ନବରଙ୍ଗପୁର , 17.01.2021(ସନ୍ଧାନ ନିଉଜ୍): ପୁଣିଥରେ ତୃଣମୂଳସ୍ତରର ଅଧିକାରୀଙ୍କ ଉପରେ ବାଜିଛି ଦୁର୍ନୀତି ଛାଟ। ହିତାଧିକାରୀଙ୍କ ଟଙ୍କ ହଡ଼ପ କରି ନିଲମ୍ବିତ ହୋଇଛନ୍ତି ବିଡିଓ ଓ ଜେଇ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଓ ଜେଇ ସୁନୀଲ ସାମଲଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଶୌଚାଳୟ ପାଇଁ ଆସିଥିବା ଟଙ୍କା ହଡ଼ପ କରିବା ନେଇ ଉଭୟ ଅଧିକାରୀଙ୍କ ନାଁରେ ହୋଇଥିଲା ଅଭିଯୋଗ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଝରିଗାଁ ବ୍ଲକ୍ରେ ଶୌଚାଳୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟକୁ ତର୍ଜମା କରିବା ପରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଉଭୟ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।
ତାଜା ଖବର
- ଯାଜପୁର ଶିଳ୍ପ କରିଡରରେ ବଢୁଥିବା ସଡ଼କ ଦୁର୍ଘଟଣା ରୋକିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ‘ଟିମ୍ ଏସଏନଏମ୍’ (SNM)
- ମୁକୁନ୍ଦପାତ୍ର ଡିଗ୍ରୀ ମହାବିଦ୍ୟାଳୟ, ବଳରାମପୁର ରେ ରକ୍ତଦାନ ଶିବିର ଅନୁଷ୍ଠିତ
- ବିଜେଡିର ବିଜୁ ବ୍ରାଣ୍ଡକୁ ହାଇଜ୍ୟାକ କରିବେ ବିଜୟ ମହାପାତ୍ର , ସୋମ୍ୟ ପଟ୍ଟନାୟକ ଏବଂ ଦିଲ୍ଲୀପ ରାୟ!
- ଚନ୍ଦ୍ର ଚାରିପଟେ ଗବେଷଣା ପରେ ପ୍ରଶାନ୍ତ ମହାସାଗରରେ “ଆର୍ଟେମିସ୍ -୨”ର ସୁରକ୍ଷିତ ଭାବେ ଅବତରଣ
- ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର
- କୁଣ୍ଡି କଟକର ବାଈ ମୁଣ୍ଡି ସ୍ବର୍ଗତ ବସନ୍ତ କୁମାର ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ।
- ରାଜ୍ୟବ୍ୟାପୀ ଓଡ଼ିଆ ପକ୍ଷ ଅବସରରେ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ବାର୍ଷିକ ରକ୍ତଦାନ ଶିବିର: ୩୩ ୟୁନିଟ ରକ୍ତ ସଂଗ୍ରହ
- ଓଡିଆ ପକ୍ଷେରେ ଅଞ୍ଚଳ କଲେଜରେ ନାମ ସଂକୀର୍ତ୍ତନ
- ବରଗଡ ମହିଳା ଖେଳାଳିଙ୍କ ଚୟନ
- ରୋଗୀ କଲ୍ୟାଣ ସମିତି ଗଭର୍ଣିଂବଡି ର ଗ୍ରୁରୁତ୍ୱପୂର୍ଣ୍ଣ ବୈଠକ



