ସୁବର୍ଣ୍ଣପୁର/ସନ୍ଧାନ ନିୟୁଜ: ସୋନପୁର ସହର ୱାର୍ଡ ନଂ ୧୩ କୁମ୍ଭାର ପଡା ଠାରେ ମୁକୁଳା ପଡିଥିବା ଟ୍ରାନ୍ସଫର୍ମର ରେ ଲାଗି ଆଜି ସକାଳୁ ସକାଳୁ ଏକ ଗାଇର ମୃତ୍ୟ ହୋଇଥିବା ଦେଖାଯାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବିଦ୍ୟୁତ ବିଭାଗର ଅବହେଳା କୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆଗରୁ ଅଫିସ ରେ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହି ଅଞ୍ଚଳରେ ସବୁବେଳେ ଛୋଟ ଛୁଆ ଖେଳକୁଦ ତଥା ଚଳପ୍ରଚଳ କରୁଥିବା ବେଳେ ଅତି ଶିଘ୍ର ସୁରକ୍ଷିତ ପାଚେରୀ ନିର୍ମାଣ ପାଇଁ ଲୋକେ ଦାବୀ କରିଛନ୍ତି। ସହରରେ ଅନେକ ସ୍ଥାନରେ ଏଭଳି ଅସୁରକ୍ଷିତ ଅବସ୍ଥାରେ ଅନେକ ଟ୍ରାନ୍ସଫର୍ମର ରହିଥିବା ବେଳେ ବିଦ୍ୟୁତ୍ ବିଭାଗ ର ଅବହେଳା ଯୋଗୁଁ ଧନ ଜୀବନ କୁ ଅସୁରକ୍ଷିତ ମଣୁଛନ୍ତି ସ୍ଥାନୀୟ ଜନସାଧାରଣ। ସେହିପରି ସହର ମଧ୍ୟରେ ଉଚ୍ଚ କ୍ଷମତା ସମ୍ପନ୍ନ ତାର ମଧ୍ୟ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଜଣାପଡିଛି। ଏ ନେଇ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିଏସଏନଏଲ୍ ନଂ ଟିଁ ଟିଁ ଟିଁ କରି କଟିଯାଉ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।
ତାଜା ଖବର
- ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଥା କଟାକଟିରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ
- ଛଅ ମାସ ହେଲା ମିଳୁନି ଭତ୍ତା, ଚିନ୍ତାରେ ବିମଳା ବରିହା
- ବାଲିଶଙ୍କରାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ, ବିଜେଡି ଦଳରେ ମିଶିଲେ କଂଗ୍ରେସ ଓ ବିଜେପିର ୭୫ ଜଣ
- IGP Dr Satyajit Naik Appeals for Peaceful and Disciplined Durga Puja Celebrations
- ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ମା ଦୁର୍ଗାଙ୍କ ପୂଜା ପାଳନ କରନ୍ତୁ: କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାଏକ
- ରଜି ଦେବି ୱେଲଫେୟାର ଟ୍ରଷ୍ଟ ଦ୍ୱାରା ଢେଙ୍କାନାଳ ରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦିନ ଦି ‘ ପହରରେ ଚୋରି ,ଅଭିଯୁକ୍ତକୁ ଅଞ୍ଚଳ ଲୋକେ ପୋଲିସ କୁ କଲେ ହସ୍ତାନ୍ତର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ଦେଶୀମଦ ଜବତ
- ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ



