ସମ୍ବଲପୁର ତା ୦୩/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାରେ ରାଜ୍ୟ ରାଜନୀତିରେ କିଛି ଅଲଗା ଦେଖିବାକୁ ମିଳିଛି। ଏହାକୁ ବିରୋଧୀ ଦଳ ପକ୍ଷରୁ ଗୋଟିଏ କଥା ଓ ଶାସକ ଦଳ ପକ୍ଷରୁ ଗୋଟିଏ କଥା କହୁଛନ୍ତି । ବିଜେପି ପକ୍ଷରୁ ଡିସେମ୍ଵର ୯ ଭୁବନେଶ୍ୱର ଚାଲ ଡାକରା ଦିଆଯାଇଛି। ସେଥିପାଇଁ ବିଜେପି ନେତା,ଯୁବମୋର୍ଚ୍ଚା କର୍ମୀ ଅଧିକାରୀମାନଙ୍କ ଉପସ୍ଥିତିରେ ସମ୍ବଲପୁର ଜିଲ୍ଲା କାର୍ଯ୍ୟଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ରବିନାରାୟଣ ନାୟକ, ଟଙ୍କଧର ତ୍ରିପାଠୀ, ଜିଲ୍ଲା ଯୁବମୋର୍ଚ୍ଚା କର୍ମୀମାନେ ଯୋଗଦାନ କରିଥିଲେ। ବୈଠକରେ
ମମିତାଙ୍କୁ ନ୍ୟାୟ ପ୍ରଦାନ ସହିତ ସିବିଆଇ ତଦନ୍ତ ଦାବିଏବଂ ମନ୍ତ୍ରୀ ଦିବ୍ୟଶଙ୍କର ବହିସ୍କାର ପାଇଁ ଡିସେମ୍ବର ୯ରେ ବିଧାନସଭା ଘେରାଉ କରାଯିବା ନେଇ ଅଲୋଚନା କରାଯାଇଛି।
ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ବିଧାନସଭା ଘେରାଉ ପାଇଁ ବୈଠକ ଅନୁଷ୍ଠିତ
|
December 4, 2021 |