ଯାଜପୁର, :୧୨/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପରିଶରରେ ଗତକାଲି ମହାଭାରତ ସୃଷ୍ଟି ହୋଇଥିବା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଶ ଘଟିବାରୁ ଗଡ଼ ମାଡରେ ଯୁବକ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ରସୁଲପୁର ବ୍ଲକ କାର୍ଯ୍ୟାଳୟ ପରିଶରରେ ରାଜନୈତିକ ବିବାଦକୁ କେନ୍ଦ୍ରକରି ବିଜେପିର ଦୁଇ ଗୋଷ୍ଠୀ କର୍ମୀଙ୍କ ମଧ୍ୟରେ ମହାଭାରତ ସୃଷ୍ଟି ହୋଇଥିଲା । ଏଥିରେ ଜଣେ ଯୁବକ ଗଡ଼ ମାଡରେ ଗୁରୁତର ଆହତ ହୋଇ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ଯୁବକ ହେଲେ ଅତଲାପୁର ଗ୍ରାମର ଗଣେଶ୍ଵର ବାରିକ (୪୦) ଏନେଇ କୁଆଖିଆ ଥାନାରେ ଏତଲା କରାଯାଇଥିବା ଅଭିଯୋଗ ଅନୁଯାୟୀ ଗଣେଶ୍ଵର କୌଣସି କାମରେ ରସୁଲପୁର ବ୍ଲକକୁ ଆସିଥିଲେ । ସେଠାରେ ବିଭାଗୀୟ ଅଧିକାରିଙ୍କ ସହିତ ଆଲୋଚନା ସାରି ବାହାରକୁ ଆସୁଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ରକରି ଅତଲାପୁର ପଞ୍ଚାୟତର ସାଦକପୁର ଗ୍ରାମର ଏବଂ ଅତଲାପୁର ଗ୍ରାମର ୩ ଜଣ ଯୁବକ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ । ଲୁହା ରଡ ମାଡରେ ଖଗେଶ୍ଵର ରକ୍ତ ଯୁଡୁବୁଡୁ ହୋଇ ତଳେ ପଡିଯିବା ପରେ ସ୍ଥାନିୟ ଲୋକେ ଖଣଶ୍ଵରକୁ ମଧୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ଖଗେଶ୍ଵର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ଏ ସଂପର୍କରେ ସଂଧ୍ୟାରେ ଖଗେଶ୍ଵରଙ୍କ ପତ୍ନୀ ସରୋଜିନୀ କୁଆଖିଆ ଥାନାରେ ଲିଖିତ ଏତଲା ଦେଇଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ କୁଆଖିଆ ଥାନା ଆଇଆଇସି ସୁସାନ୍ତ ସେଠି, ଏସ୍ଆଇ ସୁଦର୍ଶନ ଜେନା ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଥିଲେ । ଆକ୍ରମଣକାରୀ ମାନେ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଥିବା ବେଳେ ପୋଲିସ୍ ଅଭିଯୋଗକୁ ଭିତ୍ତିକରି କୁଆଖିଆ ଥାନା ଆଇଆଇସି ସୁସାନ୍ତ ସେଠି ଆମ ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ଦେଇ ଗୋଟିଏ ଗୋଷ୍ଠି କାମ କରୁଥିବା ବେଳେ ବିଲ୍କୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିବା ସୂଚନା ଦେଇଥିଲେ ।
ରସୁଲପୁର ବ୍ଲକ ପରିଶରରେ ମହାଭାରତ
|
September 12, 2026 |



