ମିନିଟ୍ରକ୍ ଧକ୍କାରେ ଯୁବକ ମୃତ
ଭଦ୍ରକ, ୩୧ା୭ (ସନ୍ଧାନ ନିୟୁଜ ): ବୁଧବାର ମଧ୍ୟାହ୍ନରେ ଏକ ମିନିଟ୍ରକ୍ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ତେବେ ଜାତୀୟ ରାଜପଥ ସମ୍ପ୍ରସାଣ କାର୍ଯ୍ୟରେ ସଂପୃକ୍ତ ଯୁବକ ନିୟୋଜିତ ଥିଲେ ବୋଲି ଅନୁମାନ କରାଯାଉଛି । ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ମୃତ ଯୁବକର ପରିଚୟ ଜାଣିବାକୁ ଉଦ୍ୟମ କରୁଛି । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଯୁବକ ଜଣକ ନଳାଙ୍ଗ ସାଇମନ୍ଦିର ନିକଟରେ ୧୬ ନମ୍ବରା ଜାତୀୟ ରାଜପଥ ପାର ହେଉଥିବା ସମୟରେ କଟକ ଦିଗରେ ଯାଉଥିବା ଏକ ମାଲ ବୋଝେଇ ମିନିଟ୍ରକ୍(ଓଆର ୦୪ଏମ-୦୯୬୦) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକର ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ୍ କରିଛି ।
Related Posts
About The Author