କଟକ, (ସନ୍ଧାନ ନ୍ୟୁଜ୍) : କଟକ ସଦର ୪୨ ମୌଜା ଦଧିବାମନପୁର ସ୍ଥିତ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମୀନାବଜାର ଓ ବିଜ୍ଞାନମେଳା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ରୂପେ ଶ୍ରୀମତୀ ଜ୍ୟୋସ୍ନାରାଣୀ ପତି(ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଭୁଆସୁଣୀ ପ୍ରାଥମିକ ବିଦ୍ୟାଳୟ) ଏବଂଶ୍ରୀଯୁକ୍ତ ଆକାଶ ଚନ୍ଦ୍ର ନାୟକ (କେମେଷ୍ଟ୍ରି, ଶିକ୍ଷକ ନାଳନ୍ଦା ପବ୍ଲିକ ସ୍କୁଲ),ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ପଟ୍ଟନାୟକ(ଅଧ୍ୟାପକ,କଳିଙ୍ଗ ଭାରତୀ ମହାବିଦ୍ୟାଳୟ) ପ୍ରଦୀପ ପ୍ରଜ୍କୋଳନ କରି ବିଜ୍ଞାନମେଳା ଉଦଘାଟନ କରିଥିଲେ। ୬୦ଜଣ ଛାତ୍ରଛାତ୍ରୀ ମୀନାବଜାର ଓ ବିଜ୍ଞାନମେଳା ରେ ଭାଗ ନେଇଥିଲେ। କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହିତ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନାଳନ୍ଦା ବିଦ୍ୟାଳୟ ତରଫରୁ ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା ।ବିଦ୍ୟାଳୟର ସଂପାଦକ ରବିନ୍ଦ୍ର ଦେବତା, ସହ ସଂପାଦିକା ସୁମିତା ଦେବତା ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ବିଶ୍ୱରଞ୍ଜନ ତ୍ରିପାଠୀ, ବିଜ୍ଞାନ ଆଚାର୍ଯ୍ୟା ସୁଶ୍ରୀ ଉତ୍କଳିକା ମହାରଣା, ବେବିରଣା,ଗୀତାଞ୍ଜଳୀ ଆଚାର୍ଯ୍ୟ, ଦେବବ୍ରତ ନାୟକ, ଅଭିମନ୍ୟୁ ସ୍ୱାଇଁ ଏବଂ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସ୍ୱଚାରୁ ରୂପେ ପରିଚାଳିତ ହୋଇଥିଲା।
ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଓ ମୀନାବଜାର ।
|
September 20, 2026 |



