଜପୁର ଠାରେ ଶ୍ରୀ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ଅଧ୍ୟକ୍ଷ ହେବ ତ ଏମିତି, ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ପାଳିଆ ବିନ୍ଧା ଭଦ୍ରକ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ



