ଯାଜପୁର, ୮/୧୦(ସନ୍ଧାନ ନିୟୁଜ) ରାଜ୍ୟରେ କେହି ରକ୍ତ ବିନା ମରିବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏହି ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଯାଇ ଯାଜପୁର ଜିଲା ସୁକିନ୍ଦା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରୀତିରଂଜନ ଘଡାଇ ଉଦ୍ୟମରେ ୮ଟି ସ୍ଥାନରେ ଆୟୋଜିତ ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ୨୦୭୭ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଏହି ରକ୍ତଦାନ ଶିବିରକୁ ସୁକିନ୍ଦା ବିଧାୟକ ପ୍ରୀତି ରଂଜନ ଘଡାଇ ଉଦଘାଟନ କରିଥିଲେ। ଗ୍ରାମଚଂଳରେ ରକ୍ତଦାତା ମାନଙ୍କୁ ସଚେତନ କରିବାପାଇଁ ପକ୍ଷରୁ ବ୍ୟାପକ ସଚେତନତା ହାତକୁ ନିଆଯାଇଛି ଏହାର ସଦ୍ୟ ଉଦାହରଣ ସୁକିନ୍ଦା ର ବିଭିନ୍ନ ଅଂଚଳରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୨୦୭୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ବୋଲି ଶ୍ରୀ ଘଡାଇ ପ୍ରକାଶ କରିଛନ୍ତି। ଚଳିତ ୨୦୧୮ ମସିହାରେ ସାରା ଓଡିଶା ସୁକିନ୍ଦା ଜୀବନବିନ୍ଦୁ କାର୍ଯ୍ୟକ୍ରମ ରକ୍ତ ସଂଗ୍ରହ କରିବାରେ ପ୍ରଥମ ସ୍ଥାନ ରେ ଅଛି ବୋଲି ବିଧାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ଜୀବନବିନ୍ଦୁ କାଯ୍ୟକ୍ରମର କୋଡିନେଟର ପ୍ରଦୀପ କୁମାର ମହାନ୍ତ, ସୁକିନ୍ଦା ବ୍ଳକ ଅଧ୍ୟକ୍ଷା ପଦ୍ମାବତୀ ଜେନା, ଉପାଧ୍ୟକ୍ଷ ଦିବ୍ୟରଂଜନ ବରାଳ, ଦାନଗଦୀ ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ, ଉପାଧ୍ୟକ୍ଷ ସଂଧାଶୁ ଭଂଜ, ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ତଥା ଜୀବନବିନ୍ଦୁ କାଯ୍ୟକ୍ରମର କୋଡିନେଟର ପ୍ରଦୀପ କୁମାର ମହାନ୍ତି, ଶ୍ରମିକ ନେତା ନାରାୟଣ ଚନ୍ଦ ଧୀର, ଜିଲାପରିଷଦ ସଭ୍ୟା ସରୋଜୀନି ରାଜ, ଭାଗ୍ୟଲକ୍ଷ୍ମୀ ରାଉତ, ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ସୁକିନ୍ଦା ବ୍ଲକ ଯୁବ ବିଜେଡି ସଭାପତି ଦେବୀ ପ୍ରସାଦ ମହାନ୍ତି, ଦାନଗଦୀ ବ୍ଲକ ଯୁବ ବିଜେଡ ସଭାପତି ମହେଶ୍ୱର ଗୁରୁ.ସାସ୍ୱତ ହେହୁରା ପ୍ରଦୀପ ନାୟକ ସମେତ ବହୁ ବିଜେଡି କର୍ମୀମାନେ ଉପସ୍ତିତ ଥିଲେ।
ତାଜା ଖବର
- ସମ୍ମାନିତ ଶିଶୁ ବିକାଶ ସେବା ପ୍ରକଳ୍ପ ତରଫରୁ କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ
- ନିମ୍ନ ଲିଙ୍କରେ କ୍ଲିକ କରି ସନ୍ଧାନ ନ୍ୟୁଜର ଇ-ପେପର ଡାଉନଲୋଡ କରନ୍ତୁ
- ନିମ୍ନ ଲିଙ୍କରେ କ୍ଲିକ କରି ସନ୍ଧାନ ନ୍ୟୁଜର ଇ-ପେପର ଡାଉନଲୋଡ କରନ୍ତୁ
- ନିମ୍ନ ଲିଙ୍କରେ କ୍ଲିକ କରି ସନ୍ଧାନ ନ୍ୟୁଜର ଇ-ପେପର ଡାଉନଲୋଡ କରନ୍ତୁ
- ଦିବାକର ପଶୁପାଳକ ସ୍ମାରକୀ ମେଧା ପୁରସ୍କାର ବିତରଣ ଉତ୍ସବ
- ସରକାରୀ ରାମାନୁଜ ବିଦ୍ୟାପୀଠ ପାଳିଆ ବିନ୍ଧା ର ବାର୍ଷିକ ଉତ୍ସବ।
- ସାହିତ୍ୟମନସ୍କ ଶ୍ୟାମ ସୁନ୍ଦର ସାରଙ୍କ ପରଲୋକ
- ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା ଓ ମଣ୍ଡି ରୁ ଚାଷୀ ଙ୍କ ଧାନ ନ ଉଠିବା ପ୍ରସଙ୍ଗ ରେ ଆନ୍ଦୋଳନ ନେଇ ବିଜେଡିର ପ୍ରସ୍ତୁତି ବୈଠକ
- ଦୀର୍ଘ ୨୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ: ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ
- ବରିଷ୍ଠ ବିଜେପି କର୍ମୀ ନିର୍ମଳ ଦାସଙ୍କୁ ପ୍ରଭାରୀ ଓ ପିୟୁଷ ରଞ୍ଜନ ପରିଡାଙ୍କୁ ସହ ପ୍ରଭାରୀ ଦାୟିତ୍ୱ ପ୍ରଦାନ ।



