ସୁନ୍ଦରଗଡ ତା:୧୩/୭/୨୦୨୬( ସନ୍ଧାନ ନ୍ୟୁଜ) ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଠିକଟା ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୯୭ ଟି ଅଭିଯୋଗ ଆସିଥିବା ବେଳେ ୨୭ ଗୋଟି ବ୍ୟକ୍ତିଗତ ଥିବାବେଳେ ୬୬ ଗୋଟି ଗୋଷ୍ଠୀଗତ ଅଭିଯୋଗ ଆସିଥିଲା । ସେଥି ଭିତରୁ ୬ ଗୋଟି ତତକ୍ଷଣାତ ସମାଧାନ ହୋଇଥିବା ବେଳେ ସି .ଏମ.ଆର.ଏଫ ସହାୟତା ୪ ଗୋଟି ରହିଥିଲା । ତା ସହିତ ରାସ୍ତାଘାଟ,ବିଦ୍ୟୁତ୍ ସମସ୍ୟା,ପାନୀୟ ଜଳ,ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଅନ୍ୟାନ୍ୟ ସମସ୍ୟା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଶୁଭଙ୍କର ମହାପାତ୍ର ସହ ରାଉରକେଲା ଏସପି ଶ୍ରୀଯୁକ୍ତ ନିତେଶ ୱାଧାନି ଉପସ୍ଥିତ ରହି ଜନ ସାଧାରଣଙ୍କ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ । ସହାୟତା ପାଣ୍ଠିରୁ ୩୭,୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବା ଜଣାପଡ଼ିଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ ରବି ମୀନା,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ସାହୁ,ସବ କଲେ୍ଟର ବିଶ୍ୱକାନ୍ତି ମଲ୍ଲୀକ, ସ୍ଥାନିୟ ବିଡିଓ ସହିତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।
ଲାଠିକଟା ବ୍ଲକ ପରିସରରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
|
July 13, 2026 |



