ଭୁବନେଶ୍ୱର, ୨୬/୦୬ (ସନ୍ଧାନ ନିଉଜ)- ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ତିନିଥର କୃଷିକର୍ମଣ ପୁରସ୍କାରରେ ବି ପୁରସ୍କୃତ । ଏହାରି ଭିତରେ ମେଞ୍ଚାଏ ନୂତନତାର ସମ୍ଭାର ଓ କିଛି ନୂତନ ଚେତନାକୁ ସାଥୀ କରି ୨୦୧୮ ଏପ୍ରିଲ ୧ରେ ଜୀବନ୍ୟାସ ପାଇଥିଲା ଶ୍ୟାମଳ ସୁବର୍ଣ୍ଣ । ଆଜି ସଫଳତାର ସହ ଏହା ଦୁଇ ବର୍ଷ ଅତିକ୍ରମ କରିଛି । ଚାଷୀ ଓ ଚାଷର ମହାର୍ଘ୍ୟ ଅନୁଭୂତିକୁ ସାରା ଓଡ଼ିଶାରେ ବଖାଣିବାରେ ସଫଳ ହୋଇଛି । ଯୁବକୃଷି ବିଜ୍ଞାନୀମାନଙ୍କ ଦ୍ୱାରା ସମ୍ପାଦିତ ଏହି ପତ୍ରିକା ଏବେ ଚାଷୀକୁଳ ପାଖେ ବେଶ ଆଦରଣୀୟ । ବିଜ୍ଞାନର ଚକ୍ରବୃଦ୍ଧି ହାର ସହିତ କୃଷି ବ୍ୟବସ୍ଥାର ପରିପାଟୀ ବି ଏବେ ବଦଳିବାରେ ଲାଗିଲାଣି । କୃଷି ଓ କୃଷକର ବିକାଶ ଦିଗରେ ଏବେ ସରକାରଙ୍କ ତରଫରୁ ନୂଆନୂଆ ଯୋଜନା ବି ପ୍ରସ୍ତୁତ କରାଗଲାଣି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି କୃଷି ସଂପ୍ରସାରଣ ଶିକ୍ଷାକୁ ଅଧିକରୁ ଅଧିକ ଲୋକାଭିମୁଖୀ କରାଯାଇପାରୁନି । କୃଷି ସମ୍ପର୍କିତ ନାନାଦି ତଥ୍ୟ ଏବେ ସରକାରୀ ସ୍ତରରେ ସୀମିତ ହୋଇ ରହିଯାଉଛି । ତେବେ ଏହା ଯଦି ଗାଁ ମାନଙ୍କରେ ଲୋକଙ୍କ ନିକଟରେ ପହଁଚି ପାରନ୍ତା , ତାହେଲେ ହୁଏତ ସେମାନେ ଉପକୃତ ହୋଇପାରନ୍ତେ । କୃଷି ପତ୍ରିକା ନାଁଟି ଶୁଣିବାକୁ ଛୋଟ ଲାଗୁଥିଲେ ମଧ୍ୟ ଏହା ମଧ୍ୟରେ ଭରି ରହିଛି ଅନେକ ଗୁଢ଼ ଓ ବଳିଷ୍ଠ ତଥ୍ୟ ଭିତ୍ତିକ ଲେଖାବଳୀ । ଏହାକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସ୍ଥିତ ସେଂଚୁରିଆନ କୃଷି ବିଶ୍ôବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ଛାତ୍ରୀ ମାନେ ଏପ୍ରିଲ ମାସ ୧ ତାରିଖ , ୨୦୧୮ ମସିହାରେ ଆରମ୍ଭ କରିଥିଲେ ଏକ ତ୍ରୈମାସିକ କୃଷି ଭିତ୍ତିକ ପତ୍ରିକା । କ଼ୃଷିର ବିକାଶ , କୃଷକର ବିକାଶକୁ ମୂଳମନ୍ତ୍ର କରି ଶ୍ୟାମଳ ସୁବର୍ଣ୍ଣର ଦଶମ ସଂଖ୍ୟା ପ୍ରକାଶିତ ହୋଇଯାଇଛି । କରୋନାର କାୟାରେ ସାରା ବିଶ୍ୱ କବଳିତ ହୋଇଥିବା ବେଳେ ଭାରତରେ ମଧ୍ୟ ଲକଡ଼ାଉନ ସ୍ଥିତି ବଳବତ୍ତର ରହିଥିବା ହେତୁ ଏହାକୁ ଅନଲାଇନ ଇ ମ୍ୟାଗାଜିନ ଭାବେ ପ୍ରକାଶ କରାଯାଇଛି । ଶ୍ୟାମଳ ସୁବର୍ଣ୍ଣ ସମ୍ପାଦକ ଡ଼ି ଶୁଭମ୍ଙ୍କ କହିବା ଅନୁସାରେ ଆମେ ଏଥର ସଂଖ୍ୟାକୁ ଅନଲାଇନରେ ପ୍ରକାଶ କରିଛୁ ଏବଂ ୱେବସାଇଟରେ ମଧ୍ୟ ଏକ ନୂତନ ଭାବେ ଅତିଥି ବିଭାଗ ସ୍ତମ୍ଭ ଲୋକାର୍ପିତ ହୋଇଛି । ଖୁବ କମ ଦିନ ମଧ୍ୟରେ ଅନଲାଇନରେ ପାଠକଙ୍କ ସଂଖ୍ୟା ୧୫ହଜାରରୁ ଉର୍ଦ୍ଧ୍ୱ ହୋଇ ବେଶ ପାଠକୀୟ ଆଦୃତି ସାଉଁଟିଛି ।
ତାଜା ଖବର
- ବାଲି ଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ଲୋକଙ୍କ ଟଙ୍କାରେ ଜଙ୍ଗଲରେ ତିଆରି ହେଉଛି ଦୋକାନ ଗୃହ
- ଭାଗବତ ଜନ୍ମ କଥା, ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ମେରୁଦଣ୍ଡ।
- ତଲସରା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ
- ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ‘ବନ୍ଦେ ମାତରମ୍’ ଗୀତ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ କାର୍ଯ୍ୟକ୍ରମ
- JAJPUR SUB-COLLECTOR OFFICE STAFFER NABBED BY ODISHA VIGILANCE WHILE TAKING BRIBE RS. 40,000/- TO FACILITATE PERMISSION FOR PURCHASE OF LAND OF A SCHEDULED CASTE LAND OWNER.
- ଯାଜପୁର ଜିଲ୍ଲାରେ ସମବାୟ ସମିତିର ସଦସ୍ୟତା ସମ୍ପ୍ରସାରଣ ପାଇଁ ମେଗା ମେମ୍ବରସିପ୍ ଡ୍ରାଇଭ (MMD) ଅଭିଯାନର ଶୁଭାରମ୍ଭ
- ଯାଜପୁର ଜିଲ୍ଲାରେ ‘ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ର ସମୀକ୍ଷା ବୈଠକ
- ରସୁଲପୁର ବ୍ଲକ ପରିସରରେ ଆଇନ୍ ସଚେତନତା ସଭା।
- ବରଗଡ ସାଂସଦଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଜିଲ୍ଲା ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘ ବରଗଡ଼
- ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଯାଜପୁରରେ ଜିଲ୍ଲା ସ୍ତରୀୟ ପ୍ରୋମୋ ରନ୍: ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ



