ଶୈଖିକ ଓ ମାନବିକ ମୂଲ୍ୟବୋଧରେ ବ୍ରତୀ ହେବାକୁ ଏନ୍.ସି.ସି. କ୍ୟାଡେଟଙ୍କୁ ଆହ୍ୱାନ

Spread the love
ନେମାଳ: ୨/୭/୨୬ (ସନ୍ଧାନ ନ୍ୟୁଜ )  କଟକ ଗ୍ରୁପ୍ ହେଡକ୍ବାଟର ଅନ୍ତର୍ଗତ ଫାଷ୍ଟ ଓଡ଼ିଶା ଆର୍ଟିଲାରୀ ବ୍ୟାଟେରୀ ଏନ୍.ସି.ସି.ର ଦଶଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସମାରୋହରେ ଯୋଗଦେଇ କଟକ ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ଏ ସ୍.ଜି.ସୁଧାଂଶୁ ଶେଖର ( ସେନା ମେଡାଲ)କ୍ୟାଡେଟମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଚରିତ୍ରବାନ ଦେଶଭକ୍ତ ହୋଇ ଶୈଖିକ ଓ ମାନବିକ ମୂଲ୍ୟବୋଧରେ ଆଦର୍ଶର ସମତା ରକ୍ଷାକରିବା ହିଁ ସଫଳତା । ବୈଷମ୍ୟ ଠାରୁ ଦୂରରେ ରହି ଲିଙ୍ଗଗତ ପାର୍ଥକ୍ୟ ପ୍ରତି ସଯତ୍ନ ଓ ସତର୍କ ରହିବାର ସଚେତନତା ସୃଷ୍ଟି କରି ଏନ୍.ସି.ସି. କ୍ୟାଡେଟମାନଙ୍କୁ ଅଙ୍ଗୀକାରବଦ୍ଧହେବାକୁ ଆହ୍ୱାନ ଦେଇଥିଲେ  ଜି.ଆଇ. ଇ.ଟି.ବଣିଆଟାଙ୍ଗୀ ପରିସରରେ ଆୟୋଜିତ ଏହି ଦଶଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିରରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଆର୍ଥିକ ସ୍ୱଛଳ ଓ ଅନଗ୍ରସର ବର୍ଗର ଉଭୟ କ୍ୟାଡେଟଙ୍କ ମଧ୍ୟରେ ସମତା ରକ୍ଷା କରି ବିଭିନ୍ନ ବିଭାଗରେ ଉତ୍ସାହଜନକ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ଵ ଅର୍ଜନ କରିଥିବା ସିନିୟର ଓ ଜୁନିୟର ଡିଭିଜନର କ୍ୟାଡେଟଙ୍କୁ ସ୍ଵତନ୍ତ୍ର ଭାବେ ମେଡାଲ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଏହି ଶିବିରରେ ମ୍ୟାପରିଡ଼ିଂ , ୱିପନ ଟ୍ରେନିଂ , ଡ୍ରିଲ, ଏଫ୍.ସି.ବି.ସି., ପ୍ରାଥମିକ ଚିକିତ୍ସା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା , ଏନ୍.ଡି.ଆର୍.ଏଫ୍., ଫାୟାର ସେପ୍ଟି, ବନ୍ଧୁକ ଚାଳନା, ବନମହୋତ୍ସବ ଓ ସ୍ୱଚ୍ଛତା , ବୃକ୍ଷରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ବିଷୟ ଉପରେ ଶିକ୍ଷାଦାନ କରାଯାଇଥିଲା ।

Related Posts

About The Author

Add Comment