ସୁସ୍ଥ ସମାଜ ଗଠନର ଅନନ୍ୟ ସୂତ୍ରଧର : ସାମାଜିକ ସଂଗଠନ “ସ୍ୱପ୍ନ ଫାଉଣ୍ଡେସନ୍”

Spread the love

କଟକ ସଦର,୨୪।୮,(ଆପ୍ର.)  : ନର ସେବା ହିଁ ନାରାୟଣଙ୍କ ସେବା । ଏହି ମହତ ଚିନ୍ତା ଚେତନାରେ ଉଦବୁଦ୍ଧ କଟକ ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ସଂଗଠନ ହେଉଛି “ସ୍ୱପ୍ନ ଫାଉଣ୍ଡେସନ୍”  । ୨୦୧୭ ମସିହାରେ କିଛି ସାମାଜିକ କର୍ମୀ ମାନଙ୍କୁ ନେଇ  ସୁଧାଂଶୁ ଶେଖର ପାତ୍ର ଏହାର ପ୍ରତିଷ୍ଠା କରୁଥିଲେ । ସଙ୍ଗଠନ ପକ୍ଷରୁ ଅଭାବୀ,ଅନଗ୍ରସର ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଇବା ସହ ପାଠ୍ୟ ଉପକରଣ ଯୋଗାଇବା, ଜନ ଜାଗରଣ,ପରିବେଶ ସୁରକ୍ଷା,ଗଣ ବିବାହ,ରକ୍ତଦାନ ଶିବିର ଆୟୋଜନ,ଚିକିତ୍ସାଳୟ ସଫେଇ, ରୋଗୀ ସେବା,ଅସହାୟ ବୃଦ୍ଧବୃଦ୍ଧା ବା ଶାରୀରିକ ଅନଗ୍ରସର ଲୋକଙ୍କ ରାସନ୍ ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚାଇବା,ମୁଖ୍ୟତଃ ସାଧାରଣ ଜନତାଙ୍କ ସମସ୍ୟାକୁ ଟୁଇଟ୍ ଜରିଆରେ ସରକାରଙ୍କୁ ଜଣାଇବା,ନିଶୁଳ୍କ ବସ୍ତ୍ର ବଣ୍ଟନ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୁରୀ କାଳୀନ ସହାୟତା ପ୍ରଦାନ ଆଦି ଅନେକ ସେବାକାର୍ଯ୍ୟ କରିଚାଲିଛନ୍ତି । ସଂଗଠନ ଦ୍ୱାରା ବିଭିନ୍ନ ପର୍ବପର୍ବାଣୀ ବା ଉତ୍ସବରେ ଆଶ୍ରମ ପିଲାମାନଙ୍କ ସହ ଉତ୍ସବ ପାଳିବା ଏବଂ ସେମାନଙ୍କ ସହ ଭ୍ରମଣ କରିବା ଆଦି କରାଯାଉଛି । ଦୃଷ୍ଟି ବାଧିତ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଆରମ୍ଭ ହୋଇଛି ମିଶନ ଦ୍ରିଷ୍ଟି କାର୍ଯ୍ଯକ୍ରମ ଯେଉଁଥିରେ ଦୃଷ୍ଟି ବାଧିତ ପିଲାଙ୍କ ନିମନ୍ତେ ଲେଖକ ଯୋଗାଇ ଦିଆ ଯାଉଛି । କଟକ ବଡ଼ ମେଡ଼ିକାଲ,ଆଚାର୍ଯ୍ୟ ହରିହର କର୍କଟ ଅନୁଷ୍ଠାନ ଓ ଶିଶୁ ଭବନ ଆଦିରେ ଅନ୍ନଦାନ ମହତ ଦାନ ଅଭିଯାନରେ ଦେୟମୁକ୍ତ ଭୋଜନ ସେବାର ବ୍ୟବସ୍ଥା କରିଛନ୍ତି । ଦୁଇବର୍ଷ ହେବ କଟକ ଚୌଦ୍ୱାରରେ ଭଡା ସୂତ୍ରରେ ବୃଦ୍ଧାଆଶ୍ରମ ନେଇ ସେବାକାର୍ଯ୍ଯ ଚାଲୁଅଛି । ଖୁବ୍ ଖୁସିର କଥା ଏବେ ସ୍ଵପ୍ନ ମହଲ ନାମରେ ଫାଉଣ୍ଡେସନ୍ ତାର ନିଜସ୍ଵ ଗୃହ ନିର୍ମାଣ କରୁଛି । “ସ୍ୱପ୍ନ ଫାଉଣ୍ଡେସନ୍”ର ଉତ୍ତରୋତ୍ତର କାମନା କରୁଛୁ ।

Related Posts

About The Author

Add Comment