ସୁନ୍ଦରଗଡ ତା:୧୫/୭/୨୦୨୬( ସନ୍ଧାନ ନ୍ୟୁଜ) ଆଜି ସବଡେଗା ବ୍ଲକ୍ ଅନ୍ତର୍ଗତ ସବଡେଗା ଗ୍ରାମପଞ୍ଚାୟତରେ ଶାନ୍ତିପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।ସରକାରଙ୍କ ଗାଇଡ ଲାଇନ୍ ଅନୁଯାୟୀ କାର୍ଯ୍ୟକରାଜିବ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଗଣେଶ ପ୍ରଧାନ ଲୋକଙ୍କୁ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନର ସମସ୍ତ ସୂଚୀ ପାଠ କରିବା ସହିତ ଅଭିଯୋଗ କୁ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ଲୋକଙ୍କ ଅନୁସାରେ ଲୋକାଭିମୁଖୀ କାର୍ଯ୍ୟପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ବି.ଭି.ଜି.ରାମ ଜି ଯୋଜନା ବିସୟରେ ଲୋକଙ୍କୁ ଅବଗତ କରାଯାଇଥିଲା । ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବିଶେଷ ଭାବରେ କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ ସରପଞ୍ଚ ଗଣେଶ ପ୍ରଧାନ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ସାଧାରଣ ଜନତା ଯୋଗ ଦେଇ ସଭାକୁ ସାଫଲ୍ୟ କରିଥିଲେ ।
ସବଡେଗା ଗ୍ରାମପଞ୍ଚାୟତ ରେ ଶାନ୍ତି ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ
|
July 15, 2026 |



