ଯୁକ୍ତ ୩ ନାମଲେଖା ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

Spread the love
  • 2
  •  
  •  
  •  
  •  
    2
    Shares

ଭୁବନେଶ୍ୱର, ୧୩/୬ (ସନ୍ଧାନ ନିୟୁଜ୍) ବିଭିନ୍ନ ଡିଗ୍ରୀ କଲେଜମାନଙ୍କରେ +୩ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅନ୍ଲାଇନ୍ ଆବେଦନ ପ୍ରକି୍ରୟା ଆରମ୍ଭ ହୋଇଛି । ଆବେଦନକାରୀ ସରକାରୀ ୱେବ୍ସାଇଟ୍ ଏସ୍ଏଏମ୍ଏସ୍ (ଷ୍ଟୁଡେଣ୍ଟ ଆକାଡେମିକ୍ ମ୍ୟାନେଜମେଂଟ ସିଷ୍ଟମ)ରୁ ଆବେଦନ ଫର୍ମ ଡାଉନ୍ଲୋଡ କରିପାରିବେ । ଆସନ୍ତା ଜୁନ୍ ୨୬ ସୁଦ୍ଧା ଫର୍ମ ଦାଖଲ କରିବେ । ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ଯୋଗ୍ୟତା ତାଲିକା ବା ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ଯୋଗ୍ୟତା ତାଲିକା ପ୍ରକାଶ ପାଇବ । ପ୍ରଥମ ମେରିଷ୍ଟ ଲିଷ୍ଟ ପାଇଁ ଛାତ୍ରଛାତ୍ରୀମାନେ ଜୁଲାଇ ୪ରୁ ୭ ତାରିଖ ମଧ୍ୟରେ ନାମ ଲେଖାଇବାକୁ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପାଇଁ ଜୁଲାଇ ୧୨ରୁ ୧୩ ତାରିଖ ସମୟ ସୀମା ଧାର୍ଯ୍ୟ କରାଯାଇଛି । ରାଜ୍ୟରେ ଥିବା ୫୨୨ ଏସ୍ଏଏମ୍ଏସ୍ ରିସୋର୍ସ ସେଂଟର ଗୁଡିକରେ ଅଫଲାଇନ୍ରେ ନାମ ଲେଖାଇପାରିବେ । ଯୁକ୍ତ ୩ ପାଠପଢ଼ା ଆସନ୍ତା ଜୁଲାଇ ୧୬ରୁ ଆରମ୍ଭ ହେବ ।

 

For Addmision click blow link

http://dheodisha.gov.in/SAMS/index1.aspx

 

  • 2
    Shares

Related Posts

About The Author

Add Comment