ହକି ବିଶ୍ୱ କପ୍ ଟ୍ରପିଂ ସ୍ୱାଗତ ପାଇଁ ଉତ୍ସବ ମୁଖର ଯାଜପୁର

Spread the love

ଯାଜପୁର, ତା ୯ା୧ : ଏପଂଆଇଏଚ୍ ବିଶ୍ୱ କପ୍ ହକି ଟ୍ରପିଂକୁ ସୋମବାର
ଯାଜପୁର ଜିଲ୍ଳ୍‌ାରେ ଭବ୍ୟ ସ୍ୱାଗତ କରାଯାଇଚ୍ଥି । ଏଥିପାଇଁ ଉତ୍ସବ ମୁଖର ହୋଇ
ପଡିଥିଲା ଯାଜପୁର ସଦର ମହକୁମା । ଟ୍ରପିଂ ଏବଂ ମାସ୍କର୍ଟ ଓଲି କୁ ସ୍ୱାଗତ କରିବା
ଅବସରରେ ପାରମ୍ପରିକ ନୃତ୍ୟ, ଗୀତ, ଘୋଡାନାଚ, ଅଶ୍ୱାରୋହୀ, ଓଟ ଆରୋହୀ, ବ୍ୟାଣ୍ଡ
ପାର୍ଟି, ଯୋଡି ଶଙ୍ଖ, ବିଭିନ୍ନ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀଙ୍କୁ ୧୬ ଦେଶର ଜର୍ଶି ସହିତ
୧୮ ଜଣ ଡମି ହକି ଖେଳାଳି ବେଶରେ ସୁସଜ୍ଜିତ, ତ୍ରିରଙ୍ଗା ବେଲୁନ ଓ ହଜାର ହଜାର ଜନ
ସାଧାରଣ ଏହି ସ୍ୱାଗତ ସମାରୋହରେ ସାମିଲ ହୋଇଥିଲେ । ଟ୍ରପିଂକୁ ଦେଖିବା ପାଇଁ ସମସ୍ତଙ୍କ
ଠାରେ ପ୍ରବଳ ଉତ୍ସାହ ଓ ଉନ୍ମାଦନା ପରିଲକ୍ଷିତ ହେଊଥିବା ବେଳେ ନୃତ୍ୟ ସଂଗୀତର ତାଳେ ତାଳେ
ନାଚି ନଚାଇଥିଲା ମାସ୍କର୍ଟ ଓଲି । ସୋମବାର ପୂର୍ବାହ୍ନରେ ହକି ଟ୍ରପିଂକୁ ବାଳାଶ୍ରମ
ପଡିଆ ଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ଦେବୀଗଡା ଘାଟ, ବଡ ବଜାର, ଗାନ୍ଧି
ଚ୍ଥକ ଦେଇ କୁସୁମା ସ୍ଥିତ କ୍ରିକେଟ ଷ୍ଟାଡିୟମକୁ ଏକ ବିରାଟ ପଟୁଆରାରେ
ନିଆଯାଇ ସ୍ୱତନ୍ତ୍ର ମଣ୍ଡପରେ ସ୍ଥାପନ କରାଯାଇଥିଲା । ସେଠାରେ ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ
ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ
ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ରାଜ୍ୟ ସଭା ସାଂସଦ ସୁଲତା ଦେଓ, ରାଜସ୍ୱ ଓ ପ୍ରାକୃତିକ
ବିପର୍ଯ୍ୟୟ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍‌ି୍ଳକ, ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ଧନ୍ଦା ମୂଳକ
ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରିତି ରଂଜନ ଘଡାଇ, ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା
ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, କୋରାଇ
ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ଜିଲ୍ଳ୍‌ା ପରିଷଦ ସଭାପତି
ନଳିନୀପ୍ରଭା ଯେନା, ଯାଜପୁର ପୈାରାଧ୍ୟକ୍ଷ ରଂଜୁଲତା ହୋତା, ଆରକ୍ଷୀ ଅଧିକ୍ଷକ ଭିନୀତ
