ସୁବର୍ଣ୍ଣପୁର/ସନ୍ଧାନ ନିୟୁଜ: ସୋନପୁର ସହର ୱାର୍ଡ ନଂ ୧୩ କୁମ୍ଭାର ପଡା ଠାରେ ମୁକୁଳା ପଡିଥିବା ଟ୍ରାନ୍ସଫର୍ମର ରେ ଲାଗି ଆଜି ସକାଳୁ ସକାଳୁ ଏକ ଗାଇର ମୃତ୍ୟ ହୋଇଥିବା ଦେଖାଯାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବିଦ୍ୟୁତ ବିଭାଗର ଅବହେଳା କୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆଗରୁ ଅଫିସ ରେ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହି ଅଞ୍ଚଳରେ ସବୁବେଳେ ଛୋଟ ଛୁଆ ଖେଳକୁଦ ତଥା ଚଳପ୍ରଚଳ କରୁଥିବା ବେଳେ ଅତି ଶିଘ୍ର ସୁରକ୍ଷିତ ପାଚେରୀ ନିର୍ମାଣ ପାଇଁ ଲୋକେ ଦାବୀ କରିଛନ୍ତି। ସହରରେ ଅନେକ ସ୍ଥାନରେ ଏଭଳି ଅସୁରକ୍ଷିତ ଅବସ୍ଥାରେ ଅନେକ ଟ୍ରାନ୍ସଫର୍ମର ରହିଥିବା ବେଳେ ବିଦ୍ୟୁତ୍ ବିଭାଗ ର ଅବହେଳା ଯୋଗୁଁ ଧନ ଜୀବନ କୁ ଅସୁରକ୍ଷିତ ମଣୁଛନ୍ତି ସ୍ଥାନୀୟ ଜନସାଧାରଣ। ସେହିପରି ସହର ମଧ୍ୟରେ ଉଚ୍ଚ କ୍ଷମତା ସମ୍ପନ୍ନ ତାର ମଧ୍ୟ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଜଣାପଡିଛି। ଏ ନେଇ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିଏସଏନଏଲ୍ ନଂ ଟିଁ ଟିଁ ଟିଁ କରି କଟିଯାଉ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।
ତାଜା ଖବର
- *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*
- ଏମସିଏଲ ବସୁନ୍ଧରା ଡିଏଭି ସ୍କୁଲରେ କାର୍ଗିଲ ଦିବସ ପାଳିତ
- ଯାଜପୁର ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- କଳିଙ୍ଗନଗରରେ ଅଲୌକିକ ଦୃଶ୍ୟ: ବାହୁଡ଼ା ଯାତ୍ରା ଅବସରରେ ପୂର୍ବତନ ଶିକ୍ଷକଙ୍କ ଘରେ ପ୍ରକଟିତ ହେଲେ ‘ଜଗନ୍ନାଥ ରୂପୀ’ ପ୍ରଜାପତି
- ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ରାଉଲଡେଗା ଗ୍ରାମ ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଯୋଗ ଦେଲେ ଓଡିଶା ବିଧାନସଭା ଉପବାଚସ୍ପତି ତଥା ତଲସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ
- କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଇସ୍ତପା, ଥଣ୍ଡା ହେବ ଛାତ୍ର ଆନ୍ଦୋଳନ
- *ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ*



