ପାଇକମାଳ, ୧୮/୪/୨୬ (ସନ୍ଧାନ ନ୍ୟୁଜ ) “ବୃକ୍ଷ ହିଁ ଜୀବନ ଓ ଅମ୍ଲଜାନର ମୁଖ୍ୟ ସାଧନ” ବୋଲି ସରକାର ଓ ବନବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ପାଇକମାଳ ଅଞ୍ଚଳରେ ବୃକ୍ଷରୋପଣ କାମରେ ଅନିୟମିତତା ଦେଖିବାକୁ ମିଳିଛି। ପାଇକମାଳରୁ ଝାରବନ୍ଧ ଯିବା ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ନବୀନ ଗଛ ଲଗାଯାଇଛି। ନିୟମ ଅନୁସାରେ, ଏହି ନବ ରୋପିତ ଗଛଗୁଡ଼ିକୁ “ଗ୍ରିନ୍ ମେଟ୍” କିମ୍ବା ଉଚିତ ସୁରକ୍ଷା ବ୍ୟବସ୍ଥା ଦ୍ୱାରା ବାରିକେଡ୍ କରାଯିବା ଦରକାର। କିନ୍ତୁ ବାସ୍ତବରେ ଏଠାରେ ଆଲୁ ବସ୍ତା ଦ୍ୱାରା ବାରିକେଡ୍ କରାଯାଇଥିବା ଦେଖାଯାଇଛି, ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ସହିତ, ନବ ଲଗାଯାଇଥିବା ଗଛଗୁଡ଼ିକର ସଠିକ୍ ଯତ୍ନ ଓ ପାଣି ପ୍ରଦାନ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଖରା ଦିନକୁ ଦୃଷ୍ଟିରେ ରଖି ଗଛଗୁଡ଼ିକୁ ନିୟମିତ ପାଣି ଯୋଗାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହି ସମସ୍ୟା ପ୍ରତି ପ୍ରଶାସନ ଶୀଘ୍ର ଦୃଷ୍ଟି ଦେଇ ଯଥାୟୋଗ୍ୟ ବ୍ୟବସ୍ଥା ଗ୍ରହଣ କରିବାକୁ ଜନସାଧାରଣ ଆଶା ବ୍ୟକ୍ତ କରିଛନ୍ତି।
ବନବିଭାଗର ବୃକ୍ଷରୋପଣରେ ଅନିୟମିତତା: ଆଲୁ ବସ୍ତାରେ ବାରିକେଡ୍ କରାଯାଇଥିବା ନବୀନ ଗଛ



