ସଦର ପୋଲିସ ଦ୍ୱାରା ଏମ.ଭି ଚେକିଙ୍ଗ କଡ଼ାକଡ଼ି, ଧରାପଡିଲେ ଦୁଇ ମଦ୍ୟପ

Spread the love

ସୁନ୍ଦରଗଡ ତା:୭/୬/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ପୋଲିସର କ୍ରମାଗତ ଭାବରେ ଡ୍ରଙ୍କ ଆଏଣ୍ଡ ଡ୍ରାଇଭ୍ ରେ ଚେକିଙ୍ଗ ଲାଗିରହିଛି । ଏହି କ୍ରମରେ ଗତକାଲି ମହୁପାଲି ଛକରେ ଦୁଇ ଜଣ ମଦ୍ୟପଙ୍କୁ କାବୁ କରିବା ସହିତ ତାଙ୍କ ବାଇକ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ରେ ଦୁଇ ମଦ୍ୟପ ପୋଲିସ ହାତରେ ଧରାପଡ଼ିଥିବା ବେଳେ ତାଙ୍କୁ ବାଇକ୍ ସହ ଅଟକ ରଖିଛି । ଦୁଇ ଅଭିଯୁକ୍ତ ମାନେ ବୈଷ୍ଣବ ଫକିର, ଅସିତ୍ କୁମାର ପଟେଲ ବୋଲି ଜଣାପଡ଼ିଥିବା ବେଳେ ଜଣଙ୍କର ଘର ହିମଗିରି ଥିବାବେଳେ ଆଉ ଜଣଙ୍କର ସଦର ଥାନା ଅଞ୍ଚଳ ର ବୋଲି ଜଣାପଡ଼ିଥିଲା ।ଦୁଇ ଅଭିଯୁକ୍ତଙ୍କ ବାଇକ୍ ଓ ଡି ୧୬ଜି ୧୮୨୮ ସହିତ ଓଡି ୧୬ଏନ ୮୯୧୩ ଜବତ କରାଯାଇଛି । ମଦ ପରୀକ୍ଷଣ ଯନ୍ତ୍ରରେ ବହୁ ମାତ୍ରାରେ ମଦ ପିଉଥିବା କଥା ଜଣାପଡ଼ିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

Related Posts

About The Author

Add Comment