ଯାଜପୁର, : ୯/୮/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲାରେ ଗୃହରକ୍ଷୀ ଏବଂ ହୋମଗାର୍ଡ ନିଯୁକ୍ତିକୁ ନେଇ ଏକ ବଡ଼ ଧରଣର ବିବାଦ ମୁଣ୍ଡ ଟେକିଛି ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାନସିକ ଦିବ୍ୟାଙ୍ଗ ମାନ୍ୟତା ମିଳିଥିବା ସେହି ସମାନ ଯୁବକ ପୋଲିସ୍ ବିଭାଗର କଠୋର ପରିକ୍ଷାରେ ଉର୍ତ୍ତିନ୍ନ ହୋଇ ନିଯୁକ୍ତି ପାଇବା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ କୋରେଇ ବ୍ଲକ ମୂଳାପାଳ ବାସୁ ଦେବ ସାହୁଙ୍କୁ ୨୦୨୪ ଅଗଷ୍ଟ ୪ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ୮୦ ପ୍ରତିଶତ ମାନସିକ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଆଧାରରେ ଦିବ୍ୟାଙ୍ଗ ଭତ୍ତା ପାଉଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଯାଜପୁର ଜିଲ୍ଲା ୧୧୨ ଟି ଗୃହରକ୍ଷୀ ପଦପାଇଁ ମୋଟ ୮,୪୭୨ ଜଣ ଆବେଦନ କରିଥିଲେ । ଏହାର ଯାଞ୍ଚ ପରେ ୧,୫୭୪ଟି ଆବେଦନ ଖାରଜ ହୋଇଛି । ୬୮୯୮ ଜଣ ଯୋଗ୍ୟ ଆବେଦନ କାରୀ ଶାରୀରିକ,ଲିଖିତ, ସାକ୍ଷାତ୍କାର, ମେଡିକାଲ ପରୀକ୍ଷା ଦେଇଥିଲେ ଦିର୍ଘ ୧୬ ମାସ ପରେ ପ୍ରକାଶ ପାଇଥିବା ଚୁଡାନ୍ତ ମେରିଟ୍ ତାଲିକାରେ ବାସୁଦେବଙ୍କ ନାମ ସ୍ଥାନ ପାଇଥିବା ବେଳେ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବା ବେଳେ ସେ ପ୍ରଶିକ୍ଷଣ ନେଉଛନ୍ତି ଜଣେ ୮୦ ପ୍ରତିଶତ ମାନସିକ ଦିବ୍ୟାଙ୍ଗ କିପରି ସାମରିକ ସ୍ତର ଶାରୀରିକ,ମାନସିକ ପରିକ୍ଷାରେ ସଫଳ ହେଲେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ବାସୁଦେବ ପରିକ୍ଷାରେ ଯୋଗ୍ୟ ।ତେବେ ସ୍ୱାସ୍ଥ୍ୟ ବିଭାଗ ଦିବ୍ୟାଙ୍ଗ ପ୍ରମାଣକୁ ନେଇ ସନ୍ଦେହ କରାଯାଉଛି । ଏହି ନିଯୁକ୍ତି ପ୍ରକ୍ରିୟା ଅନିୟମିତତା ନେଇ ପୂର୍ବରୁ ମଧ୍ୟ କିଛି ଆବେଦନ କାରୀ ପୋଲିସ୍ ମୁଖ୍ୟାଳୟରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେତେବେଳେ ଏହାର ପୁନର ବିଚାର କରାଯିବ ବୋଲି ଆସୋସନା ଦିଆଯାଇଥିଲା । ଏହି ପ୍ରସଙ୍ଗରେ ସିତିକଣ୍ଠ କାନୁନଗୋ କହିଛନ୍ତି ଏହି ଘଟଣାର ତଦନ୍ତ କରାଯିବ ବୋଲି କୋରେଇ ବି.ଡି.ଓ ଅବନି କାନ୍ତ ସାହୁ କହିଛନ୍ତି । ଡାକ୍ତରଙ୍କ ପ୍ରମାଣ ପତ୍ର ଆଧାରରେ ଦିବ୍ୟାଙ୍ଗ ଭତ୍ତା ଦିଆଯାଉଛି ପ୍ରୟୋଜନ ହେଲେ ଘଟଣାର ତଦନ୍ତ କରାଯିବ ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ ସେନାପତି ଦିବ୍ୟାଙ୍ଗ ପ୍ରମାଣ ପତ୍ରର ନବିକରଣ ଏହାର ତଦନ୍ତ କରିବା ପାଇଁ ଦାବି କରାଯାଉଛି ।
ସ୍ୱାସ୍ଥ୍ୟ ବିଭାଗ ନା ପୋଲିସ୍ କିଏ ସତ କହୁଛି
|
August 9, 2026 |



