ଯାଜପୁର, ୧୭/୨ (ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ) ଜେନାପୁର ୧୭/୦୨ ନିକଟରେ ଜାମ୍ମୁକାଶ୍ମୀରର ପୁଲ୍ୱାମାଠାରେ ପାକିସ୍ତାନ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ସହିଦ୍ ହୋଇଥିବା ୪୫ଜଣ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ୪୦ରୁ ଅଧିକ ଆହତ ହୋଇଥିବା ଯବାନଙ୍କ ଆଶୁ ଆରୋଗ୍ୟ କାମନା ଉଦେ୍ଦଶ୍ୟରେ ଶନିବାର ସନ୍ଧ୍ୟାରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବାଟବନ୍ଧ ଅଞ୍ଚଳର ବିଭିନ୍ନ ଯୁବ ସଂଗଠନ ତରଫରୁ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମାଜିକ କର୍ମୀ ବିନାୟକ ପାତ୍ରଙ୍କ ଆବାହକତ୍ୱରେ ତଥା ମନୋଜ କୁମାର ଧୀରଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ଗିରିଗାରିମା ମହାନ୍ତି, ନିରଞ୍ଜନ କୁଣ୍ଡୁ, ମଦନ ମୋହନ ସାହୁ, ପଙ୍କଜ ପରିଡା, କମଳାକାନ୍ତ ପାତ୍ର, ନେତ୍ରା ନନ୍ଦ ପାତ୍ର, ସୁବ୍ରତ ସାହୁ. ଦେବେନ୍ଦ୍ର ବେହେରା, ରଂଗାଧର ସାହୁ, କିଶୋର ନାରାୟଣ ନାଥ, ରବିନ୍ଦ୍ର ରାଉତ, ରାମଚନ୍ଦ୍ର ରାଉତ, ସଞ୍ଜୟ ବେହେରା ପ୍ରମୁଖ ଯୁବାବର୍ଗ ଏବଂ ସାମ୍ବାଦିକ ସୁଶାନ୍ତ କୁମାର ଖଟୁଆ ଓ ସୁନିଲ୍ କୁମାର ଶତପଥୀଙ୍କ ସମେତ କବାଟବନ୍ଧ ବଜରଂଗୀ ଦଳର ସଭ୍ୟମାନେ ବହୁସଂଖ୍ୟାରେ ସାମିଲ୍ ହୋଇ ସନ୍ଧ୍ୟା ୬ଘଟିକା ସମୟରେ ଏକ ଶୋଭାଯାତ୍ରାରେ ଜ୍ୱଳନ୍ତ ମହମବତୀ ଧରି ଏବଂ ‘ସହିଦ୍ ଯବାନ ଅମର ରହେ’ ନାରାବାଜି ଦେଇ ସ୍ଥାନୀୟ ମୁକୁନ୍ଦପାତ୍ର ବିଦ୍ୟାପୀଠ ଖେଳପଡିଆଠାରୁ କବାଟବନ୍ଧ ବଜାର ପର୍ଯ୍ୟନ୍ତ ଆଖପାଖ ଗ୍ରାମଗୁଡିକୁ ପରିକ୍ରମା କରିଥିଲେ । ଶେଷରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ଉଦେ୍ଦଶ୍ୟରେ କଟୁ ସମାଲୋଚନା କରିବା ସହିତ ଜଗନ୍ନାଥ ମନ୍ଦିରରେ ଯବାନମାନଙ୍କ ଅମର ଆତ୍ମାର ସଦ୍ଗତି କାମନା ନିମିତ୍ତ ଭକ୍ତି ଅର୍ଘ୍ୟ ଅର୍ପଣ ପୂର୍ବକ ୨ମିନିଟ୍ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାସୁମନ ଜଣାଇଥିଲେ ।
ତାଜା ଖବର
- ଲଗାଣ ବର୍ଷାରେ ଭାଙ୍ଗିଲା ଗୃହର ଛପର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
- ଯାଜପୁର ରୋଡ ଥାନାରେ ମାମଲା ରୁଜୁ ହେଲା
- ସ୍ୱାସ୍ଥ୍ୟ ବିଭାଗ ନା ପୋଲିସ୍ କିଏ ସତ କହୁଛି
- ଗାୟକ ଶେଖର ଜଗନ୍ନାଥ ବେହେରା,ଗାୟକ ସମ୍ରାଟ ଅଭୟ ଚରଣ ସ୍ଵାଇଁଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବ
- ବନ୍ୟାଞ୍ଚଳରେ ପ୍ରଶାସନ:ପକ୍ଷରୁ ରିଲିଫ୍ କିଟ୍ ବଣ୍ଟନ ସହ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା
- ଯାଜପୁର ଜିଲ୍ଲା ରେ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬: ଦାବି ଓ ଆପତ୍ତି ଦାଖଲ ଅବଧି ୧୯ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି।
- ଯାଜପୁର ଗସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ: ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଓ ଜନସ୍ୱାସ୍ଥ୍ୟ ପରିଚାଳନାର କଲେ ସମୀକ୍ଷା।
- *ସୋହେଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାପା-ପୁଅଙ୍କ ମୃତ୍ୟୁ*
- (ସନ୍ଧାନ ନ୍ୟୁଜ) ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବୟସ ୬୦ବର୍ଷ ବିତିଗଲାଣି ହେଲେ ମିଳିନି ବାର୍ଦ୍ଧକ୍ୟ ଭତ୍ତା



