ଶାଳଗଛ କାଟିବାକୁ କେନ୍ଦ୍ରକରି ଶାବଳ ରେ କାକା ପୁତୁରା କୁ ଛେଚିଲା

Spread the love

ସୁନ୍ଦରଗଡ଼ ତା:୨୬-୧୨-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ତଲସରା ଥାନା ଅନ୍ତର୍ଗତ କଣ୍ଟାବାହାଲ (ଖମନ ପଡା )ଠାରେ ଶାଳ ଗଛ କାଟିବା କୁ କେନ୍ଦ୍ର କରି କାକା  ଓ ପୁତୁରା ମଧ୍ୟରେ ମାଡ ଗୋଲ  ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ କଣ୍ଟାବାହାଲ (ଖମନ ପଡା )ଗ୍ରାମର କୃପାଳ ତନ୍ତୀ ଦିନ ପ୍ରାୟ ୧୧ଟା ସମୟ ରେ ଏକ ଜମି ହିଡ଼ ରେ ଥିବା ଶାଳ ଗଛ କୁ କାଟି ଦେଇଥିବା ଜାଣି ଧୀରଜ ମହାନନ୍ଦ (୪୧)ଦୌଡ଼ି ଆସି ଗଛକୁ କାହିଁକି କାଟିଲ ବୋଲି କହିବାରୁ କୃପାଳ ତନ୍ତୀ ଅଶ୍ଳୀଳ ଭାଷାରେ ଗାଳି କରି ଧରି ଆସିଥିବା ଶାବଳ ରେ ଧୀରଜ ମହାନନ୍ଦ କୁ ମାଡ ମାରିଲା l ଯଦ୍ୱାରା ଶାବଳ ର ଚୋଟ ଧୀରଜ ମହାନନ୍ଦ ର ମୁଣ୍ଡରେ ବାଜିଲା l ଶାବଳ ଚୋଟ ରେ ଧୀରଜ ନିଜକୁ ବଞ୍ଚାଇବା ଯାଇ କୃପାଳ ଙ୍କୁ ଠେଲି ଦେଇ ସେଠାରୁ ବଞ୍ଚି ରକ୍ତାତ ହୋଇ ଘରକୁ ଫେରିଲା l ଶାବଳ ଛୋଟ ରେ ରକ୍ତ ବହୁଥିବା ଦେଖି ଘର ଲୋକ ତୁରନ୍ତ ସ୍ଥାନୀୟ ବନଡେଗା ଡାକ୍ତର ଖାନା କୁ ନେଇ ଚିକିତ୍ସା କରିଥିଲେ l ଏ ଘଟଣା କୁ ନେଇ ତଲସରା ଥାନାକୁ ମଧ୍ୟ ଆଜି ଲିଖିତ ଅଭିଯୋଗ କରିଥିବା ସୂତ୍ରରୁ ଜଣାପଡିଛି l ଲିଖିତ ଅଭିଯୋଗ ପରେ ତଲସରା ଥାନା ଅଧିକାରୀ ଏହାର ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ସୂଚନା ଥିବା ଜଣାପଡିଛି ।

Related Posts

About The Author

Add Comment