ଯାଜପୁର, ୧୭/୨ (ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ) ଜେନାପୁର ୧୭/୦୨ ନିକଟରେ ଜାମ୍ମୁକାଶ୍ମୀରର ପୁଲ୍ୱାମାଠାରେ ପାକିସ୍ତାନ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ସହିଦ୍ ହୋଇଥିବା ୪୫ଜଣ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ୪୦ରୁ ଅଧିକ ଆହତ ହୋଇଥିବା ଯବାନଙ୍କ ଆଶୁ ଆରୋଗ୍ୟ କାମନା ଉଦେ୍ଦଶ୍ୟରେ ଶନିବାର ସନ୍ଧ୍ୟାରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବାଟବନ୍ଧ ଅଞ୍ଚଳର ବିଭିନ୍ନ ଯୁବ ସଂଗଠନ ତରଫରୁ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମାଜିକ କର୍ମୀ ବିନାୟକ ପାତ୍ରଙ୍କ ଆବାହକତ୍ୱରେ ତଥା ମନୋଜ କୁମାର ଧୀରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ଗିରିଗାରିମା ମହାନ୍ତି, ନିରଞ୍ଜନ କୁଣ୍ଡୁ, ମଦନ ମୋହନ ସାହୁ, ପଙ୍କଜ ପରିଡା, କମଳାକାନ୍ତ ପାତ୍ର, ନେତ୍ରା ନନ୍ଦ ପାତ୍ର, ସୁବ୍ରତ ସାହୁ. ଦେବେନ୍ଦ୍ର ବେହେରା, ରଂଗାଧର ସାହୁ, କିଶୋର ନାରାୟଣ ନାଥ, ରବିନ୍ଦ୍ର ରାଉତ, ରାମଚନ୍ଦ୍ର ରାଉତ, ସଞ୍ଜୟ ବେହେରା ପ୍ରମୁଖ ଯୁବାବର୍ଗ ଏବଂ ସାମ୍ବାଦିକ ସୁଶାନ୍ତ କୁମାର ଖଟୁଆ ଓ ସୁନିଲ୍ କୁମାର ଶତପଥୀଙ୍କ ସମେତ କବାଟବନ୍ଧ ବଜରଂଗୀ ଦଳର ସଭ୍ୟମାନେ ବହୁସଂଖ୍ୟାରେ ସାମିଲ୍ ହୋଇ ସନ୍ଧ୍ୟା ୬ଘଟିକା ସମୟରେ ଏକ ଶୋଭାଯାତ୍ରାରେ ଜ୍ୱଳନ୍ତ ମହମବତୀ ଧରି ଏବଂ ‘ସହିଦ୍ ଯବାନ ଅମର ରହେ’ ନାରାବାଜି ଦେଇ ସ୍ଥାନୀୟ ମୁକୁନ୍ଦପାତ୍ର ବିଦ୍ୟାପୀଠ ଖେଳପଡିଆଠାରୁ କବାଟବନ୍ଧ ବଜାର ପର୍ଯ୍ୟନ୍ତ ଆଖପାଖ ଗ୍ରାମଗୁଡିକୁ ପରିକ୍ରମା କରିଥିଲେ । ଶେଷରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ଉଦେ୍ଦଶ୍ୟରେ କଟୁ ସମାଲୋଚନା କରିବା ସହିତ ଜଗନ୍ନାଥ ମନ୍ଦିରରେ ଯବାନମାନଙ୍କ ଅମର ଆତ୍ମାର ସଦ୍ଗତି କାମନା ନିମିତ୍ତ ଭକ୍ତି ଅର୍ଘ୍ୟ ଅର୍ପଣ ପୂର୍ବକ ୨ମିନିଟ୍ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାସୁମନ ଜଣାଇଥିଲେ ।
ତାଜା ଖବର
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ
- କଳିଙ୍ଗନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି।