ଅଗ୍ରୱାଲ, ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ, ଅତିରିକ୍ତ
ଜିଲ୍ଳ୍‌ାପାଳ(ପ୍ରଶାସନ) ଦୁଃଖବନ୍ଧୁ ନାୟକ,ଜିଲ୍ଳ୍‌ା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ
ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଳ୍‌ାପାଳ ଗୋପିନାଥ
କୁଅଁର, ଡେପୁଟି କଲେକ୍ଟର କାଜଲ ପ୍ରଧାନ, ଜିଲ୍ଳ୍‌ା କ୍ରୀଡା ଅଧିକାରୀ ପଂକୀର
ମୋହନ ଟୁଡୁ, ଯାଜପୁର ପୈାରାଧିକାରୀ ସୂର୍ଯ୍ୟମଣି ପାଟଯୋଶୀ, , ଜିଲ୍ଳ୍‌ା
ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍‌ିକ ଓ ଜିଲ୍ଳ୍‌ା ସ୍ତରୀୟ ବିଭିନ୍ନ ବିଭାଗର
ଅଧିକାରୀ ପ୍ରମୁଖ ସମାରୋହରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡେପୁଟି
କଲେକ୍ଟର ତିଳୋତ୍ତମା ପୃଷ୍ଟି ପରିଚାଳନା କରିଥିଲେ । ଏହି ସମାରୋହକୁ ଅଧିକ
ଆକର୍ଷଣୀୟ କରିବା ପାଇଁ ଆନ୍ତର୍ଜାତୀୟ ହକି ତାରକା ସୁଭଦ୍ରା ପ୍ରଧାନ(ଭାରତୀୟ
ମହିଳା ହକି ଦଳର ପୂର୍ବତନ ଅଧିନାୟିକା), ଅଭିଷେକ ଲାକ୍ରା(ବର୍ତ୍ତମାନର ଭାରତୀୟ ପୁରୁଷ
ହକି ଦଳର ସଦସ୍ୟ), ଦିପ୍‌ସନ୍ ତିର୍କୀ(ଭାରତୀୟ କନିଷ୍ଠ ପୁରୁଷ ହକି ଦଳର ସଦସ୍ୟ), ସୁଶାନ୍ତ
ବେହେରା(କ୍ରୀଡା ସାମ୍ୱାଦିକ) ପ୍ରମୁଖ ଯୋଗ ଦେଇଥିଲେ । ଏହି ସମାରୋହରେ ଜିଲ୍ଳ୍‌ାପାଳ
ଶ୍ରୀ ରାଠୋର ଊଦ୍‌ବୋଧନ ଦେଇ କହିଲେ ଯେ, ଏପଂ୍‌ଆଇଏଚ ପୁରୁଷ ହକି ବିଶ୍ୱ କପ୍‌ର
ପଞ୍ଚଦଶ ସଂସ୍କରଣ ଓଡିଶାରେ ଆୟୋଜନ ହେବା ଗର୍ବ, ଗୈାରବ ଓ ସୈାଭାଗ୍ୟର ବିଷୟ ।
ଏତଦ୍ ବ୍ୟତୀତ ଭାରତର ଓଡିଶା ରାଜ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ପୁରୁଷ ହକି
ବିଶ୍ୱ କପ୍ ଆୟୋଜନ କରି ବିଶ୍ୱ ହକି କ୍ଷେତ୍ରରେ ସ୍ୱର୍ଣ୍ଣଭ ପଂର୍ଦ୍ଦ ଯୋଡିଚ୍ଥି ଏବଂ
ନୂଆ ଇତିହାସ ରଚିଚ୍ଥି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ଓ
ଊଦ୍ୟମ ପ୍ରଶଂସନୀୟ ଏବଂ ଏଥିପାଇଁ ବିଶ୍ୱ ପ୍ରଶଂସା କରୁଚ୍ଥି । ବିଶ୍ୱରେ ଓଡିଶା ଏବେ
କ୍ରୀଡା ହବ୍ ପାଲଟିଚ୍ଥି । ହକି କ୍ରୀଡାର ଯେଊଁ ପୂର୍ବ ଗୈାରବ ଥିଲା ତାର ଅଭ୍ୟୁଦୟ
ଘଟିବ ଏବଂ ରାଜ୍ୟ ତଥା ଦେଶରେ ଅନେକ କ୍ରୀଡା ପ୍ରତିଭାଙ୍କୁ ଉତ୍କର୍ଷତା ପ୍ରତିପାଦନ
ପାଇଁ ଏହା ପ୍ରେରଣା ଯୋଗାଇବା ସହ ସେମାନେ ଦେଶ ପାଇଁ ଗୈାରବ ଆଣିବେ ବୋଲି
କହିଥିଲେ । ଶେଷରେ ହକି ବିଶ୍ୱ କପ୍ ଟ୍ରପିଂ ଧର୍ମଶାଳା ବ୍ଳକର ଜାରକା ମହୋତ୍ସବ
ପଡିଆ ଅଭିମୁଖେ ଯାତ୍ରା କରିଥିଲା ।

Related Posts

About The Author

Add Comment