ହରନାରାୟଣ ମିଶ୍ର ଙ୍କ ଲିଖିତ ପୁସ୍ତକ “ଶୁଭାନ୍ୱିଶା” ତ୍ତନ୍ନୋଚିତ

Spread the love

ମୟୂରଭଞ୍ଜ, ୧୬/୫/୨୦୨୧ (ସନ୍ଧାନ ନିଉଜ) : ମୟୂରଭଞ୍ଜର ବରିଷ୍ଠ ସାହିତି୍ୟକ ହରନାରାୟଣ ମିଶ୍ର ଙ୍କ ଲିଖିତ କିଶୋର ସାହିତ୍ୟ ଭିତ୍ତିକ “ଶୁଭାନ୍ୱିଶା” ଉନ୍ମୋଚିତ ହୋଇଯାଇଛି । ପୂର୍ବରୁ ବହୁ ପୁସ୍ତକ ରଚନା କରିଥିବା ଶ୍ରୀଯୁକ୍ତ ମିଶ୍ରଙ୍କର ଲେଖନୀର ପଦଯାତ୍ରା ସିରିଜ୍ର ଏହା ୧୨ଶ (ଦ୍ୱାଦଶ) ସଙ୍କଳନ । କୋଭିଡ଼୍ କଟକଣା ଯୋଗୁଁ ଭର୍ଚୁଆଲ ପଦ୍ଧତିରେ ଏହି ପୁସ୍ତକଟି ଉନ୍ମୋଚିତ ହୋଇଛି । ମୟୂରଭଞ୍ଜ ସାହିତ୍ୟ ଏକାଡ଼େମୀ ର ସଭାପତି ଡ଼. ସରୋଜ କୁମାର ନାୟକ, ବାରିପଦାସ୍ଥିତ ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଅମିତାଭ ମିଶ୍ର, ଅଧ୍ୟାପକ ଅଶୋକ କୁମାର ପୁଷ୍ଟି, କବୟତ୍ରୀ ସୁନୀତା ରାଣୀ ପ୍ରମୁଖ ଏହି ଭର୍ଚୁରାଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି “ଶୁଭାନ୍ୱିଶା” ପୁସ୍ତକର ଶୁଭକାମନ କରିବା ସହ ଏହାର ସ୍ରଷ୍ଟା ହରନାରାୟଣ ମିଶ୍ର ଙ୍କର ଏହି ମହାନୀୟ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଶ୍ରୀଯୁକ୍ତ ମିଶ୍ର ବାରିପଦା ସ୍ଥିତ ଶରତଚନ୍ଦ୍ର ବିଦ୍ୟାପୀଠ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ।

Related Posts

About The Author

Add Comment