ଯାଜପୁର ଜିଲ୍ଲାରେ ଲଘୁଚାପ ବର୍ଷା ହେବାରୁ ଧନ ଜୀବନ କ୍ଷତିଗ୍ରସ୍ତ

Spread the love

ଯାଜପୁର, : ୬/୭/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲାରେ ଲଘୁଚାପ ବର୍ଷା ହେବାରୁ ଲୋକ ମାନେ ପାଣି ଘେରରେ ରହିଥିବା ବେଳେ ବିଭିନ୍ନ ନଦୀ ମାନଙ୍କରେ ବନ୍ୟା ଆସିବାର ଆସଙ୍କା ଦେଖାଦେଇଛି। I ଯାହାକି ଯାଜପୁର ଜିଲ୍ଲାରେ ଲଘୁଚାପ ବର୍ଷା ହେବାରୁ ବ୍ରାହ୍ମଣୀ,ବୈତରଣୀ, ଏବଂ କେଲୁଅ ନଦୀରେ ପାଣି ଆସିଛି ସେହିପରି ଯାଜପୁର ଇସାନେଶ୍ଵର ମନ୍ଦିରରେ ବର୍ଷାପାଣି ପଶିଯିବାରୁ ସେବାରେ ବାଧା ସୃଷ୍ଟି ହୋଇଛି । ଲଘୁଚାପ ବର୍ଷା ସୃଷ୍ଟି ହେବାରୁ ଲୋକମାନେ ଲଘୁଚାପ ବର୍ଷା ଭୟରେ ଘରୁ ବାହାରୁ ନ ଥିବା ବେଳେ ବିଭିନ୍ନ ବଜାର ଏବଂ ହାଟ ଖାଁ ଖାଁ ଲାଗୁଛି । ଏହି ଜିଲ୍ଲାରେ ୧୦ଟି ବ୍ଲକ ରହିଥିବା ବେଳେ ଲଘୁଚାପ ବର୍ଷା ହେବାରୁ ବିଭିନ୍ନ ବ୍ଲକରେ ବର୍ଷା ପାଣି ଖାଲୁଆ ଅଞ୍ଚଳରେ ବିଭିନ୍ନ ରୋଗ ହେବାର ସମ୍ଭାବନା ଦେଖା ଦେଇଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ପାଇଁ ଜନ ସାଧାରଣଙ୍କ ତରଫରୁ ଦାବି କରାଯାଉଛି । ଲଘୁଚାପ ଅବପାତର ରୂପ ନେବାର ସମ୍ଭାବନା ରହିଥିବାରୁ ପ୍ରଶାସନ ସଜାଗ ରହିବାକୁ ଜନସାଧାରଣରେ ଦାବି ରହିଛି  ।

Related Posts

About The Author

Add Comment